ଧୂମକେତୁ ବର୍ଷା ନା' ଚୀନ୍‌ର ରକେଟ୍‌?

ମୁମ୍ବାଇ: ମହାରାଷ୍ଟ୍ର ଆକାଶରେ ବିରଳ ଦୃଶ୍ୟ। ରାତିର ଅନ୍ଧାର ଆକାଶରେ ଚାହୁଁ ଚାହୁଁ ଆଲୋକ ଖେଳିଗଲା। ଚାଲିଲା ଧୂମକେତୁର ବର୍ଷା।  ଏକାଧିକ ଧୂମକେତୁଙ୍କ ଗତି ବେଶ୍ ଆକର୍ଷଣୀୟ ଥିଲା।  ଲୋକେ ନିଜ ମୋବାଇଲରେ ଏହାକୁ କଏଦ ବି କରିଥିଲେ।  ନାଗପୁର ସମେତ ଆଉ କିଛି ସହରରେ ଗତ ସଂଧ୍ୟାରେ ଏଭଳି କିଛି ଦୃଶ୍ୟ ଦେଖାଦେଇଛି। ଏପରିକି ମଧ୍ୟପ୍ରଦେଶର ଝାବୁଆ ଏବଂ ବରୱାନୀ ଜିଲ୍ଲାରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା। ତେବେ ପ୍ରଥମ ଦେଖାରେ ଏହି ଆଲୋକମାଳା ଧୂମକେତୁ […]

meteor-shower

meteor-shower

Madhupriya Mistry
  • Published: Sunday, 03 April 2022
  • Updated: 03 April 2022, 08:45 AM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ଆକାଶରେ ବିରଳ ଦୃଶ୍ୟ। ରାତିର ଅନ୍ଧାର ଆକାଶରେ ଚାହୁଁ ଚାହୁଁ ଆଲୋକ ଖେଳିଗଲା। ଚାଲିଲା ଧୂମକେତୁର ବର୍ଷା।  ଏକାଧିକ ଧୂମକେତୁଙ୍କ ଗତି ବେଶ୍ ଆକର୍ଷଣୀୟ ଥିଲା।  ଲୋକେ ନିଜ ମୋବାଇଲରେ ଏହାକୁ କଏଦ ବି କରିଥିଲେ।  ନାଗପୁର ସମେତ ଆଉ କିଛି ସହରରେ ଗତ ସଂଧ୍ୟାରେ ଏଭଳି କିଛି ଦୃଶ୍ୟ ଦେଖାଦେଇଛି। ଏପରିକି ମଧ୍ୟପ୍ରଦେଶର ଝାବୁଆ ଏବଂ ବରୱାନୀ ଜିଲ୍ଲାରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା।

ତେବେ ପ୍ରଥମ ଦେଖାରେ ଏହି ଆଲୋକମାଳା ଧୂମକେତୁ ଭଳି ମନେ ହେଉଥିଲା। ତେବେ ଏହା ଧୂମକେତୁ ନୁହେଁ ବରଂ ଏକ ସାଟେଲାଇଟ୍‌ରେ ଖଣ୍ଡ, ଯାହା କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଜଣେ ପରିବେଶବିତ୍‌ ଦାବି କରିଛନ୍ତି। ସେପଟେ ଆମେରିକାର ଜଣେ ବୈଜ୍ଞାନିକ ଏହା ଚୀନ୍‌ ରକେଟ୍‌ର ଏକ ଅଂଶ ବୋଲି ଦାବି କରିଛନ୍ତି। ଏହା କେଉଁ ଦେଶର ସାଟେଲାଇଟର ଏକ ଅଶଂ ନା ଧୂମକେତୁ ସେ ନେଇ ଅନୁସନ୍ଧାନ ଜାରି ରହିଛି।

ଆମେରିକାର ବୈଜ୍ଞାନିକ ଜୋନାଥନ ମ୍ୟାକଡୋୱେଲ ଟ୍ୱିଟ କରି କହିଛନ୍ତି ଯେ ମୁଁ ଭାବୁଛି ଏହା ହେଉଛି ଚାଇନାର ରକେଟ 'ଚେଙ୍ଗ ଝେଙ୍ଗ 3ବି', ଯାହା ପୃଥିବୀର ବାୟୁମଣ୍ଡଳକୁ ପୁନର୍ବାର ପ୍ରବେଶ କରୁଛି। ଗତ ବର୍ଷ ଫେବୃଆରୀରେ ଏହି ରକେଟ୍ ଉତକ୍ଷେପଣ କରାଯାଇଥିଲା। ପୃଥିବୀ ଆଡକୁ ଖସିଯିବାବେଳେ ବାୟୁମଣ୍ଡଳ ସହିତ ସଂସ୍ପର୍ଶରେ ଆସିବା ହେତୁ ଏହାର ଅଂଶ ଜଳୁଥିଲା। ମାସାଚୁସେଟ୍ସର କେମ୍ବ୍ରିଜରେ ଥିବା ହାଭାର୍ଡ-ସ୍ମିଥସନ ସେଣ୍ଟର ଫର ଜ୍ୟୋତିର୍ବିଜ୍ଞାନର ବୈଜ୍ଞାନିକ ମ୍ୟାକଡୋୱାଲ କହିଛନ୍ତି ଯେ, 'ଚାଇନାର ରକେଟ ଚେଙ୍ଗ ଝେଙ୍ଗ 3ବି ସିରିଏଲ ନମ୍ବର Y77 ଏହି ରାସ୍ତା ଦେଇ ପଡ଼ିବାର ଥିଲା। ମୁଁ ଭାବୁଛି ଆକାଶରେ ଦେଖାଯାଉଥିବା ଉଜ୍ଜ୍ୱଳ ରେଖା ଏହାର ଜଳିବା କାରଣରୁ ଦୃଶ୍ୟମାନ ହୋଇଥିଲା।'

ସେପଟେ ଆକାଶରେ ଏହି ଚମତ୍କାର ଦୃଶ୍ୟ ଦେଖି ଲୋକେ ଚକିତ ହୋଇପଡିଛନ୍ତି। ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ। ଆକାଶରେ ଏହି ଚମତ୍କାର ଦୃଶ୍ୟ ମହାରାଷ୍ଟ୍ରର ନାଗପୁର, ଚନ୍ଦ୍ରପୁର, ଆକ୍ଲା, ଜାଲଗାଓଁ ଇତ୍ୟାଦି ଜିଲ୍ଲାରେ ଦେଖିବାକୁ ମିଳିଥିଲା।

https://twitter.com/ANI/status/1510297682996195329?s=20&t=cZ23iA3giRysQrMLhOmlNg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story