Advertisment

କନଷ୍ଟେବଳ ପାଲଟିଗଲେ ଇଣ୍ଟରନେଟ ସେନସେସନ୍‌, ଲୋକେ କହିଲେ-ରିୟଲ ହିରୋ

ମୁମ୍ବାଇ: ଜଣେ ଅଚିହ୍ନା ଯୁବକର ଜୀବନ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ। ଆଖି ଆଗରେ ମୃତ୍ୟୁକୁ ଦେଖିକି ବି ତା’ର ସାମନା କରିବାକୁ ପଛ ଘୁଞ୍ଚା ଦେଲେନି। ଏପରି ମାନବିକତାର ପରିଚୟ ଦେଇଥିବା ଆରପିଏଫ୍ କନଷ୍ଟେବଳ ହୃଷିକେଶ ଏବେ ପାଲଟି ଯାଇଛନ୍ତି ଇଣ୍ଟରନେଟ ସେନସେସନ୍‌। ହୃଷିକେଶଙ୍କ ଭିଡିଓ ଭାଇରାଲ ହେବା ପରେ ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ। ତେବେ ହଠାତ୍‌ ଜଣେ ସାଧାସିଧା କନଷ୍ଟେବଳ କିପରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ, କ’ଣ ପାଇଁ […]

author-image
Niharika Rout
ଅଦ୍ୟତନ ହୋଇଛି
କନଷ୍ଟେବଳ ପାଲଟିଗଲେ ଇଣ୍ଟରନେଟ ସେନସେସନ୍‌, ଲୋକେ କହିଲେ-ରିୟଲ ହିରୋ

train

ମୁମ୍ବାଇ: ଜଣେ ଅଚିହ୍ନା ଯୁବକର ଜୀବନ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ। ଆଖି ଆଗରେ ମୃତ୍ୟୁକୁ ଦେଖିକି ବି ତା’ର ସାମନା କରିବାକୁ ପଛ ଘୁଞ୍ଚା ଦେଲେନି। ଏପରି ମାନବିକତାର ପରିଚୟ ଦେଇଥିବା ଆରପିଏଫ୍ କନଷ୍ଟେବଳ ହୃଷିକେଶ ଏବେ ପାଲଟି ଯାଇଛନ୍ତି ଇଣ୍ଟରନେଟ ସେନସେସନ୍‌। ହୃଷିକେଶଙ୍କ ଭିଡିଓ ଭାଇରାଲ ହେବା ପରେ ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ। ତେବେ ହଠାତ୍‌ ଜଣେ ସାଧାସିଧା କନଷ୍ଟେବଳ କିପରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ, କ’ଣ ପାଇଁ ପାଲଟିଗଲେ ପ୍ରଶଂସାର ପାତ୍ର ତାହା ଜାଣିଲେ  ଆପଣ ବି ତାଙ୍କ ପ୍ରଶଂସା କରିବାକୁ ପଛାଇବେ ନାହିଁ ।

Advertisment

ମହାରାଷ୍ଟ୍ରର ଠାଣେର ବିଟ୍ଟଲବାଡି ରେଲୱେ ଷ୍ଟେଶନରେ କନଷ୍ଟେବଳ ଭାବେ ମୁତୟନ ଥିବା ହୃଷିକେଶଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ରେଲୱେ ପ୍ଲାଟଫର୍ମରେ  ବୁଲୁଥିବା ଜଣେ ୧୮ ବର୍ଷୀୟ ଯୁବକ ହଠାତ୍‌ ଟ୍ରେନ୍‌ ଆସୁଥିବା ଦେଖି ତାହା ଆଗକୁ ଡେଇଁ ପଡ଼ିଲେ।  ଅବସାଦଗ୍ରସ୍ତ ଯୁବକଜଣକ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଏପରି କାଣ୍ଡ ଘଟାଇଥିଲେ।  ଆଖି ପିଛୁଳାକେ ଘଟି ଯାଇଥାନ୍ତା ବହୁତ ବଡ଼ ଅଘଟଣ । ଉକ୍ତ ସମୟରେ ସେଠାରେ ମୁତୟନ ଥିବା ହୃଷିକେଶଙ୍କ ନଜରରେ ଏହା ପଡ଼ି ଯାଇଥିଲା।  କାଳ ବିଳମ୍ବ ନ କରି   ସେ ମଧ୍ୟ ରେଳ ଲାଇନ୍‌କୁ ଡେଇଁ ପଡ଼ିଲେ। ଏହାପରେ ସେ ଯୁବକଜଣଙ୍କୁ ରେଲ ଲାଇନ୍‌ରୁ ଠେଲି ବାହାରକୁ ନେଇ ଯାଇଥିବା ବେଳେ ଟ୍ରେନ୍‌ଟି ଆଖି ପିଛୁଳାକେ ଅତିକ୍ରମ କରି ପଳାଇଲା। ହୃଷିକେଶଙ୍କ ଅଦ୍ୟମ ସାହସ ଯୋଗୁ  ଏକ ଅମୂଲ୍ୟ ଜୀବନ ବଞ୍ଚିଗଲା।

ଚିହ୍ନା ପରିଚୟ ନ ଥାଇ ବି ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ମରଣ ମୁହଁକୁ ଡେଇଁ ପଡ଼ିଥିବା ହୃଷିକେଶଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।  ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ୧୦ ହଜାରରୁ ଅଧିକ ୟୁଜର୍ସ ଏହାକୁ ଲାଇକ୍‌ କରି ସାରିଲେଣି। ଜଣେ ୟୁଜର ହୃଷିକେଶଙ୍କୁ ରିୟଲ ହିରୋ ବୋଲି  ଉଲ୍ଲେଖ କରିଥିବା ବେଳେ ଅନ୍ୟ ଜଣେ ଏପରି କାମ ପାଇଁ ବଡ଼ ହୃଦୟ ଥିବା ଦରକାର ବୋଲି କମେଣ୍ଟ କରିଛନ୍ତି।

Advertisment

Maharashtra Police Viral Video