ନୀତିନ ଗଡକରୀଙ୍କୁ ଦ୍ୱିତୀୟ ଥର କରୋନା

ନୂଆଦିଲ୍ଲୀ:କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ପରେ ସେ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ଏ ସମ୍ପର୍କରେ ସେ ମଙ୍ଗଳବାର ଟ୍ୱିଟ୍ କରି ଜଣାଇଛନ୍ତି।  ଏଥିସହ ଯେଉଁମାନେ ତାଙ୍କ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଲସନରେ ରଖି ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ମୋର ମାଇଲଡ୍‌ ଲକ୍ଷଣ ଦେଖାଯିବାରୁ ମୁଁ ପରୀକ୍ଷା କରିଥିଲି। ରିପୋର୍ଟ ପଜିଜିଟିଭ ଆସିଛି । ସମସ୍ତ […]

nitin-gadkari (1)

nitin-gadkari (1)

Tapas Behera
  • Published: Wednesday, 12 January 2022
  • Updated: 12 January 2022, 08:34 AM IST

Sports

Latest News

ନୂଆଦିଲ୍ଲୀ:କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ପରେ ସେ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ଏ ସମ୍ପର୍କରେ ସେ ମଙ୍ଗଳବାର ଟ୍ୱିଟ୍ କରି ଜଣାଇଛନ୍ତି।  ଏଥିସହ ଯେଉଁମାନେ ତାଙ୍କ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଲସନରେ ରଖି ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ, ମୋର ମାଇଲଡ୍‌ ଲକ୍ଷଣ ଦେଖାଯିବାରୁ ମୁଁ ପରୀକ୍ଷା କରିଥିଲି। ରିପୋର୍ଟ ପଜିଜିଟିଭ ଆସିଛି । ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ୍ ଅନୁସରଣ କରି ମୁଁ ନିଜକୁ ଅଲଗା ରଖିଛି। ମୁଁ ଏବେ ହୋମ କ୍ୱାରେଣ୍ଟାଇନ୍‌ରେ ରଖିଛି। ତେବେ ତାଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ କର୍ଣ୍ଣାଟକ  ମୁଖ୍ୟମନ୍ତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହା ପୂର୍ବରୁ ୨୦୨୦ ସେପ୍ଟେମ୍ବରରେ ଗଡ଼କରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ତେବେ ଗତକାଲି  ଦେଶରେ ୧,୬୮,୦୬୩ଟି ମାମଲା ଚିହ୍ନଟ ହୋଇଥିଲା।  ସୋମବାର ତୁଳନାରେ ଏହି ମାମଲା  ୬.୫ ପ୍ରତିଶତ କମ୍ ରହିଛି। ଏଥିସହ ଦେଶରେ ମୋଟ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୮,୭୫,୭୯୦ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos