ମୋରେନା: ଶତାବ୍ଦୀ ଏକ୍ସପ୍ରେସ ଧକ୍କାରେ କଟିଗଲା ଗଧ। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁଃଖଦାୟକ। ଆଜି ଶତାବ୍ଦୀ ଏକ୍ସପ୍ରେସ୍ ଧକ୍କାରେ ଗୋଟିଏ ଗଧ ପ୍ରାଣ ହରାଇଥିବା ବେଳେ ଟ୍ରେନଟି ଦୁଇ ଘଣ୍ଟା ଧରି ଅଟକି ରହିଥିଲା। ମଧ୍ୟପ୍ରଦେଶର ମୋରେନା ଇଲାକାରେ ଏଭଳି ଘଟଣା ଘଟିଛି । ମୋରେନାଠାରୁ ୧୦ କିମି ଦୂର ହେସାମପୁର ରେଲୱେ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି।
ଦିଲ୍ଲୀରୁ ଭୋପାଳ ଅଭିମୁଖେ ଯାତ୍ରା କରୁଥିବା ଶତାବ୍ଦୀ ଏକ୍ସପ୍ରେସଟି ଭୋପାଳ ପହଞ୍ଚିବା ନିକଟବର୍ତ୍ତୀ ହୋଇଥିଲା। କିନ୍ତୁ ଆଜି ସକାଳ ୯ଟାରେ ଉକ୍ତ ସ୍ଥାନରେ ଟ୍ରାକ୍ରେ ଗଧଟି ଚାଲୁଥିବାରୁ ଗାଡ଼ି ଧକ୍କାରେ କଟିଯାଇଥିଲା। ତେବେ ଗଧଟି ଦୁଇଗଡ଼ ହୋଇ ଇଞ୍ଜିନରେ ଗୋଡ଼େଇ ହୋଇଯାଇଥିଲା। ଫଳରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କର ଥିଲା। କିନ୍ତୁ ସୌଭାଗ୍ୟବସତଃ ପାଇଲଟ ଟ୍ରେନଟିକୁ ସୁରକ୍ଷିତ ଭାବେ ଅଟକରାଇ ଦେଇଥିଲେ। ଏହା ପରେ ଇଞ୍ଜିନରେ ଖଣ୍ଡବିଖଣ୍ଡିତ ହୋଇ ଗୋଡ଼େଇ ହୋଇଥିବା ଗଧଟିକୁ ବାହାର କରାଯାଇଥିଲା।
ଏଥିପାଇଁ ଦୁଇଘଣ୍ଟା ସମୟ ଲାଗିଥିଲା। ଫଳରେ ଟ୍ରେନ୍ଟିକୁ ଅଟକିବାକୁ ପଡ଼ିଥିଲା । ପରେ ଟ୍ରେନ୍ଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା। ଏହି ଘଟଣାରେ ଆରପିଏଫ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ୧୨୦୦୨ ନମ୍ବର ବିଶିଷ୍ଟ ଶତାବ୍ଦୀ ଏକ୍ସପ୍ରେସଟି ରାଜଧାନୀ ଦିଲ୍ଲୀରୁ ଭୋପାଳ ଯାତ୍ରା କରିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।