ଜାତୀୟ ପତାକା ଉତ୍ତୋଳନ ପରେ ଟିଆର୍‌ଏସ୍‌ ନେତାଙ୍କୁ ହତ୍ୟା

ହାଇଦ୍ରାବାଦ: ସ୍ୱାଧୀନତା ଦିବସରେ ଟିଆର୍‌ଏସ୍‌ ନେତାଙ୍କୁ ନିର୍ମମ ହତ୍ୟା। ଜାତୀୟ ପତାକା ଉତ୍ତୋଳନର କିଛି ମିନିଟ୍‌ ପରେ ପରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ନେତା ତମ୍ମିନେନି କୃଷ୍ଣୈୟାଙ୍କୁ ୪ଜଣ ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି। ସପଟେ ଏହି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହାକୁ ଦେଖି ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି […]

former TRS minister

former TRS minister

Madhupriya Mistry
  • Published: Tuesday, 16 August 2022
  • Updated: 16 August 2022, 10:09 AM IST

Sports

Latest News

ହାଇଦ୍ରାବାଦ: ସ୍ୱାଧୀନତା ଦିବସରେ ଟିଆର୍‌ଏସ୍‌ ନେତାଙ୍କୁ ନିର୍ମମ ହତ୍ୟା। ଜାତୀୟ ପତାକା ଉତ୍ତୋଳନର କିଛି ମିନିଟ୍‌ ପରେ ପରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ନେତା ତମ୍ମିନେନି କୃଷ୍ଣୈୟାଙ୍କୁ ୪ଜଣ ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି। ସପଟେ ଏହି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହାକୁ ଦେଖି ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ପୁଲିସ ସୂଚନା ମୁତାବକ, ସୋମବାର ଟିଆରଏସ ନେତା ତମ୍ମିନେନି କୃଷ୍ଣୈୟା ଖମ୍ମମ ମଣ୍ଡଳରେ ପତାକା ଉତ୍ତୋଳନ କରି ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ତେଲଦରୁପଲ୍ଲୀ ଗାଁରୁ ଅଟୋରିକ୍ସାରେ ଆସିଥିଲେ। ସେମନେ ହଠାତ୍‌ ଟିଆର୍‌ଏସ୍‌ ନେତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ଛାଡି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ ମିଳିଥିବା  ପ୍ରମାଣ ଆଧାରରେ ଏକ ଏଫଆଇଆର ରୁଜୁ କରି ମାମଲାର ତଦନ୍ତ ଆରମ୍ଭ ଜାରି ରଖିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ୪ଟି ଟିମ୍‌ ଗଠନ କରିଛି। ଘଟଣା ବେଳେ ଉପସ୍ଥିତ ଥିବା ଲୋକଙ୍କୁ ପୁଲିସ ପଚରାଉଚରା ମଧ୍ୟ ଜାରି ରହିଛି। ସେପଟେ ନେତାଙ୍କୁ ହତ୍ୟା ଘରେ ଲୋକଙ୍କ ମଧ୍ୟରେ ଆକ୍ରୋସ ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକେ ସିପିଆଇ(ଏମ) ନେତା ତାମିନେନି କୋଟେଶ୍ୱର ରାଓଙ୍କ ବାସଭବନ ଉପରକୁ ପଥର ମାଡ କରିଥିଲେ। ଟିଆର୍‌ଏସ୍‌ ନେତାଙ୍କ ହତ୍ୟା ପଛରେ ସିପିଆଇ(ଏମ୍‌) ନେତା ତଥା ତାଙ୍କ ସମ୍ପର୍କୀୟଙ୍କ ହାତ ଥିବା ଲୋକେ ଅଭିଯୋଗ କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ତେଲଦାରୁପାଲ୍ଲି ଗ୍ରାମ ପଞ୍ଚାୟତରେ ସିଆରପିସିର ଧାରା ୧୪୪ ଲାଗୁ କରାଯାଇଛି। ତାମିନେନି କ୍ରିଷ୍ଣିଆ କିଛି ଦିନ ପୂର୍ବରୁ ସିପିଏମ ଛାଡି ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos