ମରିଯିବି ପଛେ ଶିବସେନା ଛାଡିବିନି କି ଆତ୍ମସମର୍ପଣ କରିବିନି: ସଞ୍ଜୟ

ମୁମ୍ବାଇ: ରାଗିଗଲେ ଶିବସେନା ସାଂସଦ। ଫିଡିକି ଗଲେ ସାଂସଦ ସଞ୍ଜୟ ରାଉତ। କହିଲେ, ‘ମୁଁ ମରିଯିବି ପଛେ ଶିବସେନା ଛାଡିବିନି କି ଆତ୍ମସମର୍ପଣ କରିବିନି।’ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ପଚରାଉଚରା କରିବା ବେଳେ ଏଭଳି କିଛି ବୟାନ ଦେଇଛନ୍ତି ଏହି ଶିବସେନା ସାଂସଦ। ଆଜି ଭୋରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇ ସ୍ଥିତ ସଞ୍ଜୟ ରାଉତଙ୍କ ଘରେ ପଶିଥିଲା। ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସେଠାରେ ସାଂସଦଙ୍କୁ ଇଡି ୩ ଘଣ୍ଟା […]

Sanjay raut on ed raid

Sanjay raut on ed raid

Madhupriya Mistry
  • Published: Sunday, 31 July 2022
  • Updated: 31 July 2022, 11:43 AM IST

Sports

Latest News

ମୁମ୍ବାଇ: ରାଗିଗଲେ ଶିବସେନା ସାଂସଦ। ଫିଡିକି ଗଲେ ସାଂସଦ ସଞ୍ଜୟ ରାଉତ। କହିଲେ, 'ମୁଁ ମରିଯିବି ପଛେ ଶିବସେନା ଛାଡିବିନି କି ଆତ୍ମସମର୍ପଣ କରିବିନି।' ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ପଚରାଉଚରା କରିବା ବେଳେ ଏଭଳି କିଛି ବୟାନ ଦେଇଛନ୍ତି ଏହି ଶିବସେନା ସାଂସଦ।

ଆଜି ଭୋରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇ ସ୍ଥିତ ସଞ୍ଜୟ ରାଉତଙ୍କ ଘରେ ପଶିଥିଲା। ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସେଠାରେ ସାଂସଦଙ୍କୁ ଇଡି ୩ ଘଣ୍ଟା ଧରି ଜେରା କରିଥିଲା। ତେବେ ଇଡିର ଏପରି କାର୍ଯ୍ୟକୁ ବିରୋଧ କରି ରାଗିଯାଇଥିଲେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ।

ଇଡି ଜେରା ପରେ ମରାଠୀ ଭାଷାରେ ଟ୍ୱିଟ କରି କହିଛନ୍ତି, ‘ମୁଁ ବାଲାସାହେବ ଠାକରେଙ୍କ ରାଣ ଖାଇ କହୁଛି କୌଣସି ଦୁର୍ନୀତିରେ ମୋର କିଛି ସମ୍ପୃକ୍ତି ନାହିଁ। ବାଲା ସାହେବ ଆମକୁ ସଂଗ୍ରାମ କରିବା ଶିଖାଇଥିଲେ। ମୁ ଶିବସେନା ପାଇଁ ଲଢିବି। ମିଛ କାର୍ଯ୍ୟାନୁଷ୍ଠାନ। ମିଥ୍ୟା ପ୍ରମାଣ। ମୁଁ ‘ଶିବସେନା’ ଛାଡ଼ିବି ନାହିଁ। ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ। ଜୟ ମହାରାଷ୍ଟ୍ର।'

https://twitter.com/ANI/status/1553585122527645696?s=20&t=KWvXWKPuWpxZFgzMgCSRdA

ସେପଟେ ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଘନିଷ୍ଠ ସହଯୋଗୀ ରାଉତ କୌଣସି ଦୁର୍ନୀତି କରିନାହାନ୍ତି ବୋଲି କହିବା ସହ ଉପରୋକ୍ତ ଚଢ଼ାଉ ରାଜନୈତିକ ପ୍ରତିଶୋଧ ପ୍ରଣୋଦିତ ବୋଲି କହିଛନ୍ତି।

ଅନ୍ୟପଟେ ବିଜେପି ସାଂସଦ ରାମ କଦମ ପଚାରିଛନ୍ତି ଯେ, ‘ଶିବସେନା’ ନେତା କାହିଁକି ସମନ୍‌ ଏଡ଼ାଉଛନ୍ତି? ଯଦି ସେ ନିର୍ଦୋଷ ତେବେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଭୟ କରୁଛନ୍ତି କାହିଁକି ବୋଲି ପ୍ରଶ୍ନ ପଚାରିଛନ୍ତି।

ଅଭିଯୋଗ ମୁତାବକ, ୨୦୦୭ ମସିହାରେ ମହାରାଷ୍ଟ୍ରରେ ଯେତେବେଳେ ଏନସିପି ଓ କଂଗ୍ରେସ ମିଳିତ ସରକାର ଥିଲା ସେତେବେଳେ ମୁମ୍ବାଇ ‘ପାତ୍ରା ଚୌଲ’ ଜମି ଦୁର୍ନୀତି ହୋଇଥିଲା। ପାତ୍ରା ଚୌଲ ଜମିକୁ ପୁନଃ ବିକସିତ କରି ସେଠାରେ ଘର ନିର୍ମାଣ କରି ଗରୀବ ଶ୍ରେଣୀର ଲୋକଙ୍କୁ ଆବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି କିଛି କନଷ୍ଟ୍ରକ୍ସନ୍ କମ୍ପାନୀ ଏହାକୁ ଅଗ୍ରାହ୍ୟ କରିଥିଲା।

କେବଳ ସେତିକି ନୁହେଁ ସେଠାରେ ଏପରି କିଛି ନିର୍ମାଣ କାର୍ଯ୍ୟ ନକରି ବରଂ ସେ ଜାଗାକୁ ଉଚ୍ଚ ଦରରେ କୋଟି କୋଟିର ମୂଲ୍ୟରେ ବିକି ଦେଇଥିଲେ। ୧୦୩୪ କୋଟି ଟଙ୍କାର ଏହି ଦୁର୍ନୀତି ମାମଲାରେ ସାଂସଦ ସଞ୍ଜୟ ରାଉତ ସାମିଲ ଥିବା ଅଭିଯୋଗ ହୋଇଥିଲା। ତେଣୁ ଏନେଇ ଇଡି ସଞ୍ଚୟଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ ପଠାଇଥିଲେ ବି ସଞ୍ଜୟ ହାଜର ହୋଇନଥିଲେ।

ଜୁଲାଇ ୨୦ ଏବଂ ଜୁଲାଇ ୨୭ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ଆସିଥିବା ସମନ୍‌ ଏଡ଼ାଇବା ପରେ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତକାରୀ ଟିମ୍‌ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story