ପ୍ରକୃତିର ତାଣ୍ଡବ, ଝଡ଼ ବର୍ଷା ନେଲା ୧୪ ଜୀବନ

ଦିସପୁର: ଉତ୍ତରଭାରତ ସମେତ ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ଗରମରେ ଛଟପଟ ହେଲେଣି ଲୋକେ। ତେବେ ଆସାମରେ କିନ୍ତୁ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ଝଡ ବର୍ଷା, ପବନ ଓ ବଜ୍ରାଘାତ ଯୋଗୁଁ ରାଜ୍ୟର ଅନେକ କ୍ଷୟକ୍ଷତି ହୋଇଛି। ଆସାମର ବିଭିନ୍ନ ଜିଲ୍ଲାରେ ବର୍ଷା, ବଜ୍ରପାତ ଯୋଗୁଁ ବର୍ତ୍ତମାନ ଯାଏଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଦେଇଛି। The death toll in storms, […]

Rain

Rain

Madhupriya Mistry
  • Published: Sunday, 17 April 2022
  • Updated: 17 April 2022, 10:47 AM IST

Sports

Latest News

ଦିସପୁର: ଉତ୍ତରଭାରତ ସମେତ ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ଗରମରେ ଛଟପଟ ହେଲେଣି ଲୋକେ। ତେବେ ଆସାମରେ କିନ୍ତୁ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ଝଡ ବର୍ଷା, ପବନ ଓ ବଜ୍ରାଘାତ ଯୋଗୁଁ ରାଜ୍ୟର ଅନେକ କ୍ଷୟକ୍ଷତି ହୋଇଛି।

ଆସାମର ବିଭିନ୍ନ ଜିଲ୍ଲାରେ ବର୍ଷା, ବଜ୍ରପାତ ଯୋଗୁଁ ବର୍ତ୍ତମାନ ଯାଏଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଦେଇଛି।

https://twitter.com/ANI/status/1515509066856304640?s=20&t=GOkiH8RYc-inGD221TpiRQ

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ରାଜ୍ୟର ଅନେକ ଜିଲ୍ଲାରେ ଏପ୍ରିଲ ୧୫ରେ ପ୍ରବଳ ବଜ୍ରପାତ ଏବଂ ବର୍ଷା ଯୋଗୁଁ  ପାଗରେ ପରିବର୍ତ୍ତନ ଆସିଥିଲା। ରାଜ୍ୟର ଗୋଲପାରା, ବାରପେଟା, ଦିବ୍ରୁଗଡ଼, ନଲବାଡି ଜିଲ୍ଲାରେ ଜୋର୍‌ରେ ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ଅନେକ ଘର ନଷ୍ଟ ହୋଇଯାଇଛି। ଏହା ସହିତ ଗଛଗୁଡିକ ଉପୁଡି ରାସ୍ତା ଉପରେ ପଡ଼ିଛି। ବାତ୍ୟା ସମୟରେ ବିଦ୍ୟୁତ୍ ତାରଗୁଡିକ ମଧ୍ୟ ଛିଡି ନଷ୍ଟ ହୋଇଯାଇଥିଲା ଏବଂ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଥିଲା।

ସେପଟେ କର୍ଣ୍ଣାଟକର ଅନେକ ଅଞ୍ଚଳରେ ବିଶେଷ କରି ବେଙ୍ଗଳୁରୁରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଚାରିଆଡେ ପାଣି ଭର୍ତ୍ତି ହୋଇଯାଇଛି। ଏଥିଯୋଗୁଞ ସାଧାରଣ ଜନଜୀବନରେ ବାଧା ସୃଷ୍ଟି ହୋଇଛି। ବେଙ୍ଗାଳୁରେ ବର୍ଷା ଯୋଗୁଁ ଅନେକ ଘର ଗାଡି ପାଣିରେ ବୁଡି ଯାଇଛି। ରାସ୍ତା ଉପରେ ମଧ୍ୟ କୁତ୍ରିମ ବନ୍ୟା ପରିସ୍ଥିିତି ସୃଷ୍ଟି ହୋଇଛି।

ଏହାରି ଭିତରେ ଆସନ୍ତା ଏପ୍ରିଲ ୧୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଆଉଏମ୍‌ଡି ଅନୁସାରେ ଅରୁଣାଚଳ ପ୍ରଦେଶ, ଆସାମ, କେରଳ, ତାମିଲନାଡୁରେ ବର୍ଷା ହେବା ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos