ସରକାରୀ କର୍ମଚାରୀ ଓ ମନ୍ତ୍ରୀଙ୍କ ପାଇଁ ଅନିବାର୍ଯ୍ୟ ହେବ ବୈଦ୍ୟୁତିକ କାର!

ନୂଆଦିଲ୍ଲୀ: ତେଲ ଦର ଗୋଟିଏ ପଟେ ଶତକ ଛୁଇଁସାରିଛି। ଅନ୍ୟପଟେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ପରିବେଶକୁ ସୁରକ୍ଷା ରଖିବା ପାଇଁ ଏବଂ ତେଲ ଦରକୁ ଆଖିରେ ରଖି ବୈଦ୍ୟୁତିକ ଯାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଏବେ ସରକାରୀ କର୍ମଚାରୀ ଏବଂ ମନ୍ତ୍ରୀମାନଙ୍କ ପାଇଁ ବୈଦ୍ୟୁତିକ କାର ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ପରାମର୍ଶ ଦେଇଛନ୍ତି। ଗଡକରୀ ଶୁକ୍ରବାର ଦିନ ମନ୍ତ୍ରାଳୟ ଏବଂ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର କରିବାକୁ […]

gadkari

gadkari

Subhransu Sekhar
  • Published: Friday, 19 February 2021
  • Updated: 20 February 2021, 08:37 AM IST

ନୂଆଦିଲ୍ଲୀ: ତେଲ ଦର ଗୋଟିଏ ପଟେ ଶତକ ଛୁଇଁସାରିଛି। ଅନ୍ୟପଟେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ପରିବେଶକୁ ସୁରକ୍ଷା ରଖିବା ପାଇଁ ଏବଂ ତେଲ ଦରକୁ ଆଖିରେ ରଖି ବୈଦ୍ୟୁତିକ ଯାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଏବେ ସରକାରୀ କର୍ମଚାରୀ ଏବଂ ମନ୍ତ୍ରୀମାନଙ୍କ ପାଇଁ ବୈଦ୍ୟୁତିକ କାର ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ପରାମର୍ଶ ଦେଇଛନ୍ତି। ଗଡକରୀ ଶୁକ୍ରବାର ଦିନ ମନ୍ତ୍ରାଳୟ ଏବଂ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ପରିବାରକୁ ରନ୍ଧନ ଗ୍ୟାସ ପାଇଁ ସବସିଡି ଦେବା ପରିବର୍ତ୍ତେ ବୈଦ୍ୟୁତିକ ରନ୍ଧନ ଉପକରଣ କିଣିବାରେ ସରକାର ସହାୟତା କରିବା ଉଚିତ ବୋଲି ସେ ମତ ରଖିଛନ୍ତି। 'ଗୋ ଇଲେକ୍ଟ୍ରିକ୍' ଅଭିଯାନ ଆରମ୍ଭ କରିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ନିତୀନ ଗଡକରୀ ଏହା କହିଛନ୍ତି।

ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବାଧ୍ୟତାମୂଳକ କରାଯିବା ଉଚିତ ବୋଲି ଗଡକରୀ ପରାମର୍ଶ ଦେଇଛନ୍ତି। ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କୁ ତାଙ୍କ ବିଭାଗର ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର ବାଧ୍ୟତାମୂଳକ କରିବାକୁ ସେ ଅନୁରୋଧ କରିଛନ୍ତି। ପରିବହନ ବିଭାଗ କହିଛି ଯେ ତାଙ୍କ ବିଭାଗ ଏହି ପଦକ୍ଷେପ ନିଆଯିବ।

କେବଳ ଦିଲ୍ଲୀରେ ୧୦,୦୦୦ ବୈଦ୍ୟୁତିକ ଯାନ ବ୍ୟବହାର କଲେ ପ୍ରତ୍ୟେକ ମାସରେ ୩୦ କୋଟି ସଞ୍ଚୟ କରିହେବ। ଏହି ଅବସରରେ ଶକ୍ତି ମନ୍ତ୍ରୀ ଆର.କେ ସିଂ ଘୋଷଣା କରିଛନ୍ତି ଯେ ଦିଲ୍ଲୀ-ଆଗ୍ରା ଏବଂ ଦିଲ୍ଲୀ-ଜୟପୁର ମଧ୍ୟରେ ଏକ 'ଇନ୍ଧନ ସେଲ' ବସ୍ ସେବା ଆରମ୍ଭ ହେବ।

ଗଡକରୀ ଆହୁରି କହିଛନ୍ତି ଯେ ଏକ ବୈଦ୍ୟୁତିକ ଯାନ ବ୍ୟବହାର କରିବା ଦ୍ୱାରା ଇନ୍ଧନ ମୂଲ୍ୟ ମାସକୁ ୩୦ ହଜାର ଟଙ୍କା ସଞ୍ଚୟ ହୋଇପାରିବ। ଏହିପରି, ୧୦ ହଜାର ବୈଦ୍ୟୁତିକ ଯାନ କ୍ଷେତ୍ରରେ ସଞ୍ଚୟ ୩୦ କୋଟି ଟଙ୍କା ହୋଇପାରିବ। ସେ କହିଛନ୍ତି ଯେ କେବଳ ଦିଲ୍ଲୀରେ ୧୦,୦୦୦ ବୈଦ୍ୟୁତିକ ଯାନ ବ୍ୟବହାର କଲେ ପ୍ରତି ମାସରେ ୩୦ କୋଟି ସଞ୍ଚୟ ହୋଇପାରିବ।

ସୂଚନାଯୋଗ୍ୟ ନିକଟରେ ଗଡକରୀ କହିଥିଲେ ଯେ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଲିଥିୟମ ଆୟନ ଏବଂ ହାଇଡ୍ରୋଜେନ ସେଲ ଭଳି ବିକଳ୍ପ ଇନ୍ଧନର ସମ୍ଭାବନାକୁ ଅନୁସନ୍ଧାନ କରିବା ପାଇଁ ସଡକ ପରିବହନ ମନ୍ତ୍ରଣାଳୟ ପଦକ୍ଷେପ ନେଇଛି। ସେ କହିଛନ୍ତି ଯେ ଆଲୁମିନିୟମ ଆୟନ ଏବଂ ଷ୍ଟିଲ ଆୟନ ବ୍ୟାଟେରୀ ଉପରେ ମଧ୍ୟ ବିଚାର ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos