ସୁରଟ: ଏକ ଦୁଷ୍କର୍ମ ଜନିତ ହତ୍ୟା ମାମଲାରେ ଶୁଣାଣି କରି ଆଜି ସୁରଟର ଏକ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକ ଜଣକ ହେଉଛନ୍ତି ୨୭ ବର୍ଷୀୟ ସୁଜିତ୍ ସାକେତ। ସୁଜିତ ଜଣେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାର ଶୁଣାଣି କରି ସୁରତର ସ୍ୱତନ୍ତ୍ର ପକ୍ସୋ କୋର୍ଟ ରାୟ ଦେବା ପରେ ଅଭିଯୁକ୍ତ ଜଣକ ବିଚାରପତିଙ୍କ ଉପରକୁ ଚପଲ ଫୋପାଡ଼ିଥିଲେ। ତେବେ ସୌଭାଗ୍ୟବସତଃ ଚପଲଟି ବିଚାରପତିଙ୍କ ଉପରେ ନବାଜି ଉଇଟନେସ୍ ବକ୍ସ ପାଖରେ ଖସିପଡ଼ିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁଜିତଙ୍କ ଘର ହେଉଛି ମଧ୍ୟପ୍ରଦେଶରେ। ଗତ ବର୍ଷ ଏପ୍ରିଲ ୩୦ରେ ସୁଜିତ ଜଣେ ନବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଜଣକ ଦାଦନ ଶ୍ରମିକଙ୍କ ଝିଅ। ନାବାଳିକା ଜଣକୁ ଏକୁଟିଆ ଦେଖି ଅଭିଯୁକ୍ତ ଜଣକ ତାକୁ ଚକୋଲଟେ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା।
ନାବାଳିକା ଜଣକୁ ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା। ପରେ ତାକୁ ବୀଭତ୍ସଭାବେ ହତ୍ୟା କରିଥିଲା। ଏନେଇ ଥନାରେ ଏତଲା ହୋଇଥିଲା । ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ତେବେ ଶୁଣାଣି ବେଳେ ୫୩ଟି ଦସ୍ତାବେଜ ବିଶିଷ୍ଟ ପ୍ରମାଣ ପତ୍ର ୨୬ ଜଣ ସାକ୍ଷୀଙ୍କ ବୟାନକୁ ଯାଞ୍ଚ କରି ପକ୍ସୋ କୋର୍ଟ ବିଚାରପତି ପିଏସ କାଲା ରାୟ ଶୁଣାଇଥିଲେ। ଅଭିଯୁକ୍ତର ନେଚୁରାଲ ଲାଇଫକୁ ଅଗ୍ରାଧିକାର ଦେଇ କୋର୍ଟ କେବଳ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଦୋଷୀ ସାବ୍ୟସ୍ତ ପରେ ଅଭିଯୁକ୍ତ ଜଣକ ବିଚାରପିତି ପିଏସ କାଲାଙ୍କ ଉପରକୁ ଚପଲ ଫୋପାଡ଼ିଥିଲେ ମଧ୍ୟ ତାହା ବାଜି ନଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।