ଚୀନ ସରକାରଙ୍କ ନିଷ୍ଠୁର ହୃଦୟର ନଗ୍ନ କାହାଣୀ

ନୂଆଦିଲ୍ଲୀ: ଚୀନର କମ୍ୟୁନିଷ୍ଟ ସରକାରଙ୍କ ହୃଦୟ କେତେ ନିଷ୍ଠୁର ଏବଂ ବିବେକହୀନ ହୋଇ ପାରେ ତାର ଏକ ନଗ୍ନ ନମୁନା ସାମ୍ନାକୁ ଆସିଛି। ଜେଲରୁ ଥାଇ ସ୍ତ୍ରୀ ସହ ଭେଟ ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଚୀନ ସରକାର ଶୁଣିଲେନି। ଆଉ ଶେଷରେ କର୍କଟରେ ଜୀବନ ହାରିଛନ୍ତି ସ୍ତ୍ରୀ। କର୍କଟ ସହ ଦୁର୍ବାର ସଂଗ୍ରାମ କରି ୫୫ ବର୍ଷରେ ହାରିଗଲେ ଝଙ୍ଗ କ୍ୱୁଇଙ୍ଗ। ସ୍ୱାମୀ ଠାରୁ ଅଲଗା ହେବା ପରେ ନିଜର ପିଲା ସହ କ୍ୱୁଇଙ୍ଗ ଆମେରିକାରେ […]

iop1

iop1

Tapas Behera
  • Published: Tuesday, 11 January 2022
  • Updated: 11 January 2022, 01:37 PM IST

ନୂଆଦିଲ୍ଲୀ: ଚୀନର କମ୍ୟୁନିଷ୍ଟ ସରକାରଙ୍କ ହୃଦୟ କେତେ ନିଷ୍ଠୁର ଏବଂ ବିବେକହୀନ ହୋଇ ପାରେ ତାର ଏକ ନଗ୍ନ ନମୁନା ସାମ୍ନାକୁ ଆସିଛି। ଜେଲରୁ ଥାଇ ସ୍ତ୍ରୀ ସହ ଭେଟ ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଚୀନ ସରକାର ଶୁଣିଲେନି। ଆଉ ଶେଷରେ କର୍କଟରେ ଜୀବନ ହାରିଛନ୍ତି ସ୍ତ୍ରୀ। କର୍କଟ ସହ ଦୁର୍ବାର ସଂଗ୍ରାମ କରି ୫୫ ବର୍ଷରେ ହାରିଗଲେ ଝଙ୍ଗ କ୍ୱୁଇଙ୍ଗ। ସ୍ୱାମୀ ଠାରୁ ଅଲଗା ହେବା ପରେ ନିଜର ପିଲା ସହ କ୍ୱୁଇଙ୍ଗ ଆମେରିକାରେ ରହୁଥିଲେ। ଆଉ ସେଠାରେ କର୍କଟରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ଘଟିଛି। କ୍ୱୁଇଙ୍ଗଙ୍କ ଘର ହେଉଛି ଚୀନର। ତାଙ୍କ ସ୍ୱାମୀ ୟାଙ୍ଗ ଚୀନର ଜଣାଶୁଣା ମାନବାଧିକାରୀ ଓକିଲ। ଚୀନର ମାନବାଧିକାର ପାଇଁ ଳଢ଼ିବାରୁ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ବନ୍ଦୀ କରାଯାଇଥିଲା। ୨୦୦୯ରେ ତାଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ କ୍ୱୁଇଙ୍ଗ ପିଲାକୁ ନେଇ ଆମେରିକା ପଳାଇ ଯାଇଥିଲେ।

୨୦୨୧ରେ ସେଠାରେ ସେ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।  ନ୍ୟୁୟର୍କର ଏକ ମାବାଧିକାର ସଙ୍ଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଖବର ପାଇବା ପରେ କ୍ୱୁଇଙ୍ଗଙ୍କ ସ୍ୱାମୀ ୟାଙ୍ଗ ଚୀନ ସରକାରଙ୍କୁ ଚିଠି ଲେଖି ପତ୍ନୀଙ୍କୁ ଭେଟିବା ପାଇଁ ଅନୁରୋଧ କରିଥିଲେ। ଆମେରିକା ଯିବା ପାଇଁ ସେ ଅନୁମତି ମାଗିଥିଲେ। ସରକାର ତାଙ୍କ ପ୍ରତି ଦୟା କରିବାକୁ  ସେ ଚିଠିରେ ଆକୁଳ ନିବେଦନ କରିଥିଲେ। ହେଲେ ସରକାର ତାଙ୍କ ଦୁଃଖକୁ ଆଦୌ କର୍ଣ୍ଣପାତ କରି ନଥିଲେ।

ଗତ ମାସରେ ସାଉଥ ଚାଇନା ମର୍ଣ୍ଣି ପୋଷ୍ଟରେ କ୍ୱୁଇଙ୍ଗଙ୍କର ଏକ ସାକ୍ଷାତାକର ପ୍ରକାଶ ପାଇଥିଲା। ସେଥିରେ ସେ କହିଥିଲେ ଯେ, କର୍କଟ ସହ ଲଢ଼ି ସେ ଶକ୍ତହୀନ ହୋପଡ଼ିଲେଣି। ତାଙ୍କ ଜୀବନର ଶେଷ ସମୟ ପାଖେଇ  ଆସୁଛି। ଏଥିପାଇଁ ତାଙ୍କ ସ୍ୱାମୀ ତାଙ୍କୁ ଭେଟିବା ପାଇଁ ବହୁବାର ସରକାରଙ୍କୁ ଅନୁରୋଧ କରିଛନ୍ତି। ହେଲେ ଚୀନ ସରକାର ତାଙ୍କ ଅବେଦନକୁ ପ୍ରତ୍ୟଖ୍ୟାନ କରିଛନ୍ତି । ତାଙ୍କ ସ୍ୱାମୀ ୟାଙ୍ଗଙ୍କ ପ୍ରକୃତ ପରିଚୟ ହେଉଛି ଜ୍ୟୁ ଫେକ୍ସିଙ୍ଗୋ। ତାଙ୍କ ପେନ୍‌ ନେମ ହେଉଛି ୟାଙ୍ଗ। ପେଶାରେ ସେ ଜଣେ ମାନବାଧିକାରୀ ଓକିଲ ଓ ଲେଖକ ମଧ୍ୟ।  ଦକ୍ଷିଣ ଚୀନରେ ରହୁଥିବା ୟାଙ୍ଗ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରି ସାଧାରଣ ଲୋକଙ୍କ ସେ ହିରୋ ସାଜିଥିଲେ । ଏଥିପାଇଁ ତାଙ୍କୁ ବାରମ୍ବାର ଗିରଫ ହେବାକୁ ପଡ଼ିଛି। ବହୁ ଅପମାନ ଓ ଲାଞ୍ଛିତ ହେବାକୁ ପଡ଼ିଛି।

୨୦୦୬ରେ ଏକ ମିଛ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଫସାଇ ଜେଲ ପଠାଇ ଦିଆଯାଇ ଥିଲା । ସେବେଠାରୁ ତାଙ୍କ ସ୍ୱାମୀଙ୍କ ସହ ଆଉ ଭେଟ ହୋଇ ନାହିଁ। ୨୦୦୬ ପରେ ସେ ଚୀନ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos