ଖରାରେ ବୁଲିବୁଲି ଲୋକଙ୍କୁ କରୋନା କଟକଣା ମାନିବାକୁ କହୁଛନ୍ତି ଗର୍ଭବତୀ ଡିଏସ୍‌ପି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗର୍ଭବତୀ ଥିଲେ ମଧ୍ୟ କରୋନା ସମୟରେ ଦେଶ ତଥା ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ଭୁଲି ନାହାନ୍ତି ମହିଳା ଡିଏସ୍‌ପି ଶିଳ୍ପା ସାହୁ। କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ମାନିବା ପାଇଁ ସେ ଅନ୍ୟ ପୁଲିସ୍‌ ଅଧିକାରୀଙ୍କ ସହ ମିଶି ଢୁଢୁ ଖରାରେ ବୁଲି ଲୋକଙ୍କୁ ବୁଝାଉଛନ୍ତି। ଏଥିସହ ଲୋକମାନେ କଟକଣାକୁ ମାନୁଛନ୍ତି କି ନାହିଁ, ତା’ର ଯାଞ୍ଚ ମଧ୍ୟ କରୁଛନ୍ତି। ହାତରେ ବାଡ଼ି ଧରି ଗର୍ଭବତୀ ଡିଏସ୍‌ପି ଶିଳ୍ପା ଲୋକଙ୍କୁ […]

DSP

DSP

Hemant Lenka
  • Published: Tuesday, 20 April 2021
  • Updated: 20 April 2021, 06:10 PM IST

Sports

Latest News

ନୂଆଦିଲ୍ଲୀ: ଗର୍ଭବତୀ ଥିଲେ ମଧ୍ୟ କରୋନା ସମୟରେ ଦେଶ ତଥା ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ଭୁଲି ନାହାନ୍ତି ମହିଳା ଡିଏସ୍‌ପି ଶିଳ୍ପା ସାହୁ। କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ମାନିବା ପାଇଁ ସେ ଅନ୍ୟ ପୁଲିସ୍‌ ଅଧିକାରୀଙ୍କ ସହ ମିଶି ଢୁଢୁ ଖରାରେ ବୁଲି ଲୋକଙ୍କୁ ବୁଝାଉଛନ୍ତି। ଏଥିସହ ଲୋକମାନେ କଟକଣାକୁ ମାନୁଛନ୍ତି କି ନାହିଁ, ତା’ର ଯାଞ୍ଚ ମଧ୍ୟ କରୁଛନ୍ତି। ହାତରେ ବାଡ଼ି ଧରି ଗର୍ଭବତୀ ଡିଏସ୍‌ପି ଶିଳ୍ପା ଲୋକଙ୍କୁ କଟକଣା ମାନିବା ପାଇଁ ବୁଝାଉଥିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଛତିଶଗଡ଼ର ନକ୍ସଲ ପ୍ରବଣ ବସ୍ତର ଡିଭିଜନରେ ଶିଳ୍ପା ସାହୁଙ୍କ ପୋଷ୍ଟିଂ ହୋଇଛି। ଏବେ ଛତିଶଗଡ଼ରେ କରୋନା ସଂକ୍ରମର ହୁହୁ ହୋଇ ବଢ଼ିବାରେ ଲାଗିଛି। ଏଥିପାଇଁ ସରକାର ଏକାଧିକ କଟକଣା ଲାଗୁ କରିଛନ୍ତି। ଏହାକୁ ଲୋକମାନେ ପାଳନ କରୁଛନ୍ତି କି ନାହିଁ, ତା’କୁ ପୁଲିସ୍‌ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

ଏହିକ୍ରମରେ ଡିଏସ୍‌ପି ଶିଳ୍ପା ସାହୁ ମଧ୍ୟ ନିଜ କର୍ତ୍ତବ୍ୟ କରିବାରେ ଲାଗିଛନ୍ତି। ବର୍ତ୍ତମାନ ସେ ଗର୍ଭବତୀ ଥିଲେ ହେଁ ଗୋଟିଏ ଜନଗହଳୀ ପୂର୍ଣ୍ଣ ସ୍ଥାନରେ ବାଡ଼ି ଧରି ଛିଡ଼ା ହୋଇଛନ୍ତି। ପ୍ରବଳ ଖରା ସତ୍ତ୍ୱେ ସେ ମୁହଁରେ ମାସ୍କ ଲଗାଇ ଗାଡ଼ି ନେଇ ଯାଉଥିବା ଲୋକଙ୍କୁ କରୋନା କଟକଣା ମାନିବା ପାଇଁ ବୁଝାଉଛନ୍ତି। ସମସ୍ତଙ୍କୁ ସେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବା ପାଇଁ ନିବେଦନ କରୁଛନ୍ତି।

କରୋନା ଯୋଦ୍ଧାମାନେ ଆମକୁ ସୁରକ୍ଷିତ ରଖିବା ପାଇଁ କେମିତି ପରିଶ୍ରମ କରୁଛନ୍ତି, ତାହା ଏହି ଭିଡିଓରୁ ହିଁ ସ୍ପଷ୍ଟ ହେଉଛି। ଶିଳ୍ପା ସାହୁ ଗର୍ଭବତୀ ଅଛନ୍ତି। ସେ ରାସ୍ତାରେ ଛିଡ଼ା ହୋଇ ଲୋକଙ୍କୁ ସତର୍କ କରାଉଥିବାରୁ ତାଙ୍କ ପ୍ରତି ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି।

ସେ ସଂକ୍ରମିତ ହେଲେ, ତାଙ୍କ ପେଟରେ ଥିବା ପିଲା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇପାରେ। ତଥାପି ସେ ସବୁକିଛିକୁ ବେଖାତିର କରି ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କୁ ସାଲ୍ୟୁଟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story