ପଚାରିଲେନି ଅଖିଲେଶ, ଏବେ ବିଜେପି ମୁହାଁ ଦାଦା, ଯିବେ ରାଜ୍ୟସଭା!

ଲକ୍ଷ୍ନୌ: ପୁଣି ପଦାରେ ପଡିଛି ଦାଦା ପୁତୁରା କଳି। ନିର୍ବାଚନ ସରିବା ପରେ ଦାଦା ଶିବପାଲଙ୍କୁ ଆଡେଇ ଦେଇଛନ୍ତି ପୁତୁରା ଅଖିଲେଶ। ଏହାକୁ ନେଇ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଶିବପାଲ ଯାଦବ ରାଗି ଯାଇଛନ୍ତି। ବିଧାୟକ ଦଳ ବୈଠକକୁ ଅଖିଲେଶ ନଡକିବା ପରେ ସେ ଏବେ ବାଡ ଡେଇଁବା ପାଇଁ ଉଦ୍ୟମ ଚଳାଇଛନ୍ତି। ଶିବପାଲ କୁଆଡେ ଏବେ ବିଜେପି ମୁହାଁ ହୋଇଛନ୍ତି। ବିଜେପି ଟିକେଟରୁ ରାଜ୍ୟସଭା ଯିବେ ବୋଲି ଶୁଣିବାକୁ ମିଳୁଛି। ପ୍ରସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ […]

Shivpal and Akhilesh

Shivpal and Akhilesh

Madhupriya Mistry
  • Published: Thursday, 31 March 2022
  • Updated: 31 March 2022, 02:36 PM IST

Sports

Latest News

ଲକ୍ଷ୍ନୌ: ପୁଣି ପଦାରେ ପଡିଛି ଦାଦା ପୁତୁରା କଳି। ନିର୍ବାଚନ ସରିବା ପରେ ଦାଦା ଶିବପାଲଙ୍କୁ ଆଡେଇ ଦେଇଛନ୍ତି ପୁତୁରା ଅଖିଲେଶ। ଏହାକୁ ନେଇ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଶିବପାଲ ଯାଦବ ରାଗି ଯାଇଛନ୍ତି। ବିଧାୟକ ଦଳ ବୈଠକକୁ ଅଖିଲେଶ ନଡକିବା ପରେ ସେ ଏବେ ବାଡ ଡେଇଁବା ପାଇଁ ଉଦ୍ୟମ ଚଳାଇଛନ୍ତି। ଶିବପାଲ କୁଆଡେ ଏବେ ବିଜେପି ମୁହାଁ ହୋଇଛନ୍ତି। ବିଜେପି ଟିକେଟରୁ ରାଜ୍ୟସଭା ଯିବେ ବୋଲି ଶୁଣିବାକୁ ମିଳୁଛି।

ପ୍ରସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବପାଲ ଯାଦବ ବିଜେପି ସହାୟତାରେ ରାଜ୍ୟସଭା ଯାଇପାରନ୍ତି। ଏନେଇ ବିଜେପି ପକ୍ଷରୁ ମଧ୍ୟ ଗ୍ରୀନ୍‌ ସିଗ୍‌ନାଲ ମିଳୁଛି। ଦୁଇ ଦିନ ଯାଏଁ ଦିଲ୍ଲୀରେ ବିଜେପିର ଶୀଷ ନେତାଙ୍କୁ ଦେଖାକ୍ଷାତ କରିବା ଓ ପରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେ ଭେଟିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ବିଜେପିରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିଛନ୍ତି ଶିବପାଲ। ସେ କହିଛନ୍ତି, 'ଏବେ ଉଚିତ ସମୟ ନାହିଁ। ଉଚିତ ସମୟର ଅପେକ୍ଷା କରନ୍ତୁ।'Shivpal and yogi

ସୂଚନା ମୁତାବକ, ଉତ୍ତରପ୍ରଦେଶରେ ଜୁଲାଇ ମାସରେ ୧୧ଟି ରାଜ୍ୟସଭା ଆସନ ଖାଲି ପଡିବ। ଏଥିରୁ ବିଜେପି ୭ରୁ ୮ଟି ସିଟ୍ ଜିତିବା ନିଶ୍ଚିତ। ଶିବପାଲ ସିଂହ ଯାଦବ ବର୍ତ୍ତମାନ ବିଜେପି ସହାୟତାରେ ରାଜ୍ୟସଭା ଯାଇପାରନ୍ତି। ଏହା ସହ ଶିବପାଲ ଯାଦବ ତାଙ୍କ ପୁଅ ଆଦିତ୍ୟ ଯାଦବଙ୍କୁ ଜସୱନ୍ତନଗର ଆସନରୁ ମଇଦାନକୁ ଓହ୍ଲାଇପାରନ୍ତି। ଜସୱନ୍ତନଗର ଆସନରେ ମଧ୍ୟ ପଦ୍ମ ଫୁଟାଇବାକୁ ଚେଷ୍ଟା କରୁଛି ବିଜେପି।

ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲେ ଶିବପାଲ। ତେବେ ନିର୍ବାଚନ ସରିବା ପରେ ସମାଜବାଦୀ ପାର୍ଟିରୁ ଶିବପାଲ ଯାଦବଙ୍କୁ ଲାଗିଛି ଜୋରଦାର ଝଟ୍‌କା। ସାପା ତାଙ୍କୁ ବିଧାୟକ ମାନିବାକୁ ମନା କରି ବିଧାୟକ ଦଳ ବୈଠକକୁ ଡାକିନଥିଲା। ଏହାକୁ ନେଇ ସେ ରାଗି ଯାଇଥିଲେ। ଏହାପରେ ସେ ପ୍ରଥମେ ଇଟାୱା ଓ ପରେ ଦିଲ୍ଲୀ ଚାଲି ଯାଇଥିଲେ। ଏଠାରୁ ହିଁ ଶିବପାଲଙ୍କ ବିଜେପି ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos