ମହାରାଷ୍ଟ୍ର ବାହାରେ ପ୍ରଥମଥର ଲୋକସଭା ଆସନ ଜିତିଲା ଶିବସେନା

ନୂଆଦିଲ୍ଲୀ: କ୍ଷମତାସୀନ ବିଜେପି ଠାରୁ ବିରୋଧୀ କଂଗ୍ରେସ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନ ଛଡ଼ାଇ ଆଣିଛି। ସେହିପରି ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ପ୍ରଥମଥର ପାଇଁ ରାଜ୍ୟ ବାହାରେ କୌଣସି ଲୋକସଭା ଆସନ ଜିତିବାକୁ ସକ୍ଷମ ହୋଇଛି। ଅକ୍ଟୋବର ୩୦ରେ ଦାଦ୍ରା ନଗର ହାବେଳୀର ଲୋକସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିବସେନା ବାଜିମାତ କରିଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଖାଣ୍ଡୱା ଲୋକସଭା ଉପ ନିର୍ବାଚନରେ ବିଜେପି ଜିତିବାକୁ ସକ୍ଷମ ହୋଇଛି। ପୂର୍ବରୁ ମଧ୍ୟ […]

SS

SS

Hemant Lenka
  • Published: Tuesday, 02 November 2021
  • Updated: 02 November 2021, 09:09 PM IST

Sports

Latest News

ନୂଆଦିଲ୍ଲୀ: କ୍ଷମତାସୀନ ବିଜେପି ଠାରୁ ବିରୋଧୀ କଂଗ୍ରେସ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନ ଛଡ଼ାଇ ଆଣିଛି। ସେହିପରି ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ପ୍ରଥମଥର ପାଇଁ ରାଜ୍ୟ ବାହାରେ କୌଣସି ଲୋକସଭା ଆସନ ଜିତିବାକୁ ସକ୍ଷମ ହୋଇଛି। ଅକ୍ଟୋବର ୩୦ରେ ଦାଦ୍ରା ନଗର ହାବେଳୀର ଲୋକସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିବସେନା ବାଜିମାତ କରିଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଖାଣ୍ଡୱା ଲୋକସଭା ଉପ ନିର୍ବାଚନରେ ବିଜେପି ଜିତିବାକୁ ସକ୍ଷମ ହୋଇଛି। ପୂର୍ବରୁ ମଧ୍ୟ ଏହି ଆସନରୁ ବିଜେପି ନେତା ଜିତିଥିଲେ।

ହିମାଚଳ ପ୍ରଦେଶରେ ବିଜେପି କ୍ଷମତାରେ ରହିଛି। ୨୦୧୪ ଓ ୨୦୧୯ରେ ବିଜେପି ମଣ୍ଡି ଲୋକସଭାରେ ଏକତରଫା ବିଜୟ ହାସଲ କରିଥିଲା। କିନ୍ତୁ ଉପ ନିର୍ବାଚନରେ ଦଳକୁ କଂଗ୍ରେସ ଠାରୁ ହାରିବାକୁ ପଡ଼ିଛି। କଂଗ୍ରେସ ପ୍ରାର୍ଥୀ ପ୍ରତିଭା ସିଂହ ବିଜେପିର ବ୍ରିଗେଡିୟର କୁଶଲ ଚାନ୍ଦ ଠାକୁରଙ୍କୁ ୭,୪୯୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ପୂର୍ବରୁ ଏହି ଆସନରେ ବିଜେପିର ରାମ ସ୍ୱରୂପ ଶର୍ମା ଜିତିଥିଲେ। କିନ୍ତୁ ଚଳିତ ବର୍ଷ ଦିଲ୍ଲୀ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଥିଲା। ଫଳରେ ଏଠାରେ ଅକ୍ଟୋବର ୩୦ରେ ଉପ ନିର୍ବାଚନ ହୋଇଥିଲା। ମଣ୍ଡିରେ ଜିତିଥିବା ପ୍ରତିଭା ହେଉଛନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିର୍ଦ୍ଦଭ ସିଂହଙ୍କ ପତ୍ନୀ।

ବିଜୟ ପରେ ପ୍ରତିଭା ଟ୍ୱିଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ମଣ୍ଡି ଆମ ସମସ୍ତଙ୍କର। ଏହା ଆମ ସମସ୍ତଙ୍କର ଥିଲା ଓ ସବୁବେଳେ ଆମ ସମସ୍ତଙ୍କର ହୋଇ ରହିବ। ଧନ୍ୟବାଦ ମଣ୍ଡି।” କେବଳ ମଣ୍ଡି ନୁହେଁ, ହିମାଚଳ ପ୍ରଦେଶର ୩ ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ମଧ୍ୟ କଂଗ୍ରେସ ବାଜିମାତ କରିଛି।

ଅନ୍ୟପକ୍ଷରେ ଦାଦ୍ରା ନଗର ହାବେଳୀରେ ଶିବସେନା ପ୍ରାର୍ଥୀ କାଲାବେନ ଦେଲକର ବିଜେପିର ଗାବିତ ମହେଶଭାଇଙ୍କୁ ୫୧,୨୬୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଚଳିତ ବର୍ଷ ଏହି ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ମୋହନଜୀଭାଇ ସଞ୍ଜୀଭାଇ ଦେଲକର ଜିତିଥିଲେ। ଚଳିତ ବର୍ଷ ସେ ଆତ୍ମହତ୍ୟା କରିବାରୁ ଉପ ନିର୍ବାଚନରେ ତାଙ୍କ ପତ୍ନୀ କାଲାବେନ ଶିବସେନାରୁ ପ୍ରାର୍ଥୀ ହୋଇଥିଲେ। ଏବେ ସେ ବାଜିମାତ କରିଛନ୍ତି। ଶିବସେନା ମଧ୍ୟ ପ୍ରଥମଥର ପାଇଁ ମହାରାଷ୍ଟ୍ର ବାହାରେ କୌଣସି ଲୋକସଭା ଆସନ ଜିତିଛି।
ଏହି ବିଜୟରେ ଉତ୍ସାହିତ ହୋଇ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, “ମହାରାଷ୍ଟ୍ର ବାହାରେ ପ୍ରଥମ ପାଦ। ଦାଦ୍ରା ନଗର ହାବେଳୀ ଦେଇ ଦିଲ୍ଲୀ ଅଭିମୁଖେ ଏହା ଏକ ବଡ଼ ଆରମ୍ଭ।”

ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଖାଣ୍ଡୱାରେ ବିଜେପି ଘନଶ୍ୟାମ ପାଟିଲ କଂଗ୍ରେସର ରାଜନାରାୟଣ ସିଂହ ପୁର୍ଣ୍ଣିଙ୍କୁ ହରାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story