ଦ୍ରୌପଦୀଙ୍କୁ ସମର୍ଥନ କରିବ ଶିବସେନା

ମୁମ୍ବାଇ: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ଶିବସେନା। ଶିବସେନାର ସାଂସଦମାନେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇପାରନ୍ତି।  ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ସହିତ ଆଲୋଚନା ବେଳେ ମୁର୍ମୁଙ୍କୁ ଭୋଟ ଦେବା ଠିକ ହେବ ବୋଲି ୧୬ ଜଣ ସାଂସଦ ମତ ଦେଇଛନ୍ତି। ସାଂସଦମାନଙ୍କ ଦାବି ପରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଠାକ୍‌ରେ ରାଜି ହୋଇଯାଇଥିବା ଜଣାପଡିଛି। ମହାରାଷ୍ଟ୍ରର ଶିବଶେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ରାଷ୍ଟ୍ରପତି ନିର୍ବାଚନ […]

Uddhav and draupadi-murmu

Uddhav and draupadi-murmu

Madhupriya Mistry
  • Published: Tuesday, 12 July 2022
  • Updated: 12 July 2022, 12:17 PM IST

Sports

Latest News

ମୁମ୍ବାଇ: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ଶିବସେନା। ଶିବସେନାର ସାଂସଦମାନେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇପାରନ୍ତି।  ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ସହିତ ଆଲୋଚନା ବେଳେ ମୁର୍ମୁଙ୍କୁ ଭୋଟ ଦେବା ଠିକ ହେବ ବୋଲି ୧୬ ଜଣ ସାଂସଦ ମତ ଦେଇଛନ୍ତି। ସାଂସଦମାନଙ୍କ ଦାବି ପରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଠାକ୍‌ରେ ରାଜି ହୋଇଯାଇଥିବା ଜଣାପଡିଛି।

ମହାରାଷ୍ଟ୍ରର ଶିବଶେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବାକୁ ଥିବା ଏକ ପ୍ରମୁଖ ବୈଠକରେ ୧୨ ଜଣ ସାଂସଦ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଂସଦ ରା‌ଷ୍ଟ୍ରପତି ପଦବୀ ପାଇଁ ଏନ୍‌ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ନିଜର ସମର୍ଥନ ଜଣାଇଥିଲେ। ତେବେ ବୈଠକରେ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କିନ୍ତୁ ତାଙ୍କର ସମର୍ଥନ ଜଶୱନ୍ତ ସିହ୍ନାଙ୍କୁ ଦେଇଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ହ୍ୱିପ ଲାଗୁ ହୁଏ ନାହିଁ।  ତେଣୁ ସାଂସଦମାନେ ନିଜ ଇଚ୍ଛା ଅନୁସାରେ ଯାହାକୁ ବି ଭୋଟ ଦେଇପାରିବେ।  ଲୋକସଭାରେ ଶିବସେନାର ୧୯ ଓ ରାଜ୍ୟସଭାରେ ୩ ଜଣ ସାଂସଦ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ଉଦ୍ଧବଙ୍କ ବୈଠକରେ ଯୋଗ ଦେଇନଥିଲେ।  ଯେଉଁମାନେ ବୈଠକରେ ଥିଲେ, ସେମାନେ ହେଉଛନ୍ତି ଉଦ୍ଧବ ଠାକରେ ଗୋଷ୍ଠୀର।

ଆଗରୁ କଂଗ୍ରେସ ଓ ଏନ୍‌ସିପି ସହିତ ମହା ଅଘାଡ଼ି ସରକାର ଥିବାରୁ ଶିବସେନା ବିରୋଧୀଙ୍କ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନେଇଥିଲା। ଏବେ କିନ୍ତୁ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ରାଜି ହୋଇଛି ଶିବସେନା। ଠାକ୍‌ରେଙ୍କ ଏହି ନିଷ୍ପତ୍ତି ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳୀୟ ପ୍ରାର୍ଥୀ ଜଶୱନ୍ତ ସିହ୍ନାଙ୍କ ପାଇଁ ଏକ ବିରାଟ ପ୍ରତିବନ୍ଧକ ହେବ।

ସୂଚନା ମୁତାବକ, ପାଖେଇ ଆସୁଛି ରାଷ୍ଟ୍ରପତି ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସମର୍ଥନ ଯୋଗାଡ଼ କରିବାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଲାଗିପଡିଛନ୍ତି । ସେ ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ପଶ୍ଚିମବଙ୍ଗରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନରେ ପହଞ୍ଚିବା ପରେ ସେଠାରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଦ୍ରୌପଦୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos