କାର୍‌ ଦୁର୍ଘଟଣାରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ, ବଡିଗାର୍ଡ ଓ ଡ୍ରାଇଭର ଗୁରୁତର

ମୁମ୍ବାଇ: ଭୟଙ୍କର କାର୍‌ ଦୁର୍ଘଟଣାରେ ଚାଲିଗଲେ ପୂର୍ବତନ ବିଧାୟକ। ମରାଠା ସମାଜର ବଡ ନେତା ତଥା ଶିବସଂଗ୍ରାମ ଦଳର ପୂର୍ବତନ ବିଧାୟକ ବିନାୟକ ମେଟେଙ୍କ ଅଜି ସାକଳେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଡ୍ରାଇଭର ଓ ବଡିଗାର୍ଡ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ବିନାୟକ ମେଟେ ତାଙ୍କ ଏସ୍‌ୟୁଭି କାର୍‌ ଯୋଗେ ମୁମ୍ବାଇ ଯଉଥିଲେ। ଏହି ସମୟରେ ଖୋପୋଲି ନିକଟ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ନିୟନ୍ତ୍ରଣ ହରାଇଥିଲେ ତାଙ୍କ […]

car accident

car accident

Madhupriya Mistry
  • Published: Sunday, 14 August 2022
  • Updated: 14 August 2022, 02:30 PM IST

Sports

Latest News

ମୁମ୍ବାଇ: ଭୟଙ୍କର କାର୍‌ ଦୁର୍ଘଟଣାରେ ଚାଲିଗଲେ ପୂର୍ବତନ ବିଧାୟକ। ମରାଠା ସମାଜର ବଡ ନେତା ତଥା ଶିବସଂଗ୍ରାମ ଦଳର ପୂର୍ବତନ ବିଧାୟକ ବିନାୟକ ମେଟେଙ୍କ ଅଜି ସାକଳେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଡ୍ରାଇଭର ଓ ବଡିଗାର୍ଡ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଆଜି ବିନାୟକ ମେଟେ ତାଙ୍କ ଏସ୍‌ୟୁଭି କାର୍‌ ଯୋଗେ ମୁମ୍ବାଇ ଯଉଥିଲେ। ଏହି ସମୟରେ ଖୋପୋଲି ନିକଟ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ନିୟନ୍ତ୍ରଣ ହରାଇଥିଲେ ତାଙ୍କ ଡ୍ରାଇଭର। ଏହାପରେ ତାଙ୍କ କାର୍‌ ସାମ୍ନା ପଟୁ ଆସୁଥିବା ଏକ କାର୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମେଟେଙ୍କ କାର୍‌ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଯେଉଁଥିପାଇଁ ସେ ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍‌ଜିଏମ୍‌ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ମେଟେଙ୍କ ବଡିଗାର୍ଡ ଏବଂ ଡ୍ରାଇଭରଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା କୁହାଯାଉଛି। ଦୁହିଁଙ୍କ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ମେଟେ ମରାଠା ସମ୍ପ୍ରଦାୟର ସଂରକ୍ଷଣ ପାଇଁ କଟ୍ଟର ସମର୍ଥକ ଥିଲେ। ୫୨ ବର୍ଷୀୟ ମେଟେ ମହାରାଷ୍ଟ୍ର ବିଧାନ ପରିଷଦର ସମସ୍ୟ ମଧ୍ୟ ରହିସାରିଛନ୍ତି। ମରାଠାବାଡା ଅଞ୍ଚଳର ବିଡ ଜିଲ୍ଲରେ ରହୁଥିବା ପୂର୍ବତନ ବିଧାୟକ ମେଟେ ଏକ ବୈଠକ ସାମିଲ ହେବା ପାଇଁ ମୁମ୍ବାଇ ଯାଉଥିଲେ।

https://twitter.com/ANI/status/1558658279416696832?s=20&t=bTaFrcauA-biM1ltvJVLJg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos