ସ୍ୱାଧୀନତା ଦିବସ ପୂର୍ବରୁ ପୁଲିସ ପଞ୍ଝାରେ ଦୁଇ ISI ଏଜେଣ୍ଟ

ଜୟପୁର: ସ୍ୱାଧୀନତା ଦିବସ ପୂର୍ବରୁ ପୁଲିସକୁ ମିଳିଛି ବଡ ସଫଳତା। ପଣ୍ଡ ହେଲା ଆତଙ୍କବାଦୀ ଆକ୍ରମଣ। ଧରାପଡିଲେ ଦୁଇ ଆଇଏସ୍‌ଆଇ ଏଜେଣ୍ଟ। ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ରାଜସ୍ତାନରୁ ଦୁଇ ଜଣ ସନ୍ଦିଗ୍ଧକୁ ପୁଲିସ ଗିରଫ କରିଛି। ଧରାପଡିଥିବା ଦୁଇ ଅଭିଯୁକ୍ତ ଭିଲୱାଡା ବାସିନ୍ଦା ୨୭ ବର୍ଷିୟ ନାରାୟଣ ଲାଲ ଗଦରି ଓ ଜୟପୁରର ୨୪ ବର୍ଷିୟ କୁଲଦୀପ ସିଂହ ଶେଖାୱତ ବୋଲି ଜଣାପଡିଛି। ଗୁପ୍ତଚର ଏଜେନ୍ସି ସେମାନଙ୍କୁ ମିଳିତ ଭାବେ ପଚରାଉଚରା ଜାରି ରଖିଛି। […]

two-pakistani-spies-arrested

two-pakistani-spies-arrested

Madhupriya Mistry
  • Published: Sunday, 14 August 2022
  • Updated: 14 August 2022, 12:48 PM IST

Sports

Latest News

ଜୟପୁର: ସ୍ୱାଧୀନତା ଦିବସ ପୂର୍ବରୁ ପୁଲିସକୁ ମିଳିଛି ବଡ ସଫଳତା। ପଣ୍ଡ ହେଲା ଆତଙ୍କବାଦୀ ଆକ୍ରମଣ। ଧରାପଡିଲେ ଦୁଇ ଆଇଏସ୍‌ଆଇ ଏଜେଣ୍ଟ। ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ରାଜସ୍ତାନରୁ ଦୁଇ ଜଣ ସନ୍ଦିଗ୍ଧକୁ ପୁଲିସ ଗିରଫ କରିଛି। ଧରାପଡିଥିବା ଦୁଇ ଅଭିଯୁକ୍ତ ଭିଲୱାଡା ବାସିନ୍ଦା ୨୭ ବର୍ଷିୟ ନାରାୟଣ ଲାଲ ଗଦରି ଓ ଜୟପୁରର ୨୪ ବର୍ଷିୟ କୁଲଦୀପ ସିଂହ ଶେଖାୱତ ବୋଲି ଜଣାପଡିଛି। ଗୁପ୍ତଚର ଏଜେନ୍ସି ସେମାନଙ୍କୁ ମିଳିତ ଭାବେ ପଚରାଉଚରା ଜାରି ରଖିଛି।

ଅଧିକାରୀ କହିଛନ୍ତି ଯେ ଗଦରୀ ପାକିସ୍ତାନୀ ହ୍ୟାଣ୍ଡେଲର୍ସମାନଙ୍କୁ ଅନେକ କମ୍ପାନୀର ସିମ୍ କାର୍ଡ ଯୋଗାଉଥିଲା, ଯାହା ସୋସାଲ ମିଡିଆ ଆକାଉଣ୍ଟ ଚଳାଇବା ପାଇଁ ପାକିସ୍ତାନୀ ହ୍ୟାଣ୍ଡେଲର୍ ଦ୍ୱାରା ବ୍ୟବହୃତ ହୋଇଥିଲା। ଅନ୍ୟପକ୍ଷରେ କୁଲଦୀପ ସିଂହ ଶେଖାୱତ ପାଲିର ଏକ ମଦ ଦୋକାନରେ ସେଲ୍ସମ୍ୟାନ୍‌ ଭାବେ କାମ କରୁଥିଲେ। ସେ ଜଣେ ପାକିସ୍ତାନୀ ମହିଳା ହ୍ୟାଣ୍ଡେଲର୍‌ଙ୍କ ସହ ଯୋଗାଯୋଗରେ ଥିଲେ।

ତଦନ୍ତ ସଂସ୍ଥାର ମହାନିର୍ଦ୍ଦେଶକ ଉମେଶ ମିଶ୍ରାଙ୍କ ସୂଚନା ମୁତାବକ, କୁଲଦୀପ ଶେଖୱାତ ସୋସାଲ ମିଡିଆରେ ବନ୍ଧୁତା କରିବା ପରେ ସେନା କର୍ମଚାରୀଙ୍କଠାରୁ ଗୁପ୍ତ ସୂଚନା ଯୋଗାଡ କରି ପାକିସ୍ତାନ ଏଜେଣ୍ଟକୁ ପଠାଉଥିଲା। ସେ ମହିଳା ଓ ନକଲି ସେନା ଯବାନ ବେଶରେ ସୋଶାଲ ମିଡିଆ ଆକାଉଣ୍ଟ ହ୍ୟାଣ୍ଡେଲ କରୁଥିଲା। ଉଭୟ ଗଦରୀ ଓ କୁଲଦୀପ ଗୁପ୍ତଚର ଏବଂ ପାକିସ୍ତାନୀ ହ୍ୟାଣ୍ଡଲରମାନଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ପାଉଥିଲେ। ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଗୁପ୍ତଚର ଏଜେନ୍ସି ତରଫରୁ ଭାରତୀୟ ମୋବାଇଲ୍‌ ନମ୍ବରରୁ ଅନେକ ଫେକ୍‌ ସୋସାଲ ମିଡିଆ ଆକାଉଣ୍ଟ ଚାଲିଛି। ଏହି ସୋଶାଲ ମିଡିଆ ଆକାଉଣ୍ଟ ଜରିଆରେ ସେନା ଯବାନଙ୍କୁ ଫସାଇବାକୁ ଉଦ୍ୟମ କରୁଛି ପାକିସ୍ତାନ। ନିକଟରେ ହନିଟ୍ରାପର ଅନେକ ମାମଲା ମଧ୍ୟ ସାମ୍ନାକୁ ଆସିଛି।

https://twitter.com/ANI_MP_CG_RJ/status/1558502787356696576?s=20&t=ELC9-KGFV3JkCIJMIQszuA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos