ମୃତ୍ୟୁଦଣ୍ଡ ପାଇଥିବା ୩ ଦୁଷ୍କର୍ମକାରୀଙ୍କୁ ଛାଡ଼ିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ୨୦୧୨ ମସିହା ଦିଲ୍ଲୀ ଛାୱାଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ପାଇଥିବା ୩ ଯୁବକଙ୍କୁ ଦଣ୍ଡାଦେଶରୁ ମୁକ୍ତ କରିଛନ୍ତି। ୨୦୧୨ ଦିଲ୍ଲୀ ନିର୍ଭୟା ଘଟଣାର କିଛି ଦିନ ପୂର୍ବରୁ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦିଲ୍ଲୀ ହାଇକୋର୍ଟ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ତଳ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ। ଏଥିସହ […]

sc

sc

Hemant Lenka
  • Published: Monday, 07 November 2022
  • Updated: 07 November 2022, 08:16 PM IST

Sports

Latest News

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ୨୦୧୨ ମସିହା ଦିଲ୍ଲୀ ଛାୱାଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ପାଇଥିବା ୩ ଯୁବକଙ୍କୁ ଦଣ୍ଡାଦେଶରୁ ମୁକ୍ତ କରିଛନ୍ତି। ୨୦୧୨ ଦିଲ୍ଲୀ ନିର୍ଭୟା ଘଟଣାର କିଛି ଦିନ ପୂର୍ବରୁ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଏହି ଘଟଣାରେ ଦିଲ୍ଲୀ ହାଇକୋର୍ଟ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ତଳ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ। ଏଥିସହ ସେମାନେ ରାସ୍ତାରେ ବୁଲିବୁଲି ଶିକାର କରୁଥିବା ବ୍ୟକ୍ତିଙ୍କ ସହ ତୁଳନା କରିଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

୨୦୧୨ ‍ଫେବୃଆରୀ ମାସରେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଓ କ୍ଷତାକ୍ତ ମୃତଦେହ ହରିଆଣାର ରେୱାରି ଜିଲ୍ଲାର ଗୋଟିଏ ପରିତ୍ୟକ୍ତ ପଡ଼ିଆରୁ ମିଳିଥିଲା। କିଛି ଦିନ ତଳେ ଏହି ଯୁବତୀଙ୍କୁ ଅପହରଣ କରାଯାଇଥିଲା। କ୍ଷତ ଚିହ୍ନରୁ ସ୍ପଷ୍ଟ ହୋଇଥିଲା ଯେ ଯୁବତୀଙ୍କୁ କାରର ବିଭିନ୍ନ ଯନ୍ତ୍ରାଂଶରେ ମାଡ଼ ମରାଯିବା ସହ ଅକଥନୀୟ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି। ଏହାକୁ ନେଇ ଦିଲ୍ଲୀର ନଜାଫଗଡ଼ ପୁଲିସ୍‌ ଷ୍ଟେସନରେ ମାମଲା ହୋଇଥିଲା।

ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ଯେ ସେମାନଙ୍କ ଝିଅଙ୍କୁ ଅପହରଣ କରାଯିବା ପରେ ଗଣଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଛି। ଏହାକୁ ଆଧାର କରି ପୁଲିସ୍‌ ତଦନ୍ତ କରିଥିଲା। ଏଥିସହ ରବି କୁମାର, ରାହୁଲ ଓ ବିନୋଦ ନାମକ ୩ ଯୁବକଙ୍କୁ ଗିରଫ କରିଥିଲା।

ଦିଲ୍ଲୀର ଗୋଟିଏ କୋର୍ଟ ୨୦୧୪ ଫେବୃଆରୀ ମାସରେ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହାକୁ କାଏମ ରଖିଥିଲେ। ତେବେ ଦୋଷୀମାନେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦଣ୍ଡ କୋହଳ ପାଇଁ ଆବେଦନ କରିଥିଲେ।

ଆଜି ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ବାତିଲ କରିଛନ୍ତି ଓ ୩ ଜଣ ଦୋଷୀ ଜେଲରୁ ମୁକୁଳିବା ଉଚିତ ବୋଲି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟରେ ଦିଲ୍ଲୀ ପୁଲିସ୍ ଦୋଷୀଙ୍କ ଆବେଦନକୁ ବିରୋଧ କରିଥିଲା। ଏହା ଯୁବତୀଙ୍କ ପ୍ରତି ନୁହେଁ ବରଂ ପୂରା ସମାଜ ବିରୋଧରେ ଜଘନ୍ୟ ଅପରାଧ ବୋଲି କହିଥିଲା। କିନ୍ତୁ ଏହାର ପ୍ରଭାବ କୋର୍ଟଙ୍କ ଉପରେ ପଡ଼ି ନଥିଲା।

ଅନ୍ୟପକ୍ଷରେ କୋର୍ଟର ଏହି ନିଷ୍ପତ୍ତି ପରେ ପୀଡ଼ିତାଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି। ସେମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କହିଛନ୍ତି ଯେ ଆମେ ଏହି ରାୟରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛୁ। ଆମେ ୧୦ ବର୍ଷ ଧରି ଅନେକ କଷ୍ଟ ସହିଛୁ। ଦୋଷୀମାନେ ଆମକୁ କୋର୍ଟରେ ହିଁ ହତ୍ୟା କରିବାକୁ ଧମକ ଦେଉଥିଲେ। ଅନ୍ଧ କାନୁନ, ଆମେ ଏହି ରାୟ ବିରୋଧରେ ଲଢ଼େଇ ଜାରି ରଖିବୁ।

ଛାୱାଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରବି କୁମାର, ରାହୁଲ ଓ ବିନୋଦକୁ ଅପହରଣ, ବଳାତ୍କାର ଓ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୨୨ ଏପ୍ରିଲ ୭ରେ ତିନି ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହି ତିନି ଜଣଙ୍କ ମୃତ୍ୟୁଦଣ୍ଡକୁ ସଂରକ୍ଷିତ ରଖାଯିବ କି ନାହିଁ ସୁପ୍ରିମକୋର୍ଟ ଏହାର ନିଷ୍ପତ୍ତି ନେବାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story