ଲଖିମପୁର ହିଂସା: ୟୁପି ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ହିଂସା ମାମଲାରେ ୟୁପି ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ। ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିବା ସହ ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଯଥେଷ୍ଟ ନୁହେଁ। ତା’ସହ ଏଯାଏଁ କାହିଁକି ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଗିରଫ କରାଯାଇନି ବୋଲି ସବୋର୍ଚ୍ଚ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସମନ ପଠାଇବାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ […]

SC on lakhimipur violance

SC on lakhimipur violance

Madhupriya Mistry
  • Published: Friday, 08 October 2021
  • Updated: 08 October 2021, 02:15 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ହିଂସା ମାମଲାରେ ୟୁପି ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ। ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିବା ସହ ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଯଥେଷ୍ଟ ନୁହେଁ। ତା'ସହ ଏଯାଏଁ କାହିଁକି ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଗିରଫ କରାଯାଇନି ବୋଲି ସବୋର୍ଚ୍ଚ କୋର୍ଟ ପ୍ରଶ୍ନ ଉଠାଇଛନ୍ତି।

ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସମନ ପଠାଇବାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, 'ଏହି ମାମଲାରେ ବେଶ୍‌ ଗମ୍ଭୀର। ଯେଉଁ ପ୍ରକାରେ ଅନ୍ୟ ଲୋକଙ୍କୁ ପୁଲିସ ବ୍ୟବହାର କରୁଛି, ଠିକ୍‌ ସେହି ପ୍ରକାରେ ଏହି ମାମଲାର ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ମଧ୍ୟ ବ୍ୟବହାର କରିବା ଉଚିତ।'

ଘଟଣାର ତଦନ୍ତ ସନ୍ତୋଷଜନକ ନୁହେଁ। ଅନ୍ୟ କୌଣସି ସଂସ୍ଥାକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ଆଜି ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଅନ୍ୟ ସଂସ୍ଥା ତଦନ୍ତ ଦାୟିତ୍ୱ ନେବା ଯାଏ ସମସ୍ତ ସାକ୍ଷ୍ୟ, ପ୍ରମାଣ ସହ ଦସ୍ତାବିଜକୁ ସଂରକ୍ଷଣ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ସାକ୍ଷ୍ୟ ପ୍ରମାଣ, ଦସ୍ତାବିଜର ଉଚିତ ସଂରକ୍ଷଣ ନେଇ ରାଜ୍ୟକୁ ନିର୍ଦ୍ଦେଶ ଦେବା ସହ ଏନେଇ ରାଜ୍ୟ ସରକାର ତାଙ୍କ ଡିଜିପିଙ୍କୁ ନିର୍ଦ୍ଦେଶ କରନ୍ତୁ ବୋଲି ଆଜି ଶୁଣାଣି କରି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶଣାଣି ଆସନ୍ତା ୨୩ ତାରିଖରେ ହେବ।

ଗତକାଲି ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ। ଏହି ହିଂସାକାଣ୍ଡରେ ଅଭିଯୁକ୍ତ କିଏ, କାହା ନାଁରେ ଏତଲା ହୋଇଛି ସେସବୁ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବାକୁ ନିଜ ଆଡୁ କୋର୍ଟ ଚାହିଁଥିଲେ।

ଅନ୍ୟପଟେ ଲଖିମପୁର ଖେରି ହିଂସାର ତଦନ୍ତ ପାଇଁ ଜଣିକିଆ ବିଚାର ବିଭାଗୀୟ କମିଶନ ଗଠନ କରିଥିଲେ ଉତ୍ତରପ୍ରଦେଶ ସରକାର।  ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।  ସେପଟେ ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରଙ୍କ ନାଁରେ ସମନ ପଠାଯାଇଥିଲେ ସୁଦ୍ଧା ସେ ହାଜର ହୋଇନାହାନ୍ତି। ଏହି ଘଟଣାରେ ମୋଟ ୮ଜଣଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story