ପଞ୍ଜାବ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ କ୍ୟାପ୍ଟେନ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଜୋରଦାର କସରତ ଆରମ୍ଭ କରିଛନ୍ତି କ୍ୟାପ୍ଟେନ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ନିଜର ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଅମରିନ୍ଦର ସିଂ କହିଛନ୍ତି ଯେ, ଏହି ସମସ୍ତ ପ୍ରାର୍ଥୀଙ୍କର  ରାଜନୀତି କରିବାରେ ବେଶ ଦକ୍ଷ । ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଜଣାଶୁଣା ଚେହେରା। ଏହି ତାଲିକାରେ ଜଣେ ମହିଳା ଅଛନ୍ତି। ପୂର୍ବତନ […]

Amrinder

Amrinder

Tapas Behera
  • Published: Sunday, 23 January 2022
  • Updated: 23 January 2022, 04:10 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଜୋରଦାର କସରତ ଆରମ୍ଭ କରିଛନ୍ତି କ୍ୟାପ୍ଟେନ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ନିଜର ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଅମରିନ୍ଦର ସିଂ କହିଛନ୍ତି ଯେ, ଏହି ସମସ୍ତ ପ୍ରାର୍ଥୀଙ୍କର  ରାଜନୀତି କରିବାରେ ବେଶ ଦକ୍ଷ । ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଜଣାଶୁଣା ଚେହେରା। ଏହି ତାଲିକାରେ ଜଣେ ମହିଳା ଅଛନ୍ତି। ପୂର୍ବତନ ଶିରୋମଣି ଅକାଳୀ ଦଳ ବିଧାୟିକା ତଥା ସ୍ୱର୍ଗତ ଡିଜିପି ଇଜହର ଆଲାମ ଖାନଙ୍କ ପତ୍ନୀ ଫରଜାନା ଆଲମ ଖାନ ମାଲୱା ଅଞ୍ଚଳର ମଲେରକୋଟଲାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏଥିସହ କ୍ୟାପଟେନ ଅମରିନ୍ଦର ସିଂ ପଟିଆଲା ଅର୍ବାନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ୨୦୧୭ରେ କ୍ୟାପ୍ଟେନଙ୍କ ନେତୃତ୍ୱରେ କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନ ଜିତିଥିଲା। କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମାସରେ କଂଗ୍ରେସର ପଞ୍ଜାବ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ ତିକ୍ତତା କାରଣରୁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ। ଏଥିସହ କଂଗ୍ରେସକୁ ମଧ୍ୟ ଅଲବିଦା କହିଥିଲେ।

୮୦ ବର୍ଷୀୟ ଶ୍ରୀ ସିଂହ ପଞ୍ଜାବ ଲୋକ କଂଗ୍ରେସ ନାଁରେ ନୂଆ ଦଳ ଗଠନ କରିଛନ୍ତି। ସେ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବରେ ଏଥର ଜୋରଦାର ଲଢ଼େଇ ଦେଖିବାକୁ ମିଳିବ। କାରଣ କ୍ୟାପ୍ଟେନ ଓ ବିଜେପି ମେଣ୍ଟ କରିବାକୁ ଯାଉଥିବା ବେଳେ ଅକାଳୀ ଦଳ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସହ ହାତ ମିଳାଇଛି। ଏବେ କଂଗ୍ରେସ ଓ ମୁଖ୍ୟ ବିରୋଧୀ ଦଳ ଆମ ଆଦମୀ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos