ଏକାଥରକେ ପରିବାରର ୬ଜଣ ପିଇଦେଲେ ବିଷ

ଭଦୋଦରା: ଗୁଜରାଟର ଭଦୋଦରା ସହରରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ପରିବାରର ୬ଜଣ ସାମୂହିକ ଆତ୍ମହତ୍ୟା କରିବା ଖବର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସହରର ସାମା ଅଞ୍ଚଳରେ ଶ୍ୱାତୀ ସୋସାଇଟିରେ ରହୁଥିବା ଏକ ପରିବାରର ୬ଜଣ  ଏକକାଳୀନ ବିଷ ପିଇଦେଇଛନ୍ତି। ସେଥି ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ବାକି ତିନି ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆର୍ଥିକ ଅନଟନ ଏହି ଆତ୍ମହତ୍ୟାର କାରଣ ବୋଲି କୁହାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ […]

Suicide

Suicide

Ranjit Kumar Jena
  • Published: Wednesday, 03 March 2021
  • Updated: 03 March 2021, 09:46 PM IST

Sports

Latest News

ଭଦୋଦରା: ଗୁଜରାଟର ଭଦୋଦରା ସହରରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ପରିବାରର ୬ଜଣ ସାମୂହିକ ଆତ୍ମହତ୍ୟା କରିବା ଖବର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସହରର ସାମା ଅଞ୍ଚଳରେ ଶ୍ୱାତୀ ସୋସାଇଟିରେ ରହୁଥିବା ଏକ ପରିବାରର ୬ଜଣ  ଏକକାଳୀନ ବିଷ ପିଇଦେଇଛନ୍ତି। ସେଥି ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ବାକି ତିନି ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆର୍ଥିକ ଅନଟନ ଏହି ଆତ୍ମହତ୍ୟାର କାରଣ ବୋଲି କୁହାଯାଉଛି।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ତିନିଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଘଟଣାସ୍ଥଳରୁ ପୁଲିସକୁ କୌଣସି ସୁସାଇଡ୍ ନୋଟ୍ ମିଳିନାହିଁ, କିନ୍ତୁ ପଡ଼ୋଶୀଙ୍କ କହିବା ଅନୁଯାୟୀ ପରିବାର ଲୋକେ ଆର୍ଥିକ ସଙ୍କଟରେ ଥିଲେ। ଏପରିକି ସେମାନଙ୍କ ପାଖରେ ଦୁଇ ଓଳି ଖାଇବାକୁ ଟଙ୍କା ନଥିଲା। ଏଥିପାଇଁ ହୁଏତ ପୂରା ପରିବାର ସାମୂହିକ ଆତ୍ମହତ୍ୟା ପାଇଁ ପ୍ରୟାସ କରିଛନ୍ତି।

ଘଟଣାକୁ ନେଇ ଭଦୋଦରାର ଏସପି କହିଛନ୍ତି, ଶ୍ୱାତୀ ସୋସାଇଟିର ୧୩ ନମ୍ବର ଘରେ ରହୁଥିବା ଏକ ପରିବାରର ସଦସ୍ୟମାନେ କୀଟନାଶକ ଔଷଧ ପିଇ ଦେଇଥିଲେ। ବିଷ ପିଇଥିବା ଲୋକେ ହେଲେ ନରେନ୍ଦ୍ର ସୋନି, ଭାବିନ୍ ସୋନି, ଦୀପ୍ତି ସୋନି, ଉର୍ବଶୀ ସୋନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos