'ଗାଲିବାଜ୍‌' ମହିଳା, ଗାର୍ଡଙ୍କ ସହ କଲେ ଦୁର୍ବ୍ୟବହାର

ନୂଆଦିଲ୍ଲୀ: ନେତାଙ୍କ ପରେ ଜନତା। ହାଇଟେକ୍‌ ସୋସାଇଟିରେ ହାଇଡ୍ରାମା। ନିକଟରେ ଜଣେ ବିଜେପି ନେତାଙ୍କ ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ମାମଲା ଥଣ୍ଡା ପଡିନଥିବା ବେଳେ ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି। ଏଥର ଜଣେ ମହିଳା ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ ହୋଇଛି।  ନଏଡାର ସେକ୍ଟର-୧୨୬ ଜେପି ସୋସାଇଟିରେ ଏହି ଘଟଣା ଘଟିଛି। ନଏଡା ହାଇଟେକ୍‌ ସୋସାଇଟିରେ ରହୁଥିବା ଜଣେ ମହିଳା ଜଣେ ଗାର୍ଡଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଛନ୍ତି। କେବଳ […]

lady-abusing-guard

lady-abusing-guard

Madhupriya Mistry
  • Published: Sunday, 21 August 2022
  • Updated: 21 August 2022, 02:50 PM IST

Sports

Latest News

ନୂଆଦିଲ୍ଲୀ: ନେତାଙ୍କ ପରେ ଜନତା। ହାଇଟେକ୍‌ ସୋସାଇଟିରେ ହାଇଡ୍ରାମା। ନିକଟରେ ଜଣେ ବିଜେପି ନେତାଙ୍କ ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ମାମଲା ଥଣ୍ଡା ପଡିନଥିବା ବେଳେ ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି। ଏଥର ଜଣେ ମହିଳା ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ ହୋଇଛି।  ନଏଡାର ସେକ୍ଟର-୧୨୬ ଜେପି ସୋସାଇଟିରେ ଏହି ଘଟଣା ଘଟିଛି।

ନଏଡା ହାଇଟେକ୍‌ ସୋସାଇଟିରେ ରହୁଥିବା ଜଣେ ମହିଳା ଜଣେ ଗାର୍ଡଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ସହ ମାର୍‌ପିଟ୍‌ କରିବା ସହ ଦୁର୍ବ୍ୟବହାର ମଧ୍ୟ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ପାଖରେ ଠିଆ ହୋଇଥିବା ଅନ୍ୟ ଗାର୍ଡମାନେ ମହିଳା ଜଣଙ୍କୁ ଏଭଳି ନକରିବା ପାଇଁ କହୁଥିଲେ ସୁଦ୍ଧା ସେ କିଛି ଶୁଣୁ ନହାନ୍ତି।

ସୂଚନା ମୁତାବକ, ଗାର୍ଡ ଜଣକ ଗେଟ୍‌ ଖୋଲିବାରେ ବିଳମ୍ବ କରିବାରୁ ମଦ ନିଶାରେ ମାତାଲ ଥିବା ଉକ୍ତ ମହିଳା ଜଣକ ଗାର୍ଡଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ। ଏହି ପୂରା ଘଟଣାର ଭିଡିଓକୁ ସେଠାରେ ଠିଆ ହୋଇଥିବା କେହି ଜଣେ ବ୍ୟକ୍ତି ରେକର୍ଡିଂ କରି ସୋଶାଲ ମିଡିଆରେ ଶେଆର କରି ନଏଡ ପୁଲିସକୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ଭିଡିଓ ଭାଇରାଲ ହେବା ପରେ ପୁଲିସ ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡତ ଗାର୍ଡଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ଉକ୍ତ ମହିଳାଙ୍କୁ ପୁଲିସ ଗିରଫ କରିଛି। ମେଡିକାଲ ଟେଷ୍ଟ ପାଇଁ ମହିଳାଙ୍କୁ ହସ୍ପିଟାଲକୁ ନିଆଯାଇଛି।  ଚିକିତ୍ସା ପରେ ହିଁ ସେ ନିଶାସକ୍ତ ଅବସ୍ଥାରେ ଥିଲେ ନା ନାହିଁ ତାହା ଜଣାପଡିବ।

https://twitter.com/SwatiJaiHind/status/1561255844603625472?s=20&t=GLsS1C7xQXHLhbRkAg6u6Q

ଅନ୍ୟପକ୍ଷରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, 'ଏହି ମହିଳା ସର୍ବସାଧାରଣରେ ଦାଦାଗିରି ଦେଖାଉନ୍ତି। ଗାର୍ଡଙ୍କୁ ଅତ୍ୟଧିକ ଅପମାନ କରିବା ସହ ଦୁର୍ବ୍ୟବହାର କରୁଛନ୍ତି। ଏହା କି ପ୍ରକାର ମାନବିକତା। ନୋଏଡା ପୁଲିସ ଏହି ମହିଳାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ।'

ଉଲ୍ଲେଖଯୋଗ୍ୟ ଅଗଷ୍ଟ ୫ ତାରିଖରେ ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ଜଣେ ମହିଳାଙ୍କୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଏହାପରେ ବିଜେପି ନେତା ଜଣକ ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ ବିରୋଧରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। କିନ୍ତୁ ପରେ ମେରଠରୁ ତାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story