ବିଜେପି ଦାବି ରହିଲା, ଉପ ନିର୍ବାଚନ ଶେଷ ଯାଏ ଧାରା ୧୪୪ ଜାରି ହେଲା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପ ନିର୍ବାଚନ ପୂର୍ବରୁ ବିଜେପି କରିଥିବା ଦାବି ଶେଷରେ କାର୍ଯ୍ୟକାରୀ ହୋଇଛି। ପ୍ରଚାରର ଶେଷ ଦିନରେ ଉତ୍ତେଜନା ପ୍ରକାଶ ପାଇବାରୁ ବିଜେପି ନିର୍ବାଚନ କମିଶନରଙ୍କୁ ଭେଟି ଭବାନୀପୁରରେ ମତଦାନ ଶେଷ ଯାଏ ୧୪୪ ଧାରା ଲାଗୁ କରିବାକୁ ଦାବି କରିଥିଲା। ଆଜି ନିର୍ବାଚନ କମିଶନ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଆଜି ସନ୍ଧ୍ୟା ୬.୩୦ରୁ ଭବାନୀପୁରରେ ୧୪୪ ଧାରା ଲାଗୁ ହୋଇଛି। ଏହା ସେପ୍ଟେମ୍ବର ୩୦ ଅର୍ଥାତ ଉପ ନିର୍ବାଚନ ଶେଷ ହେବା ଯାଏ […]

election

election

Hemant Lenka
  • Published: Tuesday, 28 September 2021
  • Updated: 28 September 2021, 08:18 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପ ନିର୍ବାଚନ ପୂର୍ବରୁ ବିଜେପି କରିଥିବା ଦାବି ଶେଷରେ କାର୍ଯ୍ୟକାରୀ ହୋଇଛି। ପ୍ରଚାରର ଶେଷ ଦିନରେ ଉତ୍ତେଜନା ପ୍ରକାଶ ପାଇବାରୁ ବିଜେପି ନିର୍ବାଚନ କମିଶନରଙ୍କୁ ଭେଟି ଭବାନୀପୁରରେ ମତଦାନ ଶେଷ ଯାଏ ୧୪୪ ଧାରା ଲାଗୁ କରିବାକୁ ଦାବି କରିଥିଲା।

ଆଜି ନିର୍ବାଚନ କମିଶନ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଆଜି ସନ୍ଧ୍ୟା ୬.୩୦ରୁ ଭବାନୀପୁରରେ ୧୪୪ ଧାରା ଲାଗୁ ହୋଇଛି। ଏହା ସେପ୍ଟେମ୍ବର ୩୦ ଅର୍ଥାତ ଉପ ନିର୍ବାଚନ ଶେଷ ହେବା ଯାଏ ବଳବତ୍ତର ରହିବ। ୧୪୪ ଧାରା ଲାଗୁ ହୋଇଥିବାରୁ ୪ ଜଣରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇ ପାରିବେ ନାହିଁ।

ବିଜେପି ଆଜି ଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନରଙ୍କୁ ଭେଟି ଭବାନୀପୁରରେ ୨୭ ତାରିଖରେ ଘଟିଥିବା ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଟିଏମସି କର୍ମୀମାନେ ପ୍ରଚାର ବେଳେ ବିଜେପି ନେତା ଦିଲୀପ ଘୋଷଙ୍କୁ ଆକ୍ରମଣ କରିଥିବା କଥା ଦଳ ପକ୍ଷରୁ କୁହାଯାଇଥିଲା।

ମତଦାନ ବେଳେ ମଧ୍ୟ ସମାନ ସ୍ଥିତି ଉପୁଜିବାର ଆଶଙ୍କା ଥିବା ବିଜେପି କହିବା ସହ ୧୪୪ ଧାରା ଲାଗୁ କରିବାକୁ ଦାବି କରିଥିଲା। ଏଥିସହ ଭବାନୀପୁରରେ କେନ୍ଦ୍ର ସୁରକ୍ଷାବଳଙ୍କୁ ମୁତୟନ କରିବାକୁ କହିଥିଲା। ହେଲେ ନିର୍ବାଚନ କମିଶନ କେବଳ ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୁଲିସ୍‌କୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି।

ଭବାନୀପୁରରେ ବିଜେପି ପ୍ରିୟଙ୍କା ତେବ୍ରିୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ସାମ୍ନାରେ ଅଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ମମତାଙ୍କୁ ଏହି ଉପ ନିର୍ବାଚନରେ ଯେମିତି ହେଲେ ଜିତିବାକୁ ପଡ଼ିବ। ଏଥିପାଇଁ ଟିଏମସି ଜୋରାଦାର ପ୍ରଚାର କରୁଛି। ବିଜେପି ମଧ୍ୟ ମମତାଙ୍କୁ ଝଟକା ଦେବାକୁ ଅଣ୍ଟା ଭିଡ଼ିଛି।

୨୭ ତାରିଖ ଦିନ ପ୍ରଚାର ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ପ୍ରଚାର କରୁଥିବା ବେଳେ ଟିଏମସି କର୍ମୀମାନେ ତାଙ୍କୁ ଠେଲା ପେଲା କରିଥିଲେ। ଏହାପରେ ଦିଲୀପଙ୍କ ସୁରକ୍ଷାକର୍ମୀମାନେ ସର୍ବସମ୍ମୁଖରେ ବିରୋଧ କରୁଥିବା ଲୋକଙ୍କୁ ବନ୍ଧୁକ ଦେଖାଇଥିଲେ।

ଏହାକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଥିଲା। ଏହାପରେ ବିଜେପି ନେତା ସ୍ୱପ୍ନ ଦାସଗୁପ୍ତାଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ମଣ୍ଡଳ କୋଲକାତାରେ ଥିବା ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ। ଦାସଗୁପ୍ତାଙ୍କ ବ୍ୟତୀତ ଏହି ପ୍ରତିନିଧି ମଣ୍ଡଳରେ ଶିଶିର ବାଜୋରିଆ ଓ ପ୍ରତାପ ବାନାର୍ଜୀ ରହିଥିଲେ। ସେମାନେ ଭୋଟିଂ ବେଳେ ବୁଥ ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳର ମୁତୟନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ଆଜି ମଧ୍ୟ ବିଜେପିର ଗୋଟିଏ ପ୍ରତିନିଧି ମଣ୍ଡଳ ଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story