ଘାଟିରେ ପୁଣି ଟାର୍ଗେଟ୍‌ କିଲିଂ, କଶ୍ମୀର ପଣ୍ଡିତଙ୍କୁ ହତ୍ୟା

ଶ୍ରୀନଗର: ଘାଟିରେ ପୁଣି ଟାର୍ଗେଟ୍‌ କିଲିଂ ମାମଲା ସାମ୍ନାକୁ ଆସିଛି। ଜମ୍ମୁକଶ୍ମୀରରେ ପୁଣି ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋପିଆନ୍‌ ଅଞ୍ଚଳର ଛୋଟେପୋରାରେ ଆତଙ୍କବାଦୀମାନେ ଜଣେ କଶ୍ମୀର ପଣ୍ଡିତଙ୍କୁ ଦିନ ଦ୍ୱିପହରେ ଗୁଳି କରି ହତ୍ୟା କରିଛନ୍ତି। ମୃତକ ଜଣକ ୪୫ ବର୍ଷୀୟ ସୁନୀଲ କୁମାର ଭଟ୍ଟ ବୋଲି ଜଣାପଡିଛି। ସେହିପରି ଆତଙ୍କବାଦୀଙ୍କ ଗୁଳିରେ ତାଙ୍କ ଭାଇ ପିଣ୍ଟୁ କୁମାର ଭଟ୍ଟ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, […]

kashmir pandit shot dead

kashmir pandit shot dead

Madhupriya Mistry
  • Published: Tuesday, 16 August 2022
  • Updated: 16 August 2022, 02:13 PM IST

Sports

Latest News

ଶ୍ରୀନଗର: ଘାଟିରେ ପୁଣି ଟାର୍ଗେଟ୍‌ କିଲିଂ ମାମଲା ସାମ୍ନାକୁ ଆସିଛି। ଜମ୍ମୁକଶ୍ମୀରରେ ପୁଣି ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋପିଆନ୍‌ ଅଞ୍ଚଳର ଛୋଟେପୋରାରେ ଆତଙ୍କବାଦୀମାନେ ଜଣେ କଶ୍ମୀର ପଣ୍ଡିତଙ୍କୁ ଦିନ ଦ୍ୱିପହରେ ଗୁଳି କରି ହତ୍ୟା କରିଛନ୍ତି। ମୃତକ ଜଣକ ୪୫ ବର୍ଷୀୟ ସୁନୀଲ କୁମାର ଭଟ୍ଟ ବୋଲି ଜଣାପଡିଛି। ସେହିପରି ଆତଙ୍କବାଦୀଙ୍କ ଗୁଳିରେ ତାଙ୍କ ଭାଇ ପିଣ୍ଟୁ କୁମାର ଭଟ୍ଟ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ସୁନୀଲ ତାଙ୍କ ଭାଇ ପିଣ୍ଟୁଙ୍କ ସହ ମିଶି ସେଓ ବଗିଚାରେ କାମ କରୁଥିଲେ। ସେହି ସମୟରେ ଆତଙ୍କବାଦୀମାନେ ସେମାନଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ସୁନୀଲଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି, ଗୁଳିମାଡ କରିବା ପୂର୍ବରୁ ଆତଙ୍କବାଦୀମାନେ ଏହି ଭ୍ରାତାଦ୍ୱୟଙ୍କୁ ସେମାନଙ୍କ ନାଁ ପଚାରିଥିଲେ। ଆହତ ପିଣ୍ଟୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ କହିଛି।

ବିଜେପି ନେତା ନିର୍ମଳ ସିଂହ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆତଙ୍କବାଦୀମାନେ ଭୀରୁ। ନୀରିହ ଜନତାଙ୍କୁ ସେମାନେ ହତ୍ୟା କରୁଛନ୍ତି। ଯେତେ ଚେଷ୍ଟା କଲେ ବି ଆତଙ୍କବାଦୀମାନେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରିବେ ନାହିଁ।

https://twitter.com/ANI/status/1559449040206823424?s=20&t=M3p-cIKVDzqbcXtuaH8a2g

କଶ୍ମୀର ଉପତ୍ୟକାରେ ଟାର୍ଗେଟ୍‌ କିଲିଂକୁ ନେଇ ପୂର୍ବରୁ ହିଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତ କିଛି ମାସ ହେବ କଶ୍ମୀରରେ ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରି ହତ୍ୟା କରିବା ଘଟଣା ବଢ଼ି ଚାଲିଛି। ଏହାକୁ ନେଇ କଶ୍ମୀର ପଣ୍ଡିତମାନେ ଏକଜୁଟ୍‌ ହୋଇ ସରକାରଙ୍କୁ ସୁରକ୍ଷା ପାଇଁ ଗୁହାରୀ କରିସାରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos