୭୩ ବର୍ଷରେ ଜୀବନସାଥୀ ଖୋଜୁଛନ୍ତି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ

ମହୀଶୁର: ଏକ କନ୍ନଡ ଖବରକାଗଜର ମାଟ୍ରିମୋନିଆଲ ବିଜ୍ଞାପନରେ ଜଣେ ୭୩ ବର୍ଷୀୟ ମହିଳାଙ୍କ ବିବାହ ବିଜ୍ଞାପନକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଚର୍ଚ୍ଚା। ବିଜ୍ଞାପନ ଦେଇଥିବା ମହିଳା ଜଣଙ୍କ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ସେ ଏକୁଟିଆ ରହୁଛନ୍ତି। ସେଥିପାଇଁ ଏକ ଲାଇଫ୍ ପାର୍ଟନର ଚାହୁଁଛନ୍ତି। ମହିଳା ଜଣଙ୍କ ବିଜ୍ଞାପନରେ ଲେଖିଛନ୍ତି ଯେ ତାଙ୍କ ବୟସ ୭୩ ବର୍ଷ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ। ଜାତିରେ ସେ ବ୍ରାହ୍ମଣ। ସେ ତାଙ୍କଠୁ ବୟସରେ ବଡ଼ ଓ ସୁସ୍ଥ […]

marraiage-symbol

marraiage-symbol

Subhransu Sekhar
  • Published: Sunday, 28 March 2021
  • Updated: 28 March 2021, 06:26 PM IST

ମହୀଶୁର: ଏକ କନ୍ନଡ ଖବରକାଗଜର ମାଟ୍ରିମୋନିଆଲ ବିଜ୍ଞାପନରେ ଜଣେ ୭୩ ବର୍ଷୀୟ ମହିଳାଙ୍କ ବିବାହ ବିଜ୍ଞାପନକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଚର୍ଚ୍ଚା। ବିଜ୍ଞାପନ ଦେଇଥିବା ମହିଳା ଜଣଙ୍କ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ସେ ଏକୁଟିଆ ରହୁଛନ୍ତି। ସେଥିପାଇଁ ଏକ ଲାଇଫ୍ ପାର୍ଟନର ଚାହୁଁଛନ୍ତି।

ମହିଳା ଜଣଙ୍କ ବିଜ୍ଞାପନରେ ଲେଖିଛନ୍ତି ଯେ ତାଙ୍କ ବୟସ ୭୩ ବର୍ଷ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ। ଜାତିରେ ସେ ବ୍ରାହ୍ମଣ। ସେ ତାଙ୍କଠୁ ବୟସରେ ବଡ଼ ଓ ସୁସ୍ଥ ହୋଇଥିବା ଜୀବନସାଥୀଟିଏ ଖୋଜୁଛନ୍ତି। ଏଥିସହ ସେ ବ୍ରାହ୍ମଣ ଜାତିରୁ ହୋଇଥିବା ଦରକାର ବୋଲି ମହିଳା ଜଣଙ୍କ ବିଜ୍ଞାପନରେ ଉଲ୍ଲେଖ କରିଛନ୍ତି।

ଏହାପରେ ଟାଇମ୍ସ ଅଫ୍ ଇଣ୍ଡିଆ ଏହାକୁ ନେଇ ସଂପୃକ୍ତ ମହିଳାଙ୍କ ପ୍ରତିକ୍ରିୟା ଲୋଡ଼ିଥିଲା। ଯେଉଁଥିରେ ମହିଳା ଜଣଙ୍କ  କହିଛନ୍ତି ଯେ ତାଙ୍କର ବିବାହ ହୋଇଥିଲା। ହେଲେ ଛାଡପତ୍ର ହୋଇସାରିଛି। ତାଙ୍କ ବାପା, ମାଙ୍କର ଦେହାନ୍ତ ହୋଇସାରିଛି। ସେ ଏକୁଟିଆ ରହୁଛନ୍ତି। ହେଲେ ଅସୁସ୍ଥତା ପାଇଁ ଅନେକ ସମୟରେ ବସ୍‌ ଷ୍ଟପରୁ ଘରକୁ ଚାଲିକି ଯିବା ପାଇଁ ଭୟ କରୁଛନ୍ତି। ତାଙ୍କର ସମ୍ପର୍କୀୟମାନଙ୍କ ମଧ୍ୟରୁ କେହି ତାଙ୍କ ପାଖରେ ନାହାନ୍ତି। ତେଣୁ ଜୀବନର ବାକି ଦିନଗୁଡ଼ିକୁ ଭଲ ଭାବରେ କାଟିବା ପାଇଁ ସେ ଜଣେ ଜୀବନସାଥୀ ଦରକାର କରୁଛନ୍ତି। ତାଙ୍କର ଏହି ପଦକ୍ଷେପକୁ ଭିନ୍ନ ଭିନ୍ନ ଢଙ୍ଗରେ ଆଲୋଚନା କରାଯାଇପାରେ। କିନ୍ତୁ ଏହା ସତ ଯେ ସେ ଜଣଙ୍କ ସାହାରା ଚାହୁଁଛନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି।

[caption id="attachment_631015" align="aligncenter" width="650"] ଏକ କନ୍ନଡ ଖବରକାଗରେ ପ୍ରକାଶିତ ମହିଳାଙ୍କ ବିବାହ ବିଜ୍ଞାପନ[/caption]

ମହିଳା ଜଣଙ୍କର ଏଭଳି ଦୁଃସାହାସିକ ପଦକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ସମାଜସେବୀ ରୂପା ହାସନ। ସେ କହିଛନ୍ତି, ଆଜିର ସମାଜକୁ ଦେଖିଲେ ମହିଳା ଜଣଙ୍କ ବହୁତ ସାହାସିକତାର ସହ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଏକୁଟିଆପଣକୁ ଦୂର କରିବାକୁ ଏଭଳି ବିଜ୍ଞାପନ ଦେଇଛନ୍ତି। ହେଲେ ବିଜ୍ଞାପନଟିକୁ ଦେଖିବା ପରେ ଅନେକ ବ୍ୟକ୍ତି ଏହାର ଫାଇଦା ନେବାକୁ ଆଗ୍ରହ ପ୍ରକାଶ କରିପାରନ୍ତି।

ସେହିପରି ସାଇକୋଲୋଜି ପ୍ରଫେସର ରବୀଶ ବିଏନ କହିଛନ୍ତି, ମହିଳାଙ୍କର ଏଭଳି ବିଜ୍ଞାପନ ସମସ୍ତଙ୍କ ଆଖି ଖୋଲି ଦେଇଛି। ସେ ବୃଦ୍ଧ ହେବାପରେ କିଭଳି ଅବହେଳର ଶିକାର ହେଉଛନ୍ତି ଏଥିରୁ ଜଣାପଡ଼ିଛି। ଆଉ ବୟସ ବଢ଼ୁଥିବା ବେଳେ ଏକୁଟିଆପଣକୁ ମହିଳା ଜଣଙ୍କ ଭୟ କରୁଥିବା ବିଜ୍ଞାପନରୁ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି। ଆଜିର ସମାଜରେ ଯୌଥ ପରିବାର ନାହିଁ। ତେଣୁ ଲୋକମାନେ ଏକୁଟିଆ ହେବା ପରେ ମାନସିକ ଅବସାଦର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story