ମୁଖ୍ୟମନ୍ତ୍ରୀ ହେଲେ, ପୁଅ ବାହାଘର କଲେ

ଅମ୍ରିତଶର: ବିବାହ ବନ୍ଧନରେ ଆବଦ୍ଧ ହେଲେ ପଞ୍ଜାବର ନବନିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ପୁଅ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପୁଅ ନବଜିତ ସିଂ ରବିବାର ହାତକୁ ଦି ହାତ ହୋଇଛନ୍ତି।  ମୋହାଲିରେ ନିରାଡ଼ମ୍ବର ଭାବେ ଏହି ବାହାଘର ହୋଇଥିଲା। ଇଞ୍ଜିନିୟରିଂ ପଢ଼ିଥିବା  ନବଜିତ ସିଂ ଏମବିଏ ଡିଗ୍ରୀ ହାସଲ କରିଥିବା  ସିମରନଙ୍କୁ ସାତଜନମର ସାଥୀ କରିଛନ୍ତି  । ମୁଖ୍ୟମନ୍ତ୍ରୀ   ଚରଣଜିତ୍ ସିଂ ଚନ୍ନି ବିବାହ ଭେନ୍ୟୁର ଆୟୋଜନ କରିଥିଲେ। ଗୁରୁଦ୍ୱାର ସଚ୍ଚା ଧନ ସାହିବରେ ଏହି ଉତ୍ସବ […]

cm

cm

Tapas Behera
  • Published: Sunday, 10 October 2021
  • Updated: 10 October 2021, 07:00 PM IST

Sports

Latest News

ଅମ୍ରିତଶର: ବିବାହ ବନ୍ଧନରେ ଆବଦ୍ଧ ହେଲେ ପଞ୍ଜାବର ନବନିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ପୁଅ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପୁଅ ନବଜିତ ସିଂ ରବିବାର ହାତକୁ ଦି ହାତ ହୋଇଛନ୍ତି।  ମୋହାଲିରେ ନିରାଡ଼ମ୍ବର ଭାବେ ଏହି ବାହାଘର ହୋଇଥିଲା।

ଇଞ୍ଜିନିୟରିଂ ପଢ଼ିଥିବା  ନବଜିତ ସିଂ ଏମବିଏ ଡିଗ୍ରୀ ହାସଲ କରିଥିବା  ସିମରନଙ୍କୁ ସାତଜନମର ସାଥୀ କରିଛନ୍ତି  । ମୁଖ୍ୟମନ୍ତ୍ରୀ   ଚରଣଜିତ୍ ସିଂ ଚନ୍ନି ବିବାହ ଭେନ୍ୟୁର ଆୟୋଜନ କରିଥିଲେ। ଗୁରୁଦ୍ୱାର ସଚ୍ଚା ଧନ ସାହିବରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଯେଉଁଠି ‘ଆନନ୍ଦ କରଜ’ ଏବଂ ପଞ୍ଜାବୀ ପରମ୍ପରା ଅନୁଯାୟୀ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେପ୍ଟେମ୍ବରରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ  ଚରଣଜିତ ସିଂ ଚନ୍ନି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।

ଚମକୌରସାହିବର ତିନିଥର ବିଧାୟକ ଚରଣଜିତ ସିଂ ପୂର୍ବରୁ ପଞ୍ଜାବର ବୈଷୟିକ ଶିକ୍ଷା ଏବଂ ଶିଳ୍ପ ତାଲିମ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos