ଗଙ୍ଗାରେ ଓଲଟିଲା ଡ଼ଙ୍ଗା, ବୁଡିଗଲେ ୬ ଜଣ
ଲକ୍ଷ୍ନୌ: ବଡ ଦୁର୍ଘଟଣା। ଗଙ୍ଗା ନଦୀରେ ଓଲଟି ପଡିଲା ଡଙ୍ଗା। ବାରଣାସୀ ଗଙ୍ଗା ନଦୀର ପ୍ରଭୁଘାଟରେ ଏଭଳି ଅଘଟଣ ଘଟିଛି। ଏହି ଡଙ୍ଗାରେ ୬ ଜଣ ଥିଲେ। ଡଙ୍ଗା ଓଲଟିବା ଯୋଗୁଁ ସମସ୍ତେ ବୁଡି ଯାଇଛନ୍ତି। ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ନୌକା ଚାଳକମାନେ ଉଦ୍ଧାର କରିଥିବା ଜଣାପଡିଛି।
ଅନ୍ୟ ୪ ଜଣ ଏବେବି ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍କୁବା ଡାଇଭରଙ୍କ ସହାୟତାରେ ଏନ୍ଡିଆର୍ଏଫ୍ ଟିମ୍ ଓ ପୁଲିସ ଘଟଣାସ୍ଥଳରେ ଖୋଜାଖୋଜି ଚଲାଇଛି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗଙ୍ଗରେ ବୁଡି ଯାଇଥିବା ଲୋକମାନେ ପର୍ଯ୍ୟଟକ ବୋଲି କୁହାଯାଉଛି।
Uttar Pradesh | Five people feared drowned in boat capsize near Prabhu Ghat in Varanasi pic.twitter.com/RZjTzjeh3O
— ANI UP/Uttarakhand (@ANINewsUP) May 23, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।