ଆଉ ଲକଡାଉନ ନକରି ସବୁ ଖୋଲା ମେଲା କରିଦେଲେ ସରକାର

ହାଇଦ୍ରାବାଦ: କୋଭିଡ ୧୯ ସଂକ୍ରମଣର ଦ୍ୱିତୀୟ ଲହର ଦୁର୍ବଳ ହୋଇଛି। ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ଲକଡାଉନ୍ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ତେଲେଙ୍ଗାନାର ପଡ଼ୋଶୀ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମିଥିବାରୁ କେସିଆର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧ରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି ସରକାର। ମୁଖ୍ୟତଃ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତାକୁ ଲୋକମାନେ ଯେପରି ପାଳନ କରିବେ […]

LockDown

LockDown

Subhransu Sekhar
  • Published: Saturday, 19 June 2021
  • Updated: 19 June 2021, 05:10 PM IST

Sports

Latest News

ହାଇଦ୍ରାବାଦ: କୋଭିଡ ୧୯ ସଂକ୍ରମଣର ଦ୍ୱିତୀୟ ଲହର ଦୁର୍ବଳ ହୋଇଛି। ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ଲକଡାଉନ୍ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ତେଲେଙ୍ଗାନାର ପଡ଼ୋଶୀ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମିଥିବାରୁ କେସିଆର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ଜୁଲାଇ ୧ରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି ସରକାର। ମୁଖ୍ୟତଃ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତାକୁ ଲୋକମାନେ ଯେପରି ପାଳନ କରିବେ ସେ ଦିଗରେ ସହଯୋଗ କାମନା କରିଛନ୍ତି କେସିଆର ସରକାର।

ସୂଚନାଯୋଗ୍ୟ, ଶୁକ୍ରବାର ତେଲେଙ୍ଗାନାରେ କୋଭିଡ-୧୯ରେ ମୋଟ୍ ୧୪୧୭ ଜଣ ସଂକ୍ରମିତ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସହ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬,୧୦,୮୩୪ ରହିଛି। ଏବେ ରାଜ୍ୟରେ ପଜିଟିଭିଟି ହାର ୧.୧୪ ପ୍ରତିଶତ ରହିଛି। ସେହିପରି ସ୍ୱସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଏହି ଅବଧି ମଧ୍ୟରେ ମୋଟ୍ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇଲେ ରାଜ୍ୟରେ ଏଯାବତ ୩,୫୪୬ ଜଣ ସରକାରୀ ଭାବରେ କୋଭିଡ-୧୯ରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଶନିବାର ରିପୋର୍ଟ କିନ୍ତୁ ଖବର ଲେଖାହେବା ସୁଦ୍ଧା ପ୍ରକାଶ ପାଇନଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମହାରାଷ୍ଟ୍ର, ଦିଲ୍ଲୀ ମଧ୍ୟ ଲକଡାଉନ ହଟାଇଛନ୍ତି। ହେଲେ ଲକଡାଉନ ସହିତ ଯୋଡ଼ି ହୋଇଥିବା ଅନେକ କଟକଣାକୁ ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ଲାଗୁ ରଖିଛନ୍ତି। କିନ୍ତୁ ତେଲେଙ୍ଗାନାରେ ସମସ୍ତ ପ୍ରତିବନ୍ଧକ ହଟାଇ ସ୍ୱାଭାବିକ ମୁହାଁ ହୋଇଛନ୍ତି ଏଠିକାର ସରକାର। ପୂର୍ବରୁ ଜୁନ୍ ୯ରେ ୧୦ ଦିନିଆ ଲକଡାଉନ ଲାଗୁ କରିଥିଲେ ସରକାର। ଯଦିଓ ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା କମୁଥିଲା ହେଲେ ୩ ପ୍ରତିଶତ ତଳକୁ ଆସିବାକୁ ଅପେକ୍ଷା କରିଥିଲେ କେସିଆର ସରକାର। ଯାହାକୁ ସେଫ୍ ଜୋନ ବୋଲି ଏଠିକାର ସରକାର ବିବେଚନା କରୁଛନ୍ତି।

ସୂଚନାଯୋଗ୍ୟ, ଏବେ ଦେଶର ଦୈନିକ ସଂକ୍ରମଣ ୬୦ ହଜାରରୁ ତଳକୁ ଖସି ଆସିଛି। ଗତକାଲି ଅପେକ୍ଷା ଆଜି ମୃତ୍ୟୁସଂଖ୍ୟା କିନ୍ତୁ ସାମାନ୍ୟ ବଢ଼ିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୦, ୭୫୩ ଜଣଙ୍କ କୋଭିଡରେ ସଂକ୍ରମିତ ହୋଇଛନ୍ତି। ଗତକାଲି ଏହା ୬୨, ୪୮୦ ଥିଲା। ଗୋଟିଏ ଦିନ ପୂର୍ବରୁ ୬୭,୨୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ କରୋନା ଜିନିତ ମୃତ୍ୟୁସଂଖ୍ୟା ଦୀର୍ଘ ଦିନ ପରେ ଗତକାଲି ୨ ହଜାର ତଳକୁ ଖସିଥିଲା। ଗତକାଲି କରୋନା ୧୫୮୭ ଜଣଙ୍କ ମୁଣ୍ଡ ନେଇଥିଲା। ହେଲେ ଆଜି ଏହା ସାମାନ୍ୟ ବଢ଼ିଛି। ୨୪ ଘଣ୍ଟାରେ ଏହି ଭାଇରସରେ ୧୬୪୭ ଜଣ ପ୍ରାଣ ହରାଇଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଏହା ୨୩୩୦ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story