ଅନ୍ଧାର ହୋଇଯିବ ଅଧା ଭାରତ!

ନୂଆଦିଲ୍ଲୀ: ଅଧା ଭାରତରେ ଛାଇଯିବ ଅନ୍ଧକାର। ଘନେଇଲାଣି ବିଦ୍ୟୁତ ସଙ୍କଟ। ଦେଖାଦେଲାଣି କୋଇଲା ଅଭାବ। ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି। ଏହି ରାଜ୍ୟଗୁଡିକର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କିଛି ଦିନ ପାଇଁ ହିଁ କେବଳ କୋଇଲା ଷ୍ଟକ୍ ଅଛି। ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଅଧା ଭାରତ ବ୍ଲାକଆଉଟ୍‌ ହୋଇଯିବ। କୋଇଲା ଯୋଗାଣକୁ ସ୍ୱାଭାବିକ କରିବାକୁ […]

Power Crisis

Power Crisis

Madhupriya Mistry
  • Published: Sunday, 10 October 2021
  • Updated: 10 October 2021, 11:34 AM IST

Sports

Latest News

ନୂଆଦିଲ୍ଲୀ: ଅଧା ଭାରତରେ ଛାଇଯିବ ଅନ୍ଧକାର। ଘନେଇଲାଣି ବିଦ୍ୟୁତ ସଙ୍କଟ। ଦେଖାଦେଲାଣି କୋଇଲା ଅଭାବ। ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି। ଏହି ରାଜ୍ୟଗୁଡିକର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କିଛି ଦିନ ପାଇଁ ହିଁ କେବଳ କୋଇଲା ଷ୍ଟକ୍ ଅଛି। ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଅଧା ଭାରତ ବ୍ଲାକଆଉଟ୍‌ ହୋଇଯିବ।

କୋଇଲା ଯୋଗାଣକୁ ସ୍ୱାଭାବିକ କରିବାକୁ ଏହି ରାଜ୍ୟଗୁଡିକ କେନ୍ଦ୍ର ସରକାର ଏବଂ ଶକ୍ତି ମନ୍ତ୍ରଣାଳୟକୁ ଗୁହାରି କରିଛନ୍ତି। ଯଦି ଏହି ସମସ୍ୟା ସମାଧାନ ନହୁଏ ତେବେ ସେମାନଙ୍କୁ ବ୍ଲାକ ଆଉଟ୍‌ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ସେପଟେ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିଜୁଳି କାଟ୍‌ ଆରମ୍ଭ ହୋଇଯାଇଛି।

ତେବେ ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ଖୁବଶୀଘ୍ର ଏହି ସଙ୍କଟ ଦୂର ହୋଇଯିବ ବୋଲି ଶକ୍ତି ମନ୍ତ୍ରଣାଳୟ ଦାବି କରିଛି। କୋଇଲା ମନ୍ତ୍ରଣାଳୟ ମଧ୍ୟ ସପ୍ତାହରେ ଦୁଇଥର କୋଇଲା ଷ୍ଟକ୍ ସମୀକ୍ଷା କରିବା ପାଇଁ ଦୁଇଟି ଟିମ୍‌ ଗଠନ କରିଛି।

ବିଦ୍ୟୁତ ସଙ୍କଟ କାହିଁକି ଦେଖାଦେଲା ? ତା'ର ୪ଟି କାରଣ ରହିଛି

- ଅର୍ଥବ୍ୟବସ୍ଥାରେ ସୁଧାର ଆସିବା ପରେ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଛି।

- ସେପ୍ଟେମ୍ବରରେ କୋଇଲା ଖଣି ଆଖପାଖ ସ୍ଥାନରେ ଅଧିକ ବର୍ଷା ହେତୁ କୋଇଲା ଉତ୍ପାଦନ ପ୍ରଭାବିତ ହୋଇଛି।

- ବିଦେଶରୁ ଆସୁଥିବା କୋଇଲାର ମୂଲ୍ୟ ବୃଦ୍ଧି ପାଇଲା। ଫଳରେ ଘରୋଇ କୋଇଲା ଉପରେ ନିର୍ଭରଶୀଳତା ବଢ଼ିଲା।

- ମୌସୁମୀ ଆରମ୍ଭ ପୂର୍ବରୁ କୋଇଲା ଷ୍ଟକ୍ ରଖାଗଲା ନାହିଁ।

ସୂଚନାଯୋଗ୍ୟ, ଦେଶର ଥର୍ମାଲ ପାଓ୍ଵାର ପ୍ଲାଣ୍ଟରେ କୋଇଲାର ଘୋର ଅଭାବ ଦେଖା ଦେଇଛି। ଦେଶର ୧୩୫ ପ୍ଲାଣ୍ଟରେ କୋଇଲାରୁ ବିଜୁଳି ଶକ୍ତି ଉତ୍ପାଦନ ହୋଇଥାଏ। ଏଥିରୁ ମୋଟ୍ ଚାହିାଦର ୭୦% ବିଜୁଳି ମିଳିଥାଏ। ଏହି ସବୁ ପ୍ଲାଣ୍ଟମାନଙ୍କରେ ତିନି ଦିନରୁ କମ ସମୟରେ କୋଇଲା ଗଚ୍ଛିତ ଅଛି। ଏଥିସହ ରାଜସ୍ଥାନ, ତାମିଲନାଡୁ ଏବଂ ଓଡିଶା ପରି କୋଇଲା ସମ୍ବଳ ରାଜ୍ୟରେ ମଧ୍ୟ କୋଇଲାର ଗମ୍ଭୀର ସଙ୍କଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos