ସିଦ୍ଧୁ କହିଲେ- ପାକିସ୍ତାନ ପ୍ରଧାନମନ୍ତ୍ରୀ ମୋ ବଡ଼ ଭାଇ

ଚଣ୍ଡିଗଡ: ପୁଣି ଚର୍ଚ୍ଚାରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ। ସେ ପୁଣିଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଦେଖାଇଲେ ନିଜ ସହାନୁଭୂତି। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରନ ଖାନ୍‌ଙ୍କୁ ସେ ନିଜ ବଡ ଭାଇ ବୋଲି ମଧ୍ୟ କହିଦେଲେ। ଆଜି ପ୍ରଞ୍ଜାବ କଂଗ୍ରେସ ପ୍ରମୁଖ ନବଜୋତ ସିଂହ ସିଦ୍ଧୁ କରତାରପୁର କରିଡର ଯାଇଛନ୍ତି। ସେ ସେଠାରେ ଗୁରୁଦ୍ୱାରା ଯାଇ ପୂଜା କରିଛନ୍ତି। କରତାରପୁର କରିଡର ପହଞ୍ଚିବା ପରେ ସିଦ୍ଧୁଙ୍କୁ ବେଶ୍‌ ଧୂମଧାମରେ ସ୍ୱାଗତ କରାଯାଇଛି। ଏହି […]

Sidhu and Imaran

Sidhu and Imaran

Madhupriya Mistry
  • Published: Saturday, 20 November 2021
  • Updated: 20 November 2021, 02:11 PM IST

Sports

Latest News

ଚଣ୍ଡିଗଡ: ପୁଣି ଚର୍ଚ୍ଚାରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ। ସେ ପୁଣିଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଦେଖାଇଲେ ନିଜ ସହାନୁଭୂତି। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରନ ଖାନ୍‌ଙ୍କୁ ସେ ନିଜ ବଡ ଭାଇ ବୋଲି ମଧ୍ୟ କହିଦେଲେ।

ଆଜି ପ୍ରଞ୍ଜାବ କଂଗ୍ରେସ ପ୍ରମୁଖ ନବଜୋତ ସିଂହ ସିଦ୍ଧୁ କରତାରପୁର କରିଡର ଯାଇଛନ୍ତି। ସେ ସେଠାରେ ଗୁରୁଦ୍ୱାରା ଯାଇ ପୂଜା କରିଛନ୍ତି। କରତାରପୁର କରିଡର ପହଞ୍ଚିବା ପରେ ସିଦ୍ଧୁଙ୍କୁ ବେଶ୍‌ ଧୂମଧାମରେ ସ୍ୱାଗତ କରାଯାଇଛି। ଏହି ସମୟରେ ସିଦ୍ଧୁ କାରତାରପୁର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହମ୍ମଦ ଲତିଫଙ୍କ ସହ କଥା ହୋଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋର ବଡ଼ ଭାଇ ଭଳି। ସେ ମୋତେ ବହୁତ ଭଲପାଇବା ଦେଇଛନ୍ତି ବୋଲି ସିଦ୍ଧୁ କହିଥିଲେ।

ନଭେମ୍ବର ୧୮ରେ କରତାରପୁର ପରିଦର୍ଶନ କରିବା ପାଇଁ ନବଜୋତ ସିଦ୍ଧୁଙ୍କ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ତାଙ୍କ ନାମ ଗୃହ ମନ୍ତ୍ରଣାଳୟ ଦ୍ୱାରା ଶିଖ୍ ତୀର୍ଥଯାତ୍ରୀଙ୍କ ତୃତୀୟ ବ୍ୟାଚ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଗୁରୁବାର ଦିନ କରତାରପୁର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳରେ ସିଦ୍ଧୁଙ୍କ ନାମ ସାମିଲ କରାଯାଇ ନଥିଲା। ଗୁରୁପର୍ବର ଗୋଟିଏ ଦିନ ପରେ ନଭେମ୍ବର ୨୦ରେ କରତାରପୁର ସାହେବ ଗୁରୁଦ୍ୱାର ପରିଦର୍ଶନ କରୁଥିବା ଭିଆଇପିଙ୍କ ତୃତୀୟ ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ବୁଧବାର ବିଳମ୍ବିତ ରାତିରେ ସିଦ୍ଧୁଙ୍କୁ କୁହାଯାଇଥିଲା।

ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାର କ୍ରିକେଟରରୁ-ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁଙ୍କୁ ଦୁଇ ଦେଶ ମଧ୍ୟରେ ଶିଖ୍ ତୀର୍ଥଯାତ୍ରା ସ୍ଥଳ ଖୋଲିବାରେ ତାଙ୍କର ଭୂମିକା ପାଇଁ ପ୍ରଶଂସା କରିଥିଲେ। ୨୦୧୮ ରେ ଇମ୍ରାନ ଖାନ ଏବଂ ସିଦ୍ଧୁଙ୍କ ସମ୍ପର୍କ ଲାଇମଲାଇଟକୁ ଆସିଥିଲା ​​ଯେତେବେଳେ ସିଦ୍ଧୁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, କଂଗ୍ରେସରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂହ କହିଥିଲେ ସିଦ୍ଧୁ ଦେଶ ପାଇଁ ବିପଦ । ପଞ୍ଜାବ ସୀମା ବର୍ତ୍ତି ରାଜ୍ୟ ହୋଇଥିବାରୁ ସିଦ୍ଧୁଙ୍କୁ ଭରସା କରିବା ଭୁଲ୍। ଏହା ପୂର୍ବରୁ ସିଦ୍ଧୁ ଅଗଷ୍ଟ ୨୦, ୨୦୧୮ରେ ପାକିସ୍ତାନର ସେନା ମୁଖ୍ୟ ବାଜଓ୍ୱାଙ୍କୁ ସର୍ବସାଧାରଣରେ କୁଣ୍ଢାଇଥିଲେ। ଯାହାକୁ ନେଇ କଂଗ୍ରେସର ଶୀର୍ଷ ନେତା ନିରବ ରହିଥିଲେ। କିନ୍ତୁ ଅମରିନ୍ଦର ଏପରି ହାବଭାବକୁ ନେଇ ସିଦ୍ଧୁଙ୍କ ଉପରେ ବର୍ଷିଥିଲେ।

କଶ୍ମୀରରେ ଦେଖାଦେଇଥିବା ଅସ୍ଥିରତା ପାଇଁ ପାକିସ୍ତାନ ଦାୟୀ । କଶ୍ମୀରରେ ଆତଙ୍କବାଦୀଙ୍କୁ ଆଗକୁ ଆଣି ଅସ୍ଥିରତା ସୃଷ୍ଟି କରିବାରେ ପାକିସ୍ତାନ ସରକାର ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହି ସମୟରେ କଂଗ୍ରେସ ନେତାଙ୍କ ପାକିସ୍ତାନ ପ୍ରୀତି ଦଳକୁ ଅଡୁଆରେ ପକାଇପାରେ। ସିଦ୍ଧୁଙ୍କ ପୂର୍ବରୁ କଂଗ୍ରେସରେ ଥିବା ବେଳେ ମଣିଶଙ୍କର ଆୟରଙ୍କ ପାକିସ୍ତାନ ପ୍ରୀତି କଂଗ୍ରେସକୁ ଅଡୁଆରେ ପକାଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos