ଶାହାରୁଖ୍‌ ଖାନ୍‌ଙ୍କ ପୁଅ ସପକ୍ଷରେ ବାହାରି ଫସିଲେ ମେହବୁବା ମୁଫତି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ଆର୍ଯ୍ୟନ୍‌ ଖାନ୍‌ଙ୍କୁ ନେଇ ମେହବୁବା ମୁଫତି ଦେଇଥିବା ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ସମ୍ପୃକ୍ତ ଓକିଲ ଥାନାରେ ଅଭିଯୋଗ କରିଛନ୍ତି । ଏଥିସହ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସେ ଅନୁରୋଧ କରିଛନ୍ତି। ଆଜି ଶାହାରୁଖ୍‌ ଖାନ୍‌ଙ୍କ ପୁଅ ସପକ୍ଷରେ ବାହାରି ମେହବୁବା ମୁଫତି ଏକ ଟ୍ୱିଟ୍‌ କରିଥିଲେ। Instead of making an example out of a Union […]

Mehbooba Mufti

Mehbooba Mufti

Tapas Behera
  • Published: Monday, 11 October 2021
  • Updated: 11 October 2021, 07:17 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ଆର୍ଯ୍ୟନ୍‌ ଖାନ୍‌ଙ୍କୁ ନେଇ ମେହବୁବା ମୁଫତି ଦେଇଥିବା ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ସମ୍ପୃକ୍ତ ଓକିଲ ଥାନାରେ ଅଭିଯୋଗ କରିଛନ୍ତି । ଏଥିସହ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସେ ଅନୁରୋଧ କରିଛନ୍ତି। ଆଜି ଶାହାରୁଖ୍‌ ଖାନ୍‌ଙ୍କ ପୁଅ ସପକ୍ଷରେ ବାହାରି ମେହବୁବା ମୁଫତି ଏକ ଟ୍ୱିଟ୍‌ କରିଥିଲେ।
https://twitter.com/MehboobaMufti/status/1447448001169936386?s=20

କେବଳ ‘ଖାନ୍‌’ ସରନେମ ଯୋଗୁ ଶାହାରୁଖ୍‌ ଖାନ୍‌ଙ୍କ ପୁଅକୁ ଟାର୍ଗେଟ କରାଯାଉଛି ବୋଲି ମେହବୁବା ମୁଫତି କହିଥିଲେ। ମୁସଲିମାନଙ୍କୁ  ମଧ୍ୟ ଟାର୍ଗେଟ କରାଯାଉଛି ବୋଲି ସେ କହିଛନ୍ତି । ଏହାକୁ ନେଇ ଦିଲ୍ଲୀ ସ୍ଥିତ ଜଣେ  ଓକିଲ ମେହବୁବା ମୁଫତିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ସାମ୍ପ୍ରଦାୟିକ ବିଭେଦତା ସୃଷ୍ଟି ପାଇଁ ମେହବୁବା ମୁଫତିଙ୍କ ବିରୋଧରେ ଆଇପିସିରେ ଥିବା ସମସ୍ତ ଧାରା ବ୍ୟବହାର କରାଯାଇ ମାମଲା କରିବାକୁ ସେ ନିବେଦନ କରିଛନ୍ତି । ମେହବୁବା ତାଙ୍କ ବିବୃତ୍ତିରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ଚାଷୀ ହତ୍ୟା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆର୍ଯ୍ୟନ୍‌ ଖାନ୍‌ଙ୍କ ପଛରେ ପଡ଼ିଛନ୍ତି। ସେପଟେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ଆସନ୍ତା ବୁଧବାର ଧାର୍ଯ୍ୟ କରାଯାଇଛି। ଆଜି ‘ଏନ୍‌ଡିପିଏସ୍‌’ ଅଦାଲତରେ ଆର୍‌ୟନ୍‌ଙ୍କ ଓକିଲ ନୂଆ ଜାମିନ ଆବେଦନ ଦାଖଲ କରିବା ପରେ ଶୁଣାଣି ଆରମ୍ଭ ହୋଇଥିଲା। ଜାମିନ ଆବେଦନର ଉତ୍ତର ଦାଖଲ କରିବାକୁ ନୋଟିସ୍‌ ଦିଆଯିବା ପରେ ‘ଏନ୍‌ସିବି’ର କାଉନ୍‌ସେଲ୍‌ କହିଲେ ଯେ, ଅନେକ ଜାମିନ ଆବେଦନ ପଡ଼ି ରହିଥିବାରୁ ଏହାର ଜବାବ ଦାଖଲ କରିବାକୁ ସପ୍ତାହେ ସମୟ ଲାଗିବ।

ଗତ ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଥିଲା। ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ଧରାପଡିଥିଲେ। ଏହାପରେ କୋର୍ଟ ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।ଏବେ ଆର୍ଯ୍ୟନ୍‌ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ଅଛନ୍ତି। ଶୁକ୍ରବାର ମୁମ୍ବାଇ କିଲା କୋର୍ଟ ଆର୍ଯ୍ୟନ୍‌ଙ୍କ ସମେତ ଅରବାଚ ମର୍ଚ୍ଚେଣ୍ଟ, ମୁନ୍‌ ମୁନ୍‌ ଧମେଚା ଓ ଅନ୍ୟମାନଙ୍କୁ ଜାମିନ ଆବେଦନ ଖାରଜ କରିଦେଇଥିଲେ।  ଏହାପରେ ଆର୍ଯ୍ୟନ୍‌ଙ୍କ ଓକିଲ ସତୀଶ ମାନସିନ୍ଦେ ଉପରସ୍ଥ ସ୍ୱତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos