ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

ଲକ୍ଷ୍ନୌ: ଧରାପଡିଲେ ଫେରାର ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ। ଜଣେ ମହିଳାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କଲା ପୁଲିସ୍।  ନଏଡାର ଗ୍ରାଣ୍ଡ ଓମ୍ୟାକ୍ସ କଲୋନୀରେ ଜଣେ ମହିଳାଙ୍କୁ ଗାଳିଗୁଲଜ ସହ ଅଭଦ୍ରାମୀ କରିଥିବା ନେଇ ତ୍ୟାଗୀଙ୍କ ବିରୋଧରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା। ଏହାପରଠାରୁ ସେ ଫେରାର ଥିଲେ। ଶ୍ରୀକାନ୍ତ ତ୍ୟାଗୀ ଶନିବାର ଦିନ ଠାରୁ ଫେରାର ଥିଲେ। ଘଟଣାର ତିନି ଦିନ ପରେ ପୁଲି ତାଙ୍କୁ ଆଜି ଗିରଫ କରିଛି। […]

Srikant tyagi

Srikant tyagi

Madhupriya Mistry
  • Published: Tuesday, 09 August 2022
  • Updated: 09 August 2022, 01:27 PM IST

Sports

Latest News

ଲକ୍ଷ୍ନୌ: ଧରାପଡିଲେ ଫେରାର ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ। ଜଣେ ମହିଳାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କଲା ପୁଲିସ୍।  ନଏଡାର ଗ୍ରାଣ୍ଡ ଓମ୍ୟାକ୍ସ କଲୋନୀରେ ଜଣେ ମହିଳାଙ୍କୁ ଗାଳିଗୁଲଜ ସହ ଅଭଦ୍ରାମୀ କରିଥିବା ନେଇ ତ୍ୟାଗୀଙ୍କ ବିରୋଧରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା। ଏହାପରଠାରୁ ସେ ଫେରାର ଥିଲେ।

ଶ୍ରୀକାନ୍ତ ତ୍ୟାଗୀ ଶନିବାର ଦିନ ଠାରୁ ଫେରାର ଥିଲେ। ଘଟଣାର ତିନି ଦିନ ପରେ ପୁଲି ତାଙ୍କୁ ଆଜି ଗିରଫ କରିଛି। ଶ୍ରୀକାନ୍ତ ତ୍ୟାଗୀ ଲଗାତାର ତାଙ୍କ ପତ୍ନୀ ଓ ଓକିଲଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲା। ଏଥିରୁ ହିଁ ପୁଲିସ ଶ୍ରୀକାନ୍ତଙ୍କ ଲୋକେସନ ଜାଣି ପାରିଥିଲ। ଏହାପରେ ପୁଲିସର ଏକ ଟିମ୍‌ ମେରଠରୁ ତାଙ୍କୁ କାବୁ କରିଥିଲା।

ଶ୍ରୀକାନ୍ତ ତ୍ୟାଗୀ ଫେରର ହେବା ପରେ ନଏଡା ପୁଲିସ ମଙ୍ଗଳବାର ଦିନ ତାଙ୍କ ପତ୍ନୀଙ୍କୁ ଅଟକ ରଖିଥିଲା। ଶୁକ୍ରବାର ଦିନ ମଧ୍ୟ ଶ୍ରୀକାନ୍ତଙ୍କ ପତ୍ନୀଙ୍କୁ ପୁଲିସ ଅଟକ ରଖି ୨୪ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହାପୂର୍ବରୁ ଉତ୍ତରପ୍ରଦେଶ ପୁଲିସ ଶ୍ରୀକାନ୍ତଙ୍କ ସଂପର୍କରେ ଯିଏ ସୂଚନା ଦେବ ତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା ମଧ୍ୟ କରିଥିଲା। ଶ୍ରୀକାନ୍ତଙ୍କୁ ଖୋଜିବା ପାଇଁ ନଏଡା ପୁଲିସ ୮ଟି ଟିମ୍‌ କରି ୩ଟି ରାଜ୍ୟରେ ତଲାସି ଚଲାଇଥିଲା।

ପୁଲିିସର ସୂଚନା ଅନୁସାରେ ଶ୍ରୀକାନ୍ତ ତ୍ୟାଗୀଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ଧାରା ୩୦୭ ସମେତ ଅନେକ ଗୁରୁତର ଦଫାରେ ମୋଟ ୯ଟି ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ନଏଡାର ଏକ ସୋସାଇଟିରେ ଜଣେ ମହିଳାଙ୍କ ଗଛ ଲଗାଇବାକୁ ନେଇ ଶ୍ରୀକାନ୍ତ ତ୍ୟାଗୀ ତାଙ୍କ ସହ ଅଭଦ୍ରାମୀ କରିଥିଲେ। ନିଜକୁ ଦବଙ୍ଗ ନେତା କହୁଥିବା ଏହି ଶ୍ରୀକାନ୍ତ ସେହି ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ମାରପିଟ୍‌ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ।

ଅନ୍ୟପକ୍ଷରେ ଶ୍ରୀକାନ୍ତ ନିଜ ଫ୍ଲାଟ ଆଖପାଖଟରେ ଜବରଦଖଲ କରି ରଖିବା ସହ ସୋସାଇଟିର ମେଣ୍ଟେନାନ୍ସ ଚାର୍ଜ ମଧ୍ୟ ଦେଇ ନଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଆକ୍ସନ ମୁଡ୍‌କୁ ଆସିଥିଲେ ଯୋଗୀ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos