ଆକ୍ସନ୍ ମୁଡ୍ରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ହସ୍ପିଟାଲର ଅସନା ବେଡ୍ରେ ଭିସିଙ୍କୁ ଶୁଆଇଲେ

ଚଣ୍ଡିଗଡ: ଆକ୍ସନ୍ ମୁଡ୍ରେ ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ। ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଆସି ଅସନା ବେଡ୍ ଦେଖି ରାଗିଗଲେ। ସେହି ଅସନା ବେଡ୍ ଉପରେ ଭାଇସ୍ ଚାନସଲର୍ଙ୍କୁ ଶୁଆଇ ଦେଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଫରିଦକୋଟ ଅଞ୍ଚଳରେ। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ଚେତନ ସିଂହ ଜୌଡାମାଜରା ଶୁକ୍ରବାର ଫରିଦକୋଟରେ ଥିବା ଏକ ହସ୍ପିଟାଲକୁ ହଠାତ ପରିଦର୍ଶନରେ ଯାଇଥିଲେ। ସମୟରେ ସେ ଡାକ୍ତରଖାନା ଭିତରେ ରୋଗୀଙ୍କ ପାଇଁ ରଖାଯାଇଥିବା ଶଯ୍ୟାକୁ ଦେଖିଥିଲେ। ଅନେକ ସ୍ଥାନରେ ଶଯ୍ୟାଗୁଡିକ ଅପରିଷ୍କାର ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ସେ ରାଗି ଯାଇଥିଲେ। ଏହା ଉପରେ ସେ ବାବା ଫରିଦ ୟୁନିର୍ଭସିଟି ଅଫ୍ ହେଲ୍ଥ ସାଇନ୍ସର ଭିସି ଡକ୍ଟର ରାଜ ବାହାଦୂରଙ୍କୁ ଏହି ଅପରିସ୍କାର ହସ୍ପିଟାଲ ବେଡ୍ ଉପରେ ଶୋଇବାକୁ କହିଥିଲେ। ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଡାକ୍ତର ରାଜ ବାହାଦୂର କିଛି ସମୟ ପାଇଁ ସେହି ଅପରିସ୍କାର ଶଯ୍ୟା ଉପରେ ଶୋଇଥିଲେ। ଏହି ସମୟରେ ମନ୍ତ୍ରୀ ତାଙ୍କୁ ସବୁକିଛି ଆପଣଙ୍କ ହାତରେ, ସବୁକିଛି ଆପଣଙ୍କ ହାତରେ ଅଛି ବୋଲି କହିଥିବା ଶୁଣିବାକୁ ମିଳିଥିଲା।
Cheap theatrics of Aam Aadmi Party never ceases. Today the Vice Chancellor of Baba Farid Medical University,Raj Bahadur Singh was publicly humiliated by the Health minister Chetan Singh Jouramajra (+2 Pass).This type of mob behaviour will only demoralise our medical staff. pic.twitter.com/ZGJCbEPjhm
— Pargat Singh (@PargatSOfficial) July 29, 2022
ସୂଚନା ମୁତାବକ, ସ୍ୱାସ୍ଥ୍ୟମନ୍ତ୍ରୀ ଅଭିଯୋଗ ପାଇବା ପରେ ହିଁ ଏହି ଡାକ୍ତରଖାନା ପରିଦର୍ଶନରେ ଯାଇଥିଲେ। ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଦେଖି କଂଗ୍ରେସ ନେତା ପରଗଟ୍ ସିଂହ ଏକ ଟ୍ୱିଟ୍ କରି ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି। ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ ‘ଆମ୍ ଆଦମୀ ପାର୍ଟି ଶସ୍ତା ଲୋକପ୍ରିୟତା ପାଇଁ ସବୁ କିଛି କରିପାରିବ। ଆଜି ବାବା ଫରିଦ ମେଡିକାଲ ୟୁନିର୍ଭସିଟିର ଭିସି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସର୍ବସାଧାରଣରେ ଅପମାନିତ ହୋଇଥିଲେ। ଏହି ପ୍ରକାର ଆଚରଣ କେବଳ ଡାକ୍ତରୀ କର୍ମଚାରୀଙ୍କ ମନୋବଳକୁ ଦୁର୍ବଳ କରିବ।’
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।