ପୁଣି ଜଣେ ଆତଙ୍କବାଦୀ ନିପାତ

ଜମ୍ମୁ: ପୁଣି ଜଣେ ଆତଙ୍କବାଦୀ ନିହତ। ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଜମ୍ମୁ-କଶ୍ମୀରିର ପୁଲୱାମା ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି। ରବିବାର ରାତିରେ ପୁଲୱାମାର ଗୁଣ୍ଡିପୋରାରେ ଏନକାଉଣ୍ଟର ହୋଇଥିଲା।  ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଛପି ଥିବା ଖବର ପାଇ ସୁରକ୍ଷାକର୍ମୀ ମାନେ କର୍ଡ଼ନ କରି ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇ ଥିଲେ। ରାତି ତମାମ ଏହି ଗୁଳବିନିମୟ ଚାଲିଥିଲା। ଆଜି ସକାଳେ ଜଣେ ଆତଙ୍କବାଦୀର ମୃତ ଦେହ ଠାବ ହୋଇଥିଲା। […]

Army

Army

Tapas Behera
  • Published: Monday, 30 May 2022
  • Updated: 30 May 2022, 12:49 PM IST

Sports

Latest News

ଜମ୍ମୁ: ପୁଣି ଜଣେ ଆତଙ୍କବାଦୀ ନିହତ। ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଜମ୍ମୁ-କଶ୍ମୀରିର ପୁଲୱାମା ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି। ରବିବାର ରାତିରେ ପୁଲୱାମାର ଗୁଣ୍ଡିପୋରାରେ ଏନକାଉଣ୍ଟର ହୋଇଥିଲା।  ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଛପି ଥିବା ଖବର ପାଇ ସୁରକ୍ଷାକର୍ମୀ ମାନେ କର୍ଡ଼ନ କରି ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇ ଥିଲେ। ରାତି ତମାମ ଏହି ଗୁଳବିନିମୟ ଚାଲିଥିଲା।

ଆଜି ସକାଳେ ଜଣେ ଆତଙ୍କବାଦୀର ମୃତ ଦେହ ଠାବ ହୋଇଥିଲା। କଶ୍ମୀର ଜୋନ୍‌ ଇନ୍ସପେକ୍ଟର ବିଜୟ କୁମାର କହିଛନ୍ତି ଯେ, ଜୈଶ-ଇ-ମହମ୍ମଦର ୨ ଜଣ ଆତଙ୍କବାଦୀ ଏବଂ ରିୟାଜ ଅହମ୍ମଦ ନାମକ କନଷ୍ଟେବଳଙ୍କ ହତ୍ୟାକରୀ ସୁରକ୍ଷା କର୍ମୀଙ୍କ ଫାଶରେ ଫସିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଜଣକର ମୃତ୍ୟୁ ଘଟିଥିଲା।

ସେହିପରି ଏହା ପୂର୍ବରୁ ଶନିବାର ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।  ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରିଛି କଶ୍ମୀର ଜୋନ୍ ପୁଲିସ। ଗତ ୪ ଦିନରେ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos