ଆର୍ଏସ୍ଏସ୍ ଅଫିସରେ ବୋମାମାଡ଼

ଥିରୁବନ୍ତପୁରମ୍: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତଥା ଆରଏସ୍ଏସ୍ ଅଫିସରେ ବୋମାମାଡ। କେରଳର କୁନ୍ନୁର ଜିଲ୍ଲାରେ ଥିବା ଆର୍ଏସ୍ଏସ୍ ଅଫିସରେ ଏଭଳି ବୋମାମାଡ ହୋଇଛି। ଯାହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନା ମୁତାବକ, ପୟ୍ୟାନୁର ଆର୍ଏସ୍ଏସ୍ ଅଫିସ ଉପରକୁ ଆଜି କିଛି ଦୁର୍ବୃତ୍ତ ବୋମାମାଡ କରିଛନ୍ତି। ଫଳରେ ଅଫିସର ଝରକା ଓ କବାଟ ସବୁ ଭାଙ୍ଗି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ପୁଲିସ କହିଛି।
କୁହାଯାଉଛି ଯେ, ଯେଉଁସ୍ଥାନରେ ଆର୍ଏସ୍ଏସ୍ର ଏହି ଅଫିସ ଅଛି ତା’ର ନିକଟରେ ହିଁ ଏକ ପୁଲିସ ଷ୍ଟେସନ ମଧ୍ୟ ଅଛି। ତେବେ କିଏ ସ କେଉଁ ଉଦ୍ଦେଶ୍ୟରେ ଏହି ବୋମାମାଡ କରିଛି ସେ ନେଇ କିଛି ସୂଚନା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୯ ତାରିଖରେ ଆର୍ଏସ୍ଏସ୍ ରାଜସ୍ଥାନରେ ହୋଇଥିବା କହ୍ନେୟାଲାଲ ହତ୍ୟା ଘଟଣାର ନିନ୍ଦା କରିଥିଲା। ଏଥିସହ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏଭଳି ଘଟଣାକୁ ବିରୋଧ କରି ଆଗକୁ ଆସିବାକୁ ନିବେଦନ କରିଥିଲା।
Kerala | Visuals from RSS office in Payyannur, Kannur which was allegedly bombed early this morning, leaving the window glass broken pic.twitter.com/ALjpuXNH2K
— ANI (@ANI) July 12, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।