ବାପା ଆଣିଥିଲେ ବିବାହ ପ୍ରସ୍ତାବ, ଝିଅ ଦେଲେ ଚାକିରି ଅଫର : ଦରମା ୬୨ ଲକ୍ଷ
ବେଙ୍ଗାଲୋରୁ: ବାପା ବରପାତ୍ର ଠିକ୍ କରିଥିଲେ। ଝିଅକୁ ପସନ୍ଦ ପାଇଁ ପ୍ରୋଫାଇଲ ପଠାଇଥିଲେ। ମେଟ୍ରିମୋନିଆଲ ସାଇଟରୁ ଯୋଗ୍ୟ ବରପାତ୍ରର ଠିକଣା ଯୋଗାଡ଼ କରି ଝିଅକୁ ପସନ୍ଦ ପାଇଁ ସମ୍ମତି ମାଗିଥିଲେ। ହେଲେ ଝିଅ ବିବାହ ପ୍ରସ୍ତାବରେ ରାଜି ହେବ କଣ ? ବରଂ ସିଧା ସେହି ବରପାତ୍ରକୁ ନିଜ କମ୍ପାନୀର ଚାକିରି ଅଫର ଦେଇଦେଲେ। ଏମିତି ଏକ ରୋଚକ ଘଟଣା ଏବେ ସୋଶାଲ ମିଡାରେ ଚର୍ଚ୍ଚା ବିଷୟ ପାଲଟିଛି। ଯୁବତୀ ଜଣକ ହେଉଛନ୍ତି ଉଦିତା ପଲ। ଉଦିତାଙ୍କର ବାଙ୍ଗାଲୋରରେ ଏକ ଷ୍ଟାର୍ଟ ଅପ ‘ଫିନଟେକ’ ନାମକ ଏକ କମ୍ପାନୀ ରହିଛି। ଯେଉଁ କମ୍ପାନୀ ଅନ୍ତର୍ଜାତୀୟ କାରବାର କରେ। ତେବେ ବାପା ପଠେଇଥିବା ବରପାତ୍ରକୁ ବାହା ହେବାକୁ ରାଜି ବଦଳରେ ତାଙ୍କୁ ଯୋଗ୍ୟ ପ୍ରାର୍ଥୀ ଭାବି ଚାକିରି ଅଫର ଦେଇଦେଲେ ଉଦିତା।
What getting disowned from father looks like. pic.twitter.com/nZLOslDUjq
— Udita Pal 🧂 (@i_Udita) April 29, 2022
ଏହି ଖବର ଜାଣିଲା ପରେ ଉଦିତାଙ୍କ ବାପା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବିଷୟରେ ଉଭୟ ବାପା ଓ ଝିଅଙ୍କ ମଧ୍ୟରେ ହ୍ୱାଟସ୍ଆପ୍ରେ ହୋଇଥିବା କଥୋପକଥକୁ ନିଜ ସୋଶାଲ ମିଡିଆରେ ସେୟାର କରିଛନ୍ତି ଉଦିତା। ଝିଅର ଏଭଳି ପଦକ୍ଷେପରେ ଆର୍ଶ୍ଚ୍ୟର୍ଯ୍ୟ ହୋଇ ବାପା ପଚାରିଛନ୍ତି, ତୁ ଜାଣିଛୁ କଣ କରୁଛୁ ? ତୁ ଏମିତି ମେଟ୍ରିମୋନିଆଲ ସାଇଟରୁ ଚାକିରି ପାଇଁ ପ୍ରାର୍ଥୀ ହାୟାର କରିପାରିବୁନି ? ମୁଁ ଏବେ ତାଙ୍କ ବାପାକୁ କଣ କହିବି ? ମୁଁ ତୋର ମେସେଜ୍ ଦେଖିଲି। ତୁ ସେ ପିଲାକୁ ଇଣ୍ଟର୍ଭ୍ୟୁ ପାଇଁ ଏକ ଲିଙ୍କ ପଠାଇଛୁ ଏବଂ ତାର ରିଜ୍ୟୁମ ମାଗିଛୁ।
ବାପାଙ୍କପର ପ୍ରଶ୍ନରେ ଅତି କୌତୁହଳ ଢଙ୍ଗରେ ଜବାବ ଦେଇଛନ୍ତି ଝିଅ ଉଦିତା । ସେ କହିଛନ୍ତି ଯେ, ଫିନଟେକ୍ କମ୍ପାନୀକୁ ୭ ବର୍ଷ ଛୁଇଁଲାଣି । ହାୟାର କରିବା ପାଇଁ କମ୍ପାନୀର ଯଥେଷ୍ଟ ଅଭିଯଜ୍ଞତା ରହିଛି। ତେଣୁ ଆମେ ହାୟାର କରୁଛୁ। ଆଇ ଏମ ସରି। ଏହାହିଁ ଥିଲା ଝିଅ ଉଦିତାର ଉତ୍ତର।
ଅନ୍ୟପକ୍ଷରେ ଚାକିରି ଅଫର ପାଇଥିବା ଯୁବକ ଜଣକ ବାର୍ଷିକ ଉଚ୍ଚବେତନ ଦାବି କରିଛନ୍ତି। ସେ ବର୍ଷକୁ ୬୨ ଲକ୍ଷ ଟଙ୍କା ପ୍ୟାକେଜ ସାଙ୍ଗକୁ ଅନ୍ୟାନ୍ୟ ଆର୍ଥିକ ସୁବିଧା ସୁଯୋଗ ଦାବି କରିଛନ୍ତି । ହେଲେ ଯୁବକଙ୍କ ପ୍ରସ୍ତାବରେ ରାଜି ହୋଇ ନାହିଁ କମ୍ପାନୀ। ଅର୍ଥାତ ଏତେ ବଡ଼ ଦରମା ଦେବାକୁ ଫିନଟେକ କମ୍ପାନୀ ଅସମର୍ଥ ବୋଲି ଉତ୍ତରରେ ଉଦିତା କହିଛନ୍ତି। ବାପା-ଝିଅଙ୍କ ମଧ୍ୟରେ ଏଡି ବାର୍ତ୍ତାଳପକୁ ଉଦିତା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବାରୁ ମାଳ ମାଳ ଲାଇକ୍ କମେଣ୍ଟ ଆସୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।