ଡାକ୍ତରଙ୍କ ସହ କରୋନା ଓ ବ୍ଲାକ ଫଙ୍ଗସ ବାବଦରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଢ଼ ବର୍ଷରୁ ଅଧିକ ଦିନ ହେବ ଦେଶର ଚିକିତ୍ସକ ମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଏଥିମଧ୍ୟରୁ ଅଧିକାଂଶ ଲୋକଙ୍କୁ ଚିକିତ୍ସକ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ଆଉ କିଛି ଆଖି ବୁଜିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଏହି ମହାମାରୀ ପାଇଁ ନିର୍ଦ୍ଦିଷ୍ଟ ଔଷଧ ବାହାରି ନାହିଁ। କିଛି ଔଷଧକୁ ଆକ୍ରାନ୍ତଙ୍କୁ ଦିଆଯାଉଛି। ଯାହାକି ଡାକ୍ତରଙ୍କ ଅନୁଭବରୁ। ତେଣୁ ଡାକ୍ତରମାନଙ୍କର କିଭଳି ଅଭିଜ୍ଞତା ରହିଛି ଆଗକୁ କି ଚ୍ୟାଲେଞ୍ଜ ରହିପାରେ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା […]

pm-narendra-modi

pm-narendra-modi

Subhransu Sekhar
  • Published: Monday, 17 May 2021
  • Updated: 17 May 2021, 08:43 PM IST

Sports

Latest News

ନୂଆଦିଲ୍ଲୀ: ଦେଢ଼ ବର୍ଷରୁ ଅଧିକ ଦିନ ହେବ ଦେଶର ଚିକିତ୍ସକ ମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଏଥିମଧ୍ୟରୁ ଅଧିକାଂଶ ଲୋକଙ୍କୁ ଚିକିତ୍ସକ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ଆଉ କିଛି ଆଖି ବୁଜିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଏହି ମହାମାରୀ ପାଇଁ ନିର୍ଦ୍ଦିଷ୍ଟ ଔଷଧ ବାହାରି ନାହିଁ। କିଛି ଔଷଧକୁ ଆକ୍ରାନ୍ତଙ୍କୁ ଦିଆଯାଉଛି। ଯାହାକି ଡାକ୍ତରଙ୍କ ଅନୁଭବରୁ। ତେଣୁ ଡାକ୍ତରମାନଙ୍କର କିଭଳି ଅଭିଜ୍ଞତା ରହିଛି ଆଗକୁ କି ଚ୍ୟାଲେଞ୍ଜ ରହିପାରେ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ସବୁଠୁ ବଡ଼ ଚ୍ୟାଲେଞ୍ଜ କଣ ଏହାକୁ ନେଇ ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସହ କଥା ହୋଇଥିଲେ। ଆଉ କରୋନା ଚିକିତ୍ସା ଉପରେ ଡାକ୍ତରଙ୍କ ପରାମର୍ଶ ଏବଂ ଅଭିଜ୍ଞତା ବିଷୟରେ ପଚାରି ବୁଝିଥଲେ।

ସମସ୍ତ ଡାକ୍ତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରୋନାର ପ୍ରଥମ ଲହର ଓ ଦ୍ୱିତୀୟ ଲହର ବେଳର ଅଭିଜ୍ଞତା ବାଣ୍ଟିଥିଲେ। ଡାକ୍ତର ମାନେ କହିଥିଲେ ଆକ୍ରାନ୍ତଙ୍କ ସହ ଯେଉଁମାନେ ସଂକ୍ରମିତ ହୋଇ ନାହାନ୍ତି ସେମାନଙ୍କର ମଧ୍ୟ ଆବଶ୍ୟକ ଚିକିତ୍ସା କରାଯାଉଛି। ଔଷଧର ଅପବ୍ୟବହାର ବିଷୟରେ ଅବଗତ କରାଯାଉଛି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯାଉଛି ବୋଲି ଡାକ୍ତରମାନେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଅନେକ ରୋଗୀ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟେଲି ମେଡିସିନ୍ ସେବା ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର। ଆଗାମୀ ଦିନରେ ଗାଁ ଲୋକଙ୍କ ପାଇଁ ଏହି ସେବା ଉପଯୁକ୍ତ ପଦ୍ଧତି ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ରଖିଛନ୍ତି। ତେଣୁ ଟେଲିମିଡିସିନ ସେବାକୁ କିଭଳି ଅଧିକ ଗୁରୁତ୍ୱ ଦେଇ ହେବ ସେ ନେଇ ଗୁରୁତ୍ୱ ଦିଆଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ବ୍ଲାକ୍ ଫଙ୍ଗକୁ ନେଇ ଡାକ୍ତରଙ୍କ ଅଭିଜ୍ଞତା ପଚାରି ବୁଝିଥିଲେ। ଆଉ ଡାକ୍ତରମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଏବଂ ଏ ବିଷୟରେ ସଚେତନତା ପାଇଁ ଅତିରିକ୍ତ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି। ଶାରୀରିକ ଯତ୍ନ ସହିତ ମାନସିକ ଯତ୍ନ ବାବଦରେ ମୋଦି ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ମହାମାରୀ ବିରୁଦ୍ଧରେ କ୍ରମାଗତ ଭାବରେ ଏହି ଲଢ଼େଇ ବେଳେ ମେଡିକାଲ କର୍ମଚାରୀଙ୍କ ପାଇଁ ସବୁଠୁ ବଡ଼ ମାନସିକ ସ୍ୱାସ୍ଥ୍ୟାବସ୍ଥା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଡାକ୍ତର, ନର୍ସ ଏବଂ ମେଡିସିନ କମ୍ପାନୀର କର୍ମଚାରୀଙ୍କ ଅହରହ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos