ପୀଡ଼ିତାଙ୍କ ପରିବାର ଚାହିଁଲେ ମାମଲା ସିବିଆଇକୁ ଦିଆଯିବ: ଅଶୋକ ଗେହେଲେଟ୍  

ଜୟପୁର: ଯଦି ପୀଡ଼ିତାଙ୍କ ପରିବାର ଚାହିଁବେ ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍ କହିଛନ୍ତି। ରାଜସ୍ତାନର ଅଲୱରରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ ମାମଲାକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଦୁଷ୍କର୍ମ କରି ତାଙ୍କ ଗୁପ୍ତାଙ୍ଗରେ ଏକାଧିକ ଆହତ କଲା ଭଳି ନୃଶଂସକାଣ୍ଡ ଘଟାଇଛନ୍ତି। ଅନ୍ୟପଟେ ବିଜେପି ଏହାକୁ ନେଇ ରାଜନୀତିକ କରୁଛି ବୋଲି ଅଶୋକ ଗେହେଲେଟ କହିଛନ୍ତି। ସେ କହିଛନ୍ତି […]

Ashok Gehlot

Ashok Gehlot

Tapas Behera
  • Published: Sunday, 16 January 2022
  • Updated: 16 January 2022, 05:23 PM IST

ଜୟପୁର: ଯଦି ପୀଡ଼ିତାଙ୍କ ପରିବାର ଚାହିଁବେ ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍ କହିଛନ୍ତି। ରାଜସ୍ତାନର ଅଲୱରରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ ମାମଲାକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଦୁଷ୍କର୍ମ କରି ତାଙ୍କ ଗୁପ୍ତାଙ୍ଗରେ ଏକାଧିକ ଆହତ କଲା ଭଳି ନୃଶଂସକାଣ୍ଡ ଘଟାଇଛନ୍ତି। ଅନ୍ୟପଟେ ବିଜେପି ଏହାକୁ ନେଇ ରାଜନୀତିକ କରୁଛି ବୋଲି ଅଶୋକ ଗେହେଲେଟ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ପୁଲିସ ଏହି ମାମଲାରେ ନିରପେକ୍ଷ ତଦନ୍ତ କରୁଛି।  ଉକ୍ତ ମାମଲାରେ ସ୍ୱାଧୀନ ଭାବେ ତଦନ୍ତ କରାଯାଇ ସତ୍ୟ ସାମ୍ନାକୁ ଆଣିବା ସରକାରଙ୍କ ଲକ୍ଷ ବୋଲି ସେ କହିଛନ୍ତି। ଏହାବାଦେ ଯଦି ପୀଡ଼ିତାଙ୍କ ପରିବାର କୌଣସି ସ୍ୱତନ୍ତ୍ର ଅଫିସର, ସିଆଇଡି, କ୍ରାଇମବ୍ରାଞ୍ଚ, ଏସଓଜି କିମ୍ବା ସିବିଆଇ ତଦନ୍ତ ଚାହାନ୍ତି ତେବେ ମାମଲା ହସ୍ତାନ୍ତର କରିବାକୁ ସରକାର ରାଜି ବୋଲି ସେ କହିଛନ୍ତି । ତେବେ ପୁଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା ପୀଡ଼ିତାଙ୍କ ଭଉଣୀ କହିଛନ୍ତି।

ସୂଚନା ଅନୁଯାୟୀରାଜସ୍ତାନ ଅଲୱରର ତିଜ୍ରା ଫ୍ଲାଏଓଭର ନିକଟକରୁ ପୀଡ଼ିତାଙ୍କୁ ମୁମୂର୍ଷ ଅବସ୍ଥାରେ  ଉଦ୍ଧାର କରାଯାଇ ଥିଲା । ଗତ ମଙ୍ଗଳବାର ତାଙ୍କୁ ଅଲୱର ହସପିଟାଲରେ ଭର୍ତ୍ତି କରାଯାଇଥିଳା। ଡାକ୍ତରମାନେ ରକ୍ତ ପ୍ରବାକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଗୁରୁତର ଅବସ୍ଥାରେ ଜୟପୁରର ଜେକେ ଲନ୍ ହସପିଟାଲଳୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପୀଡ଼ିତାର ଦୁଇ ଘଣଣ୍ଟାକାଳ ଅପରେଶନ ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି । ପୀଡ଼ିତାର ଗୁପ୍ତାଙ୍ଗରେ କିଛି କଡ଼ା ଧାରୁଆ ସାମଗ୍ରୀ ଭର୍ତ୍ତି କରାଯାଇଥିବା ଡାକ୍ତର କହିଛନ୍ତି । ଫଳରେ ତାର ଗୁପ୍ତାଙ୍ଗରେ ଶକ୍ତ ଆଘାତ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବତୀର ଆଭ୍ୟନ୍ତରୀଣ ଅଙ୍ଗର ଅବସ୍ତା ଅତ୍ୟନ୍ତ ଗୁରୁତର ରହିଛି। ନାବାଳିକା ଜଣଳ ଜେକେ ଲନ୍‌ ହସପିଟାଲରେ ଏବେ ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛି । ସମ୍ପୃକ୍ତ ଯୁବତୀ ଗୁପ୍ତାଙ୍ଗରେ ଏକାଧିକ ସ୍ଥାନରେ ଆଘାତ ଥିବା  ଜେକେ ଲନ୍‌ ହସପିଟାଲରେ ଡା. ଅରବିନ୍ଦ ଶୁକ୍ଲା କହିଥିଲେ। ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ଘଟଣାସ୍ତଳରୁ ୨୫ କିମି ଦୂରରେ ବିଭିନ୍ନ ସ୍ଥାନରେ ୩୦୦ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅଭିଯୁକ୍ତମାନଙ୍କୁ ତଲାସି ଜାରି ରହିଛି।

ରାଜଜସ୍ତାନ ମହିଳା କମିଶନର ଏହି ମାମଲାକୁ  ଗୁରୁତର ଭାବେ ଗ୍ରହଣ କରିଛନ୍ତି। ରାଜ୍ୟ ମହିଳା ଳକମିଶନର ପୀଡ଼ିତାଙ୍କ ପାଇଁ ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏଥିସହ ରାଜସ୍ତାନ ସରକାର ପୀଡ଼ିତାଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ସେହିପରି ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟ ୧ ଲକ୍ଷ ଟଙ୍କା ଏବଂ ସାମାଜିକ ନ୍ୟାୟ ବିଭାଗ ପକ୍ଷରୁ ୩.୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos