ପୁଣି ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, କାଲି ସାଜିବେ ବର

ଚଣ୍ଡିଗଡ: ବାଜିବ ଶାହାନାଇ, ସାଜିବେ ବର। ପୁଣି ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ହାତକୁ ଦି ହାତ ହେବେ ୪୮ ବର୍ଷୀୟ ମୁଖ୍ୟମନ୍ତ୍ରୀ ଭଗବୱନ୍ତ ସିଂହ ମାନ। ଡକ୍ଟର ଗୁରପ୍ରିତ କୌରଙ୍କ ସେ ଧରିବେ ହାତ।
ଚଣ୍ଡିଗଡ଼ରେ ଏହି ବିବାହ ଅନୁଷ୍ଠିତ ହେବ। ଏହି ବିବାହ ସମାରୋହ ମୁଖ୍ୟମନ୍ତ୍ରୀ ମାନଙ୍କ ବାସଭବନରେ ହେବା। ଏଥିରେ ଖୁବ କମ ଲୋକ ଯୋଗ ଦେବେ। କେବଳ ପରିବାର ଲୋକ ଓ କିଛି ଘନିଷ୍ଠ ସମ୍ପର୍କିୟଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହେବ। ଏହି ବିବାହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ପରିବାର ମଧ୍ୟ ସାମିଲ ହେବେ। ଗୁରୁବାର ହେବାକୁ ଥିବା ଏହି ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।
ସୂଚନାନୁସାରେ, ଭଗୱନ୍ତ ମାନଙ୍କ ମା’ ହରପାଲଙ୍କର ଇଚ୍ଛା ଥିଲା ଯେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପୁଣି ଥରେ ବିବାହ କରନ୍ତୁ। ମା’ ଏବଂ ଭଉଣୀ ମନପ୍ରୀତ କୌର ନିଜେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପାଇଁ ଝିଅକୁ ଖୋଜିଥିଲେ।
ଉଲ୍ଲେଖଯାଗ୍ୟ, ଭଗୱନ୍ତ ମାନ ୬ ବର୍ଷ ତଳେ ନିଜର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌରଙ୍କୁ ଛାଡପତ୍ର ହୋଇଥିଲେ। ଏବେ ତାଙ୍କର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌର ଏବଂ ତାଙ୍କର ପୁଅ-ଝିଅ ଆମେରିକାରେ ରୁହନ୍ତି। ୨୦୧୫ ମସିହାରେ, ଉଭୟଙ୍କ ଛାଡପତ୍ର ପରେ ଇନ୍ଦରପ୍ରୀତ ପିଲାମାନଙ୍କ ସହ ଆମେରିକା ଚାଲିଯାଇଥିଲେ। ତେବେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ପରେ ଏବେ ମାନ୍ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି।
୨୦୧୫ରେ ଛାଡପତ୍ର ପରେ ମାନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେଆର କରିଥିଲେ। ଏଥିରେ ସେ କହିଥିଲେ ଯେ ସେ ନିଜ ପରିବାରକୁ ପଛ କରି ପଞ୍ଜାବକୁ ବାଛିଛନ୍ତି। ରାଜନୀତି ପାଇଁ ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେଉଛନ୍ତି।
ତେବେ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ପରେ ଯେତେବେଳେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ସରକାର ଗଠନ କରିଥିଲା, ସେତେବେଳେ ମାନଙ୍କ ପୁଅ-ଝିଅ ଶପଥ ଗ୍ରହଣ ସମାରୋହକୁ ଆସିଥିବା ଦେଖିବାକୁ ମିଳିଥିଲା।
ଜଣେ ହାସ୍ୟ ଅଭିନେତାରୁ ରାଜନେତା ହୋଇଥିବା ଭଗୱନ୍ତ ମାନ୍ ୨୦୧୪ ମସିହାରେ ପ୍ରଥମ ଥର ପଞ୍ଜାବର ସଙ୍ଗୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ରେ ବି ଭଗୱନ୍ତ ମାନ ସଙ୍ଗୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୨୨ ରେ ସେ ସାଂସଦ ପଦରୁ ଇସ୍ତଫା ଦେଇ ଆମ୍ ଆଦମୀ ପାର୍ଟି ଟିକେଟରୁ ବିଧାୟକ ଭାବେ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
Punjab CM Bhagwant Mann will get married in a close private ceremony at his house in Chandigarh tomorrow with Dr Gurpreet Kaur. CM Delhi & AAP National convener Arvind Kejriwal will be in attendance. CM Mann was divorced from his earlier marriage almost 6 years back.
(file pic) pic.twitter.com/tC3Zd2LGfv
— ANI (@ANI) July 6, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।