ରାଷ୍ଟ୍ରପତିଙ୍କର ବାଇପାସ ସର୍ଜରୀ ହୋଇପାରେ
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବାଇପାସ ସର୍ଜରୀ ହୋଇପାରେ ବୋଲି ଜଣାପଡ଼ିଛି। ଏ ନେଇ ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି। ଏବେ ମାର୍ଚ୍ଚ ୩୦ରେ ରାଷ୍ଟ୍ରପତିଙ୍କର ବାଇପାସ ସର୍ଜରୀ ହୋଇପାରେ ବୋଲି ସୂଚନା ରହିଛି।
ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆର୍ମି ହସ୍ପିଟାଲ ରିପୋର୍ଟରେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ରାଷ୍ଟ୍ରପତିଙ୍କୁ ସ୍ଥାନାନ୍ତର କରାଯାଇଛି।
President Ram Nath Kovind has been shifted to AIIMS, Delhi, today afternoon. Post investigations, doctors have advised him to undergo a planned bypass procedure which is expected to be performed on the morning of March 30. His health is stable: President's Secretariat pic.twitter.com/hxQNb0dlq5
— ANI (@ANI) March 27, 2021
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ ହେବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ୍ ହୋଇଥିଲା। ମୋଦି ରାଷ୍ଟ୍ରପତିଙ୍କ ପୁଅଙ୍କ ସହ କଥା ହୋଇଥିଲେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ କରୋନାର ପ୍ରଥମ ଡୋଜ୍ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।