ଆଉ କେଉଁ ଝିଅଙ୍କ ମୁଣ୍ଡରେ ଛେପ ପକାଇ କେଶ କାଟିବିନି

ନୂଆଦିଲ୍ଲୀ: ଭୁଲ ମାଗିଲେ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ୍‌। ଜଣେ ମହିଳାଙ୍କ କେଶ କାଟିବା ବେଳେ ତାଙ୍କୁ କରିଥିବା ଅଭଦ୍ରୋଚିତ ବ୍ୟବହାରକୁ ନେଇ ଭୁଲ ମାଗିଛନ୍ତି ହବିବ୍‌। କହିଛନ୍ତି ଆଗକୁ ସେମିତି ଭୁଲ ହେବନି। ମୁଁ କ୍ଷମା ମାଗୁଛି। ମଙ୍ଗଳବାର ଜାତୀୟ ମହିଳା କମିଶନରଙ୍କ ନିକଟରେ ହାଜର ହୋଇ ଏକଥା କହିଛନ୍ତି ହବିବ। ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇ ଚୁଟିକାଟିବାକୁ ନେଇ ବିବାଦ ଘେରକୁ ଆସିଥିଲେ ହବିବ। ଅଭିଯୋଗ ପରେ ତାଙ୍କୁ ଜାତୀୟ ମହିଳା କମିସନର […]

tig

tig

Tapas Behera
  • Published: Wednesday, 12 January 2022
  • Updated: 12 January 2022, 01:02 PM IST

Sports

Latest News

ନୂଆଦିଲ୍ଲୀ: ଭୁଲ ମାଗିଲେ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ୍‌। ଜଣେ ମହିଳାଙ୍କ କେଶ କାଟିବା ବେଳେ ତାଙ୍କୁ କରିଥିବା ଅଭଦ୍ରୋଚିତ ବ୍ୟବହାରକୁ ନେଇ ଭୁଲ ମାଗିଛନ୍ତି ହବିବ୍‌। କହିଛନ୍ତି ଆଗକୁ ସେମିତି ଭୁଲ ହେବନି। ମୁଁ କ୍ଷମା ମାଗୁଛି। ମଙ୍ଗଳବାର ଜାତୀୟ ମହିଳା କମିଶନରଙ୍କ ନିକଟରେ ହାଜର ହୋଇ ଏକଥା କହିଛନ୍ତି ହବିବ। ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇ ଚୁଟିକାଟିବାକୁ ନେଇ ବିବାଦ ଘେରକୁ ଆସିଥିଲେ ହବିବ। ଅଭିଯୋଗ ପରେ ତାଙ୍କୁ ଜାତୀୟ ମହିଳା କମିସନର ସମନ କରିଥିଲେ।

ହବିବ ଜାତୀୟ ମହିଳା କମିସନରଙ୍କ ସମ୍ମୁଖରେ ହାଜର ହୋଇଥିବା ଫଟୋ ଆସିଛି। ହବିବ ଉପସ୍ଥିତ ହୋଇ ସ୍ୱୀକାରୋକ୍ତି ଲେଖିଛନ୍ତି। ସେଥିରେ ସେ କ୍ଷମାପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, କାହାକୁ ଅସମ୍ମାନ କାରିବା ତାଙ୍କର ଉଦ୍ଦେଶ୍ୟ ନଥିଲା। ପରବର୍ତ୍ତୀ ସମୟରେ ଏମିତି ଭୁଲର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ସେ ମହିଳା କମିଶନରଙ୍କୁ ନିଶ୍ଚିତ କରିଛନ୍ତି । ତେବେ ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଡିଜିପିଙ୍କୁ ଚିଠି ଲେଖି ହବିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଣାଇଛନ୍ତି ଜାତୀୟ ମହିଳା କମିଶନର।

 

ଉତ୍ତରପ୍ରଦେଶ ବାଗପତର ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିଲା। ଜାଭେଦ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇ ଚୁଟି କାଟିଥିଲେ। ଏହି ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଜାଭେଦ ମହିଳାଙ୍କ ଚୁଟି କାଟିବା ପାଇଁ ପାଣି ବଦଳରେ ଛେପ ପକାଇଥିବା ଦେଖିବାକୁ ମିଳିଥିଲା।

ଜାଭେଦ ହବିବଙ୍କ ବିରୋଧରେ ପୂଜା ଗୁପ୍ତା ନାମ୍ନୀ ସମ୍ପୃକ୍ତ ମହିଳା ଦୁର୍ବ୍ୟବହାର ଅଭିଯୋ ଆଣିଥିଲେ। ପୂଜା ଗୁପ୍ତାଙ୍କର ବ୍ୟୁଟି ପାର୍ଲର ଅଛି। ସେ ଜାଭେଦ ହବିବଙ୍କ ସେମିନାରରେ ସାମିଲ ହୋଇଥିଲେ। ଜାଭେଦ ତାଙ୍କୁ ଅନ ଷ୍ଟେଜ ହେୟାର କଟ୍ ପାଇଁ ଡାକିଥିଲେ ଓ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ବେଶ ଝଡ଼ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos