Advertisment

କାନି ଭିଡୁଛନ୍ତି ମମତା, ଚିନ୍ତାରେ କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀ ଗୋଷ୍ଠୀରେ କନ୍ଦଳ। ବିରୋଧୀ କ୍ୟାମ୍ପରେ କଂଗ୍ରେସର ନେତୃତ୍ୱକୁ ନାପସନ୍ଦ କଲେଣି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଓରଫ୍ ଦିଦି। ଆଜି କଂଗ୍ରେସ ବିରୋଧୀ ଦଳକୁ ନେଇ ସର୍ବଦଳୀୟ ବୈଠକ ଡାକିଥିଲା। ଏହି ବୈଠକରେ ସୋମବାର ପାଖରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ କିଭଳି ରଣନୀତି ହେବ ଆଲୋଚନା ହୋଇଥାନ୍ତା । କିନ୍ତୁ ଏହି ବୈଠକକୁ ବୟକଟ କରି ମମତାଙ୍କ ଟିଏମସି ଦେଇଛି କିଛି ଏପରି ଇସାରା ଯାହା କଂଗ୍ରେସକୁ ଚିନ୍ତାରେ ପକାଇଛି। ଏକଦା କଂଗ୍ରେସରୁ ନିଜର […]

author-image
Madhupriya Mistry
ଅଦ୍ୟତନ ହୋଇଛି
କାନି ଭିଡୁଛନ୍ତି ମମତା, ଚିନ୍ତାରେ କଂଗ୍ରେସ

Sonia Gandhi and mamata

ନୂଆଦିଲ୍ଲୀ: ବିରୋଧୀ ଗୋଷ୍ଠୀରେ କନ୍ଦଳ। ବିରୋଧୀ କ୍ୟାମ୍ପରେ କଂଗ୍ରେସର ନେତୃତ୍ୱକୁ ନାପସନ୍ଦ କଲେଣି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଓରଫ୍ ଦିଦି। ଆଜି କଂଗ୍ରେସ ବିରୋଧୀ ଦଳକୁ ନେଇ ସର୍ବଦଳୀୟ ବୈଠକ ଡାକିଥିଲା। ଏହି ବୈଠକରେ ସୋମବାର ପାଖରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ କିଭଳି ରଣନୀତି ହେବ ଆଲୋଚନା ହୋଇଥାନ୍ତା । କିନ୍ତୁ ଏହି ବୈଠକକୁ ବୟକଟ କରି ମମତାଙ୍କ ଟିଏମସି ଦେଇଛି କିଛି ଏପରି ଇସାରା ଯାହା କଂଗ୍ରେସକୁ ଚିନ୍ତାରେ ପକାଇଛି।

Advertisment

ଏକଦା କଂଗ୍ରେସରୁ ନିଜର ରାଜନୀତିକ ଇନିଂସ ଆରମ୍ଭ କରିଥିବା ମମତା ଏବେ ସାରା ଦେଶରେ ନିଜ ଦଳର ପଦ ଚିହ୍ନ ରଖିବାକୁ ଚାହୁଁଛନ୍ତି। ଆଉ କଂଗ୍ରେସରେ ଥିବା ଅସନ୍ତୁଷ୍ଟକୁ ନିଜ ପଟକୁ ଆଣି କଂଗ୍ରେସକୁ ଦୁର୍ବଳ କରିବାରେ ବ୍ୟସ୍ତ ଥିବା ଜଣାପଡିଛି। ଆସାମର ପୂର୍ବତନ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ ଟିଏମସିରେ ସାମିଲ ହେବା ଏବଂ ମେଘାଳୟର ୧୨ କଂଗ୍ରେସ ବିଧାୟକ ଟିଏମସିରେ ସାମିଲ୍ ହେବା ଏହାର ଜ୍ୱଳନ୍ତ ଉଦାହାରଣ।

ସେହିପରି ଗୋଆରେ ମଧ୍ୟ କଂଗ୍ରେସ ନେତାକୁ ଆମଦାନୀ କରି ଟିଏମସି ନଜ ଗଡକୁ ମଜବୁତ କରିବାରେ ବ୍ୟସ୍ତ। ଆଉ ମମତାଙ୍କ ଏପରି ସଫଳ ନେତା ଆମଦାନୀ ପଛର ନେପଥ୍ୟ ନାୟକ ସାଜିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଯିଏକି କଂଗ୍ରେସରେ ସାମିଲ ହେବାର ଥିଲା। ପରବର୍ତ୍ତୀ ସମୟରେ ସେ କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ସମାଲୋଚନା କରିଛନ୍ତି।

Advertisment

ଏହାରି ଭିତରେ ଆଜି ସମସ୍ତ ବିରୋଧୀଙ୍କୁ ନେଇ ବୈଠକ ଡାକିଥିଲା କଂଗ୍ରେସ। ସଂସଦର ମୌସୁମୀ ଅଧିବେଶନରେ ପେଗାସସ୍ ଏବଂ ଚାଷୀ ଆନ୍ଦୋଳନ ଭଳି ପ୍ରସଙ୍ଗରେ ସରକାରକୁ ଘେରିବାକୁ ବିରୋଧୀ ସଜବାଜ ହୋଇଛନ୍ତି। ହେଲେ ଏହି ବୈଠକରେ ଟିଏମସି ସାମିଲ ନହେବା ସୋନିଆ ଏବଂ ମମତା ମଧ୍ୟରେ ଥିବା ସମ୍ପର୍କର ଦୂରତା ସୃଷ୍ଟି କରିଛି।

ସବୁଠୁ ବଡ଼ କଥା ହେଲା ଯେଉଁ ମମତା ବିଜେପି ଏବଂ ମୋଦିଙ୍କ ବିରୋଧରେ ସବୁବେଳେ ଯୁଦ୍ଧଂ ଦେହି ଡାକରା ଦେଉଛନ୍ତି ସେହି ମମତାଙ୍କ ଦଳ ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ କରିଛି।

ନିକଟରେ ଟିଏମସି ମୁଖିଆ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଆସିଥିଲେ। ଏହି ସମୟରେ ସୋନିଆ ଗାନ୍ଧୀଙ୍କୁ ମମତା ଭେଟିନଥିଲେ । ଯାହାକି ଦୁଇ ଦଳ ମଧ୍ୟରେ ଥିବା କ୍ଷମତାକୁ ନେଇ କନ୍ଦଳକୁ ଚର୍ଚ୍ଚା କରିବାକୁ ସୁଯୋଗ ଦେଇଥିଲା।

ଗତ କିଛି ସପ୍ତାହ ମଧ୍ୟରେ ଯେଉଁ ନେତାମାନେ କଂଗ୍ରେସରୁ ଟିଏମସିକୁ ଡିଆଁ ମାରିଛନ୍ତି ସେମାନଙ୍କ ମଧ୍ୟରେ ଗୋଆର ଲୁଇଜିନୋ ଫାଲେରୋ, ସ୍ୱର୍ଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ, ସିଲଚରର ପୂର୍ବତନ କଂଗ୍ରେସ ସାଂସଦ ତଥା ସ୍ୱର୍ଗତ କଂଗ୍ରେସ ନେତା ସାନ୍ତୋଶ ମୋହନ ଦେବଙ୍କ ଝିଅ ସୁସ୍ମିତା ଦେବ ପ୍ରମୁଖ ରହିଛନ୍ତି। ଏହା ବ୍ୟତୀତ ମେଘାଳୟର ୧୨ବିଧାୟକ ବିଳମ୍ବିତ ରାତିରେ ଟିଏମସିରେ ଯୋଗ ଦେଇଥିଲେ।

TMC