ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି , ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୨୭ ଆଇପିଏସ  

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ଏହି ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିବା ବେଳେ ଆଇପିଏସ ସଂଘ ଉଦ୍‌ବେଗ ପ୍ରକାଶ କରିଛି । ଏହି ଘଟଣାରେ ୨୭ ଜଣ ଆଇପିଏସ ଅଧିକାରୀ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନାପସନ୍ଦ କରାଯାଇଥିବା ବେଳେ ମାମଲାକୁ ଗମ୍ଭୀରତାର ସହ ନେବାକୁ ଅନୁରୋଧ କରାଯାଇଛି। ଏଥିସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଖିଲାପକାରୀଙ୍କ ବିରୋଧରେ […]

Modi1

Modi1

Tapas Behera
  • Published: Thursday, 06 January 2022
  • Updated: 06 January 2022, 07:35 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ଏହି ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିବା ବେଳେ ଆଇପିଏସ ସଂଘ ଉଦ୍‌ବେଗ ପ୍ରକାଶ କରିଛି । ଏହି ଘଟଣାରେ ୨୭ ଜଣ ଆଇପିଏସ ଅଧିକାରୀ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନାପସନ୍ଦ କରାଯାଇଥିବା ବେଳେ ମାମଲାକୁ ଗମ୍ଭୀରତାର ସହ ନେବାକୁ ଅନୁରୋଧ କରାଯାଇଛି। ଏଥିସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ଏହି ଆଇପିଏସଙ୍କ ମଧ୍ୟରେ ପୂର୍ବତନ ଡିଜିପି, ଡିଜି, ଅତିରିକ୍ତ ଡିଜି , ପିସି ଦୋଗ୍ରାର ନେତୃତ୍ୱ ନେଉଥିବା ଅଧିକାରୀ ଅଛନ୍ତି।

ଚିଠିରେ ଗତକାଲି ଉଦ୍ଦେଶ୍ୟମୂଳକ ଏବଂ ଯୋଜନାବଦ୍ଧ ଭାବେ ପଞ୍ଜାବ ସରକାର ଏବଂ ପୁଲିସ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହଳା କରାଯାଇଥିବା ଦର୍ଶାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଜାନୁୟାରୀ ୬ ତାରିଖରେ ଲେଖାଯାଇଥିବା ଚିଠିରେ “ଆମେ ପୂର୍ବତନ ପୁଲିସ ଅଧିକାରୀମାନେ ଦେଶ ପାଇଁ ଉତ୍ସର୍ଗୀକୃତ ସେବା କରିଛୁ।  ହେଲେ ଗତକାଲି ପଞ୍ଜବାରେ ଘଟିଥିବା ଘଟଣାରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଛୁ। ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ବାଧା ସୃଷ୍ଟି କରିଥିଲେ।  କେବଳ ଢିଲା ସୁରକ୍ଷା ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କୁ ଲଜ୍ଜିତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ଗଣମାଧ୍ୟମରେ ପ୍ରଦର୍ଶିତ ଚିତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କେବଳ ସାଧାରଣ ଭାବେ ନିଆଯାଇନି ବରଂ ଏହି ବିଭ୍ରାଟରେ ରାଜ୍ୟସରକାରଙ୍କ ସମ୍ପୃକ୍ତି ଥିବା ଚିଠିରେ ଉଲ୍ଲେଖ ରହିଛି।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ରାଜ୍ୟସରକାରଙ୍କ ଦାୟିତ୍ୱ ବୋଲି ଚିଠରେ ଉଲ୍ଲେଖ ରହିଛି। ପ୍ରଧାନମନ୍ତ୍ରୀଙ୍କୁ ଏସକଟ୍ ପାଇଁ ବିକଳ୍ପ ରୁଟ୍ ରାଜ୍ୟକୁ ଭଲ ଭାବେ ଜଣା । ସେହି ଅନୁଯାୟୀ, ଯୋଜନା ହୋଇ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ସ୍ଥିର ହୋଇଥାଏ। ହେଲେ ଗତକାଲି ପ୍ରଧାନମନ୍ତ୍ରୀ ଗସ୍ତରେ ସମ୍ପୂର୍ଣ୍ଣ ଅବହେଳା କରାଯାଇଥିବା ଅଭିଯୋଗ କରାଯାଇଛି। ଇତିହାସରେ କେବେ ଏମିତି ଘଟଣା ଘଟିନଥଲା। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ରୁଟ ଚାର୍ଟର ଲିକ୍‌ କରାଯାଇଥିବା ସନ୍ଦେହ କରାଯାଇଛି । ଏହି ଘଟଣା ପଛର ଥିବା ପୁଲିସ ଅଧିକାରୀ ଏବଂ ପଞ୍ଜାବ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos