ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବିବେକାନନ୍ଦ ଓ ଗାନ୍ଧୀଙ୍କ ସହ ତୁଳନା କରି ଫସିଲେ ଶିକ୍ଷାମନ୍ତ୍ରୀ
ଅଗରତାଲା: ଫସିଲେ ତ୍ରିପୁରା ଶିକ୍ଷାମନ୍ତ୍ରୀ ରତନ ଲାଲ ନାଥ। ମହଙ୍ଗା ପଡିଲା ମନ୍ତବ୍ୟ ଦେବା। ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କୁ ମହାପୁରୁଷଙ୍କ ସହ ତୁଳନା କରି ସେ ବିବାଦ ଘେରକୁ ଟାଣି ହୋଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ତୁମ୍ବିତୋଫାନ।
ବିପ୍ଳବ ଦେବଙ୍କୁ ସ୍ୱାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଟାଗୋର, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ବୋସ୍ ଏବଂ ଆଲବର୍ଟ ଆଇନିଷ୍ଟାଇନିଙ୍କ ସହ ତୁଳନା କରିଛନ୍ତି ତ୍ରିପୁରା ଶିକ୍ଷାମନ୍ତ୍ରୀ। ତ୍ରିପୁରାବାସୀ ନିଜକୁ ଭାଗ୍ୟଶାଳୀ ମନେ କରିବା ଦରକାର ଯେ ବିପ୍ଳବ ଦେବ ତ୍ରିପୁରା ମାଟିରେ ଜନ୍ମ ହୋଇଛନ୍ତି ବୋଲି ସେ କହିଥିଲେ।
ବିପ୍ଳବ ଦେବଙ୍କ ବ୍ୟତୀତ ପୂର୍ବ ସରକାରମାନଙ୍କରେ ଯେଉଁମାନେ ଥିଲେ, ସେମାନେ ଆମ ଅଭିଳାଷା କଥା ଚିନ୍ତା କରିବାକୁ ସୁଯୋଗ ଦେଇ ନ ଥିଲେ। ଏବଂ ସେ ସେଥିରୁ କିଛି ଅଭିଳାଷ ପୂରଣ କରିଛନ୍ତି। କେହି(ପୂର୍ବ ସରକାର) ଆମକୁ ସ୍ୱପ୍ନ ଦେଖାଇ ନାହିଁ। କେବଳ ଜଣେ ମାତ୍ର ବ୍ୟକ୍ତି ଯିଏ ଆମକୁ ସ୍ୱପ୍ନ ଦେଖାଇଛନ୍ତି ସେ ହେଲେ ବିପ୍ଳବ ଦେବ। ଏବଂ ଅନେକ ସ୍ୱପ୍ନ ସେ ପୂରଣ କରିଛନ୍ତି ବୋଲି ଶୁକ୍ରବାର ଦିନ ଧାଳାଇ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରତନ୍ ଲାଲ୍ କହିଥିଲେ।
ସେ ଆହୁରି କହିଥିଲେ, ‘ଦିନ ଥିଲା ଆମ ଦେଶ ଓ ବିଶ୍ୱରେ ସୁଭାଷ ଚନ୍ଦ୍ର ବୋଷ, ରବୀନ୍ଦ୍ରନାଥ ଠାକୁର, ମହାତ୍ମା ଗାନ୍ଧୀ, ସ୍ୱାମୀ ବିବେକାନନ୍ଦ, ଆଇନଷ୍ଟାଇନ୍ଙ୍କ ଭଳି ମହାପୁରୁଷମାନେ ଜନ୍ମଗ୍ରହଣ କରିଥିଲେ। ଆଉ ଆମ ରାଜ୍ୟରେ ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ବିପ୍ଳବ କୁମାର ଦେବ। ସେ ନୂଆ ଦିଗ୍ଦର୍ଶନ ଦେବା ସହ ଜନସାଧାରଣଙ୍କ ସ୍ୱପ୍ନ ପୂରଣ କରିଛନ୍ତି।’
ଏବେ ତ୍ରିପୁରା ଶିକ୍ଷାମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ଚାରିଆଡେ ସମାଲୋଚନା କରାଯାଇଛି। ତୃଣମୂଳ କଂଗ୍ରେସର ରାଜ୍ୟ ସଭାପତି ସୁବଳ ଭୌମିକ କହିଛନ୍ତି ଯେ, ‘ଦେଶର ସଂସ୍କୃତି, ପରମ୍ପରା ଏବଂ ସଂସ୍କାର ବିଷୟରେ ଜ୍ଞାନ ନ ଥିବା ବ୍ୟକ୍ତିମାନେ ରାଜ୍ୟ ଶାସନ କରୁଛନ୍ତି। ଦେଶର ମହାନ୍ ନେତୃବୃନ୍ଦଙ୍କ ସଙ୍ଗେ ରତନ ଲାଲ ନାଥ ଯେଭଳି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ତୁଳନା କଲେ ତାହା ଅସମ୍ମାନଜନକ।’
There are times when great men are born in our country & the world…like Subhash Bose, Tagore, Mahatma Gandhi, Vivekananda, Einstein…Good for us that in our state one such person Biplab Deb was born. He has given us new direction: Tripura education minister Ratan Lal Nath pic.twitter.com/P3dy9c90nL
— ইন্দ্রজিৎ | INDRAJIT (@iindrojit) May 22, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।