ମଲା ମଣିଷ ଫେରିଲା, କାହାକୁ ଦିଆଯାଇଥିଲା କବର?

ଚେନ୍ନାଇ: ରବିବାର ହୋଇଥିଲା ମୃତ୍ୟୁ। ଆରପାରିକୁ ଚାଲିଗଲେ ଭାବି ଘର ଲୋକେ ଅନ୍ତିମ ସଂସ୍କାର ମଧ୍ୟ କଲେ। ହେଲେ ମୃତ୍ୟୁର ୨୪ ଘଣ୍ଟା ପରେ ଜୀବିତ ହୋଇ ଉଠିଲେ ଉକ୍ତ ବ୍ୟକ୍ତି। ସୋମବାର ଘରକୁ ସେ ଜୀବିତ ଫେରିଲେ। ଏଭଳି କିଛି ଚକିତ କଲା ଭଳି ଘଟଣା ଘଟିଛି ତାମିଲନାଡୁର ଏରୋଡ ନିକଟସ୍ଥ ବାନାଗଲାଦପୁରରେ। ୫୫ ବର୍ଷୀୟ ମୂର୍ତ୍ତି। ସେ ପେଶାରେ ଜଣେ ଦିନ ମଜୁରିଆ। କିଛି ଦିନ ତଳେ ସେ ଆଖୁ ଚାଷ ପାଇଁ ତ୍ରିରୁପ୍ପୁର […]

Death man returns home alive

Death man returns home alive

Madhupriya Mistry
  • Published: Wednesday, 06 April 2022
  • Updated: 06 April 2022, 03:40 PM IST

Sports

Latest News

ଚେନ୍ନାଇ: ରବିବାର ହୋଇଥିଲା ମୃତ୍ୟୁ। ଆରପାରିକୁ ଚାଲିଗଲେ ଭାବି ଘର ଲୋକେ ଅନ୍ତିମ ସଂସ୍କାର ମଧ୍ୟ କଲେ। ହେଲେ ମୃତ୍ୟୁର ୨୪ ଘଣ୍ଟା ପରେ ଜୀବିତ ହୋଇ ଉଠିଲେ ଉକ୍ତ ବ୍ୟକ୍ତି। ସୋମବାର ଘରକୁ ସେ ଜୀବିତ ଫେରିଲେ। ଏଭଳି କିଛି ଚକିତ କଲା ଭଳି ଘଟଣା ଘଟିଛି ତାମିଲନାଡୁର ଏରୋଡ ନିକଟସ୍ଥ ବାନାଗଲାଦପୁରରେ।

୫୫ ବର୍ଷୀୟ ମୂର୍ତ୍ତି। ସେ ପେଶାରେ ଜଣେ ଦିନ ମଜୁରିଆ। କିଛି ଦିନ ତଳେ ସେ ଆଖୁ ଚାଷ ପାଇଁ ତ୍ରିରୁପ୍ପୁର ଯାଇଥିଲେ। ତେବେ ହଠାତ୍‌ ରବିବାର ସକାଳେ ବସଷ୍ଟାଣ୍ଡ ନିକଟରୁ ମୂର୍ତ୍ତିଙ୍କର ମୃତଦେହ ମିଳିଥିବା ନେଇ ପୁଅ କାର୍ତ୍ତିଙ୍କୁ ଜଣେ ସମ୍ପର୍କୀୟ ଫୋନ୍ କରି କହିଥିଲେ। ଏହାପରେ ଘଟଣାସ୍ଥଳକୁ ଦୌଡି ଯାଇଥିଲେ ପୁଅ କାର୍ତ୍ତି। ପୁଲିସର କହିବାକୁ ମୁତାବକ, ମୃତଦେହଟି ତାଙ୍କ ବାପାଙ୍କର ବୋଲି ସେ ନିଶ୍ଚିତ କରିଥିଲେ।

ଏହି ଘଟଣାରେ ସତ୍ୟମଙ୍ଗଲାମ ପୁଲିସ ଏକ ମାମଲା ରୁଜୁ କରି ଶବକୁ ପରିବାରକୁ ହସ୍ତାନ୍ତର କରିଥିଲା। ପରେ ପରିବାର ଲୋକେ ରବିବାର ରାତିରେ ମୃତଦେହକୁ କବର ଦେଇଥିଲେ। ତେବେ ମୂର୍ତ୍ତିଙ୍କୁ କବର ଦେବାର ୨୪ ଘଣ୍ଟା ପରେ ସୋମବାର ସନ୍ଧ୍ୟାରେ ଘରକୁ ଜୀବିତ ଫେରିଥିଲେ ସେ। ଏହା ଦେଖି ଚକିତ ହୋଇପଡିଥିଲେ ତାଙ୍କ ପରିବାର ଲୋକେ।

ବାପାକୁ ଜୀବିତ ଦେଖି ପୁଅ କାର୍ତ୍ତି ଅବାକ ହୋଇଯାଇଥିଲେ। ଏପରିକି ସେ ନିଜ ଆଖିକୁ ବିଶ୍ୱାସ ମଧ୍ୟ କରି ପାରିନଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ସେ କହିଛନ୍ତି, “ଯେତେବେଳେ ସେ ଘରେ ପ୍ରବେଶ କଲେ ମୁଁ ମୋ ଆଖିକୁ ବିଶ୍ୱାସ କରିପାରି ନଥିଲି। ମୋ ବାପାଙ୍କ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି। କିନ୍ତୁ ଜୀବତ ସେ ଘର ଭିତରକୁ ପ୍ରବେଶ କରିବା ବେଳେ ମଧ୍ୟ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି।”

ତେବେ କେଉଁ ବ୍ୟକ୍ତିଙ୍କୁ କବର ଦିଆଯାଇଥିଲା ସେ ପ୍ରକୃତରେ କିଏ ସେ ନେଇ ପୁଲିସ ତଦନ୍ତ ଚଳାଇଛି। ମୃତ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ଜାଣିବା ପାଇଁ କାର୍ତ୍ତି ପୁଲିସକୁ ସୂଚନା ଦେଇଛନ୍ତି। ସୂଚନାକୁ ଭିତ୍ତି କରି ଅଧିକାରୀମାନେ କବର ଦିଆଯାଇଥିବା ସ୍ଥାନରେ ପହଞ୍ଚିଥିଲେ। ଶବକୁ ବାହାର କରିବା ଏବଂ ପୋଷ୍ଟମର୍ଟମ କରିବା ପାଇଁ ସରକାରୀ ଡାକ୍ତରଖାନାର ଡାକ୍ତରମାନଙ୍କୁ ଡକାଯାଇଥିଲା। ସ୍ଥାନୀୟ ତସିଲଦାର ଏବଂ ରାଜସ୍ୱ ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story