୩ ଆତଙ୍କବାଦୀ ନିହତ, ଜଣେ ଏଏସ୍‌ଆଇ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଗୁଳିରେ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସ୍‌ଆଇ) ସହିଦ ହୋଇଛନ୍ତି। ଶ୍ରୀନଗର ଜିଲ୍ଲାର ପନ୍ଥ ଚୌକ ଅଞ୍ଚଳରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସିଆର୍‌ପିଏଫ୍‌ର ଏକ ମିଳିତ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଗୁଳିବିନିମୟ ବେଳେ […]

jammu

jammu

Jitendra Garnayak
  • Published: Sunday, 30 August 2020
  • Updated: 30 August 2020, 10:02 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଗୁଳିରେ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସ୍‌ଆଇ) ସହିଦ ହୋଇଛନ୍ତି।

ଶ୍ରୀନଗର ଜିଲ୍ଲାର ପନ୍ଥ ଚୌକ ଅଞ୍ଚଳରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସିଆର୍‌ପିଏଫ୍‌ର ଏକ ମିଳିତ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା।

ଗୁଳିବିନିମୟ ବେଳେ ସମସ୍ତ ୩ ଆତଙ୍କବାଦୀ ନିହତ ହୋଇଥିବା ନେଇ ରାଜ୍ୟର ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି। ମୃତ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ତେବେ ନିହତ ଆତଙ୍କବାଦୀମାନଙ୍କ ଚିହ୍ନଟ ହୋଇପାରି ନାହିଁ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଗତ ଦୁଇ ଦିନରେ ତୃତୀୟ ଥର ପାଇଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos