ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ହାଇଦ୍ରାବାଦ: ଜଣେ ପୁଲିସ ବାବୁଙ୍କର ବିଭିନ୍ନ ଠିକଣାରେ ରେଡ୍ କରି ଦୁର୍ନୀତି ନିବାରଣ ବ୍ୟରୋ (ଏସିବି) ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆକଳନ କରିଛି। ଏହି ପୁଲିସ ଅଫିସରଙ୍କ ନାମ ୟେଲମାକୁରୀ ନରସିଂହ ରେଡ୍ଡୀ। ସେ ତେଲେଙ୍ଗାନର ଜଣେ ଏସିପି। ଏସିବି ତାଙ୍କର ୨୫ଟି ଠିକଣାରେ ରେଡ୍ କରିବା ପରେ ବେଆଇନ ସମ୍ପତ୍ତିର ତାଲିକା ପାଇଛି। ତେଲେଙ୍ଗାନାର ହାଇଦ୍ରାବାଦ, ୱାରଙ୍ଗାଲ୍, ଜଙ୍ଗୋନ୍, ନାଲଗୋଣ୍ଡା, କରିମନଗର ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ମୋଟ୍ ୨୫ଟି ସ୍ଥାନରେ […]

Senior Telangana Cop

Senior Telangana Cop

Subhransu Sekhar
  • Published: Thursday, 24 September 2020
  • Updated: 24 September 2020, 05:22 PM IST

ହାଇଦ୍ରାବାଦ: ଜଣେ ପୁଲିସ ବାବୁଙ୍କର ବିଭିନ୍ନ ଠିକଣାରେ ରେଡ୍ କରି ଦୁର୍ନୀତି ନିବାରଣ ବ୍ୟରୋ (ଏସିବି) ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆକଳନ କରିଛି। ଏହି ପୁଲିସ ଅଫିସରଙ୍କ ନାମ ୟେଲମାକୁରୀ ନରସିଂହ ରେଡ୍ଡୀ। ସେ ତେଲେଙ୍ଗାନର ଜଣେ ଏସିପି। ଏସିବି ତାଙ୍କର ୨୫ଟି ଠିକଣାରେ ରେଡ୍ କରିବା ପରେ ବେଆଇନ ସମ୍ପତ୍ତିର ତାଲିକା ପାଇଛି।

ତେଲେଙ୍ଗାନାର ହାଇଦ୍ରାବାଦ, ୱାରଙ୍ଗାଲ୍, ଜଙ୍ଗୋନ୍, ନାଲଗୋଣ୍ଡା, କରିମନଗର ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ମୋଟ୍ ୨୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଏସିବି।

ରାଧାକୋଣ୍ଡା ପୁଲିସ କମିଶନରଙ୍କ ଅଧୀନରେ ମାଲକଜଗିରିରେ ଏସିପି ରହିଛନ୍ତି। ନରସିଂହଙ୍କ ସମ୍ପତ୍ତିର ସରକାରୀ ମୂଲ୍ୟ ପ୍ରାୟ ୭.୫ କୋଟି ହେବ ବୋଲି ଜଣାପଡିଛି। ହେଲେ ବଜାର ମୂଲ୍ୟ ପ୍ରାୟ ୭୦ କୋଟି ବୋଲି ଏସିବି ପ୍ରତିକ୍ରିୟାରେ କହିଛି।

ଅନନ୍ତପୁରରେ ୫୫ ଏକରର ଚାଷ ଜମି, ମାଡପୁରର ସାଇବର ଟାୱାର ସମ୍ମୁଖରେ ୧,୯୬୦ ବର୍ଗ ମିଟରର ଚାରିଟି ପ୍ଲଟ୍,  ହାଫିଜପେଟରେ ଗୋଟିଏ ବ୍ୟବସାୟିକ ପ୍ଲଟ୍, ଦୁଇଟି ଘର, ୧୫ ଲକ୍ଷ ନଗଦ ଟଙ୍କା, ଦୁଇଟି ବ୍ୟାଙ୍କ ଲକର , ରିଅଲ୍ ଇଷ୍ଟେଟ୍ ଏବଂ ଅନ୍ୟାନ୍ୟ ବ୍ୟବସାୟରେ ଏହି ସରକାରୀ ଅଧିକାରୀ ଜଣଙ୍କ ସାମିଲ୍ ଥିଲେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos