ଦିଲ୍ଲୀରୁ ଦୁବାଇ ଯାଉଥିଲା ବିମାନ, ପାକିସ୍ତାନରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଏମରଜେନ୍ସି ଲ୍ୟାଣ୍ଡିଂ କଲା ଯାତ୍ରୀବାହୀ ବିମାନ। ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଉକ୍ତ ବିମାନକୁ ପାଇଲଟ୍‌ ଜରୁରୀ ଅବତରଣ କରାଇଛନ୍ତି। ପାକିସ୍ତାନର କରାଚିରେ ଏହି ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସ୍ପାଇସ୍‌ଜେଟ୍‌ ବିମାନ ପ୍ରବକ୍ତାଙ୍କ କହିବା ମୁତାବକ, ସ୍ପାଇସ୍‌ଜେଟ୍‌ B737 ବିମାନଟି ଆଜି ସକାଳୁ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିଲା। ତେବେ ଅଧାବାଟରେ ବିମାନର ଇଣ୍ଡିକେଟର ଲାଇଟ୍‌ରେ […]

spicejet-flight

spicejet-flight

Madhupriya Mistry
  • Published: Tuesday, 05 July 2022
  • Updated: 05 July 2022, 01:47 PM IST

Sports

Latest News

ନୂଆଦିଲ୍ଲୀ: ଏମରଜେନ୍ସି ଲ୍ୟାଣ୍ଡିଂ କଲା ଯାତ୍ରୀବାହୀ ବିମାନ। ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଉକ୍ତ ବିମାନକୁ ପାଇଲଟ୍‌ ଜରୁରୀ ଅବତରଣ କରାଇଛନ୍ତି। ପାକିସ୍ତାନର କରାଚିରେ ଏହି ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସ୍ପାଇସ୍‌ଜେଟ୍‌ ବିମାନ ପ୍ରବକ୍ତାଙ୍କ କହିବା ମୁତାବକ, ସ୍ପାଇସ୍‌ଜେଟ୍‌ B737 ବିମାନଟି ଆଜି ସକାଳୁ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିଲା। ତେବେ ଅଧାବାଟରେ ବିମାନର ଇଣ୍ଡିକେଟର ଲାଇଟ୍‌ରେ ତ୍ରୁଟି ଯୋଗୁ ଏହାକୁ କରାଚି ବିମାନ ବନ୍ଦରରେ ପାଇଲଟ ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ। ତେବେ ପୂର୍ବରୁ ବିମାନରେ କୌଣସି ବି ଯାନ୍ତ୍ରିକ ତ୍ରୁଟି ଥିବା ନେଇ ସୂଚନା ନଥିଲା। ଏବେ ଆଉ ଏକ ବିମାନ କରାଚି ପଠାଯାଇଛି। ଏହି ବିମାନ ଉକ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଦୁବାଇ ଅଭିମୁଖେ ଉଡାଣ ଭରିବ।

ତିନି ଦିନ ପୂର୍ବେ ମଧ୍ୟ ସ୍ପାଇସ୍‌ଜେଟ୍‌ର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଜବଲପୁର ଯାଉଥିବା ଏକ ବିମାନରେ ୫ ହଜାର ଫୁଟ ଉଚ୍ଚତାରେ କ୍ୟାବିନ୍‌ ଭିତରୁ ଧୂଆଁ ବାହାରୁଥିବା ନେଇ ପାଇଲଟ ଦେଖିଥିଲେ। ଏହାପରେ ବିମାନଟି ଶନିବାର ଦିଲ୍ଲୀ ଫେରି ଆସିଥିଲା। ଗତ ଦୁଇ ସପ୍ତାହ ମଧ୍ୟରରେ ସ୍ପାଇସ୍‌ଜେଟ୍‌ରେ ଏଭଳି ଘଟଣା ୫ମ ଥର ପାଇଁ ଘଟିଛି। ଏସମସ୍ତ ଘଟଣାର ଯାଞ୍ଚ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos