ଏନ୍‌ସି ମୁଖ୍ୟ ଫାରୁକ୍‌ ଅବଦୁଲ୍ଲାଙ୍କୁ ଶକ୍ତ ଝଟ୍‌କା

ଜମ୍ମୁ: ଜମ୍ମୁରେ ନ୍ୟାସନାଲଲ କନଫରେନ୍ସକୁ(ଏନସି ) ଶକ୍ତ ଝଟକା। ଦଳର ଦୁଇ ପ୍ରମୁଖ ନେତା ଦେବେନ୍ଦ୍ର ରାଣା ଏବଂ ସୁରଜିତ ସିଂ ସ୍ଲାଥିଆ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସୋମବାର ସେମାନେ ଦିଲ୍ଲୀରେ ବିଜେପିରେ ଯୋଗଦେବା ସମ୍ଭାବନା ରହିଛି। ଦଳର ମୁଖ୍ୟ ଡ.ଫାରୁକ୍ ଅବଦୁଲ୍ଲା ଶ୍ରୀ ସ୍ଲାଥିଆ ଏବଂ ଶ୍ରୀ ରାଣାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।ଜମ୍ମୁ ଅଞ୍ଚଳର ଏନସିର ପ୍ରାଦେଶିକ ସଭାପତି ଥିବା ଶ୍ରୀ ରାଣା ଦଳ ଛାଡ଼ିବାକୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଉଭୟେ ଦଳର ପ୍ରାଥମିକ […]

faruk

faruk

Tapas Behera
  • Published: Sunday, 10 October 2021
  • Updated: 10 October 2021, 07:50 PM IST

Sports

Latest News

ଜମ୍ମୁ: ଜମ୍ମୁରେ ନ୍ୟାସନାଲଲ କନଫରେନ୍ସକୁ(ଏନସି ) ଶକ୍ତ ଝଟକା। ଦଳର ଦୁଇ ପ୍ରମୁଖ ନେତା ଦେବେନ୍ଦ୍ର ରାଣା ଏବଂ ସୁରଜିତ ସିଂ ସ୍ଲାଥିଆ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସୋମବାର ସେମାନେ ଦିଲ୍ଲୀରେ ବିଜେପିରେ ଯୋଗଦେବା ସମ୍ଭାବନା ରହିଛି। ଦଳର ମୁଖ୍ୟ ଡ.ଫାରୁକ୍ ଅବଦୁଲ୍ଲା ଶ୍ରୀ ସ୍ଲାଥିଆ ଏବଂ ଶ୍ରୀ ରାଣାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।ଜମ୍ମୁ ଅଞ୍ଚଳର ଏନସିର ପ୍ରାଦେଶିକ ସଭାପତି ଥିବା ଶ୍ରୀ ରାଣା ଦଳ ଛାଡ଼ିବାକୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଉଭୟେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସାନଭାଇ ହେଉଛନ୍ତି ଦେବେନ୍ଦ୍ର ରାଣା। ଶ୍ରୀ ରାଣା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ରାଜନୈତିକ ପରାମର୍ଶଦାତା ପଦବୀ ଛାଡିବା ପରେ ୨୦୧୧ରେ ଦଳରେ ପ୍ରାଦେଶିକ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଜମ୍ମୁ ପ୍ରଦେଶରେ ଏନସିର ଜଣେ ପ୍ରମୁଖ ନେତା ପରିଗଣିତ ହେଉଥିବା ଶ୍ରୀ ରାଣା କହିଛନ୍ତି ଯେ, ‘ଜମ୍ମୁ ଘୋଷଣା ନାମ’ ହେଉଛି ତାଙ୍କର ଏକ ମାତ୍ର ରାଜନୈତିକ ଲକ୍ଷ ଶ୍ରୀ ରାଣା କହିଛନ୍ତି ଯେ, ତାଙ୍କର ଏକମାତ୍ର ଚିନ୍ତା ଜମ୍ମୁର ସ୍ୱାର୍ଥ ଏବଂ ଏହି ଅଞ୍ଚଳର ଲୋକଙ୍କ ଇଚ୍ଛା ଏବଂ ଆକାଂକ୍ଷା ପୂରଣ କରିବା। ଏ ଦିଗରେ  'ଜମ୍ମୁ ଘୋଷଣାନାମା' ଏକ ପ୍ରୟାସ ବୋଲି ସେ କହିଛନ୍ତି। ଯେଉଁଠି ସବୁ ରାଜନୈତିକ ଦଳ ଏକାଠି ହେବା ଉଚିତ୍ ବୋଲି ସେ କହିଛନ୍ତି।  ଶ୍ରୀ ରାଣା ଜାନୁୟାରୀ ୩୦ରେ 'ଜମ୍ମୁ ଘୋଷଣାନାମା' ପ୍ରସ୍ତାବ ଦେଇଥିଲେ। ଜମ୍ମୁ କଶ୍ମୀରର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ସେ  ଏନସି ଛାଡ଼ିବା  ଛାଡିବା ଦଳ ପାଇଁ ଏକ ବଡ କ୍ଷତି କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ଲୋକମାନେ ଆସନ୍ତି ଏବଂ ଯାଆନ୍ତି । ତେଣୁ ଏନସି ଏକ ବଡ ଦଳ ହୋଇଥିବାରୁ ଦୁଇ ନେତାଙ୍କ ଇସ୍ତଫା ଏହା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ‘ଜମ୍ମୁ ଘୋଷଣାନାମା’ର ଉଦ୍ଦେଶ୍ୟକୁ ବିଜେପି ହିଁ ପୂରଣ କରିପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos