ଯୁବ କର୍ମୀଙ୍କ କଥା ଦଳ ଶୁଣୁ: ଥରୁର

ନାଗପୁର: କଂଗ୍ରେସ ଦଳରେ ଥିବା ଯୁବ କର୍ମୀଙ୍କ କଥାକୁ ଶୁଣିବାର ସମୟ ଆସିଯାଇଛି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଲୋକସଭା ସାଂସଦ ଶଶି ଥରୁର ଆଜି ନାଗପୁରରେ ଏହି କଥା କହିଛନ୍ତି। ସେ କହିଛନ୍ତି, ଆମେ ବଡ଼ ନେତାମାନଙ୍କୁ ସମ୍ମାନ ଦେଉ। କିନ୍ତୁ ଏବେ ଦଳର ଯୁବକର୍ମୀଙ୍କ କଥା ଶୁଣିବାର ବେଳ ଆସିଛି। ଆମେ ଦଳ ସାଂଗଠନିକ ରୂପରେଖକୁ ବଦଳାଇବା ଦିଗରେ କାର୍ଯ୍ୟ କରିବୁ। ଦଳର କର୍ମୀମାନଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ୍‌। ଏହା […]

Shashi Tharoor

Shashi Tharoor

Jitendra Garnayak
  • Published: Saturday, 01 October 2022
  • Updated: 01 October 2022, 09:34 PM IST

Sports

Latest News

ନାଗପୁର: କଂଗ୍ରେସ ଦଳରେ ଥିବା ଯୁବ କର୍ମୀଙ୍କ କଥାକୁ ଶୁଣିବାର ସମୟ ଆସିଯାଇଛି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଲୋକସଭା ସାଂସଦ ଶଶି ଥରୁର ଆଜି ନାଗପୁରରେ ଏହି କଥା କହିଛନ୍ତି।

ସେ କହିଛନ୍ତି, ଆମେ ବଡ଼ ନେତାମାନଙ୍କୁ ସମ୍ମାନ ଦେଉ। କିନ୍ତୁ ଏବେ ଦଳର ଯୁବକର୍ମୀଙ୍କ କଥା ଶୁଣିବାର ବେଳ ଆସିଛି। ଆମେ ଦଳ ସାଂଗଠନିକ ରୂପରେଖକୁ ବଦଳାଇବା ଦିଗରେ କାର୍ଯ୍ୟ କରିବୁ। ଦଳର କର୍ମୀମାନଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ୍‌।

ଏହା ପୂର୍ବରୁ ଶଶି ଥରୁର କହିଥିଲେ ଯେ ସେ ଦଳର ସଭାପତି ହେଲେ ‘ହାଇକମାଣ୍ଡ’ ବ୍ୟବସ୍ଥାକୁ ହଟାଇ ଦେବେ।

୨୦୧୪ ନିର୍ବାଚନରେ ପରାଜୟ ପରଠୁ କଂଗ୍ରେସ ଏକାଧିକ ନିର୍ବାଚନରେ ପରାଜୟ ବରଣ କରିଥିବା ବେଳେ ଦଳର ସାଂଗଠନିକ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ ବୋଲି ଜି-୨୩ ନେତାଏ ଦାବି କରି ଆସୁଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର ଓ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ମଧ୍ୟରେ ଲଢ଼େଇ ହେବ। ଅକ୍ଟୋବର ୧୭ ତାରିଖରେ ଏହି ପଦ ପାଇଁ ନିର୍ବାଚନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos