୪୦ ଫୁଟ୍ ତଳକୁ ଡେଇଁଲେ ମହିଳା, ଦେବଦୂତ ସାଜି ଟେକି ନେଲା ପୁଲିସ
ନୂଆଦିଲ୍ଲୀ: ସାଧାରଣତଃ ନିଜର ବ୍ୟବହାର ଏବଂ ଆଚରଣକୁ ନେଇ ସମାଜ ଆଖିରେ ପୁଲିସର ଚେହେରା ଭଲ ନୁହଁ। ହେଲେ ଏମିତି କିଛି ସେବା ସମର୍ପିତ କର୍ମଚାରୀ ଅଛନ୍ତି ଯିଏ ଦେବତୁଲ୍ୟ ଭଳି ମହାନ। ଯାହାର ଉଦାହରଣ ଦିଲ୍ଲୀର ଏକ ମେଟ୍ରୋ ଷ୍ଟେସରେ ଦେଖିବାକୁ ମଳିଛି। ହିରୋ ଭଳି ଆସି ଜଣେ ମହିଳାଙ୍କୁ ବଞ୍ଚାଇବା ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀର ଅକ୍ସରଧାମ ମେଟ୍ରୋ ଷ୍ଟେସନରେ ଜଣେ ୨୦ ବର୍ଷୀୟ ମହିଳା ସହ ୪୦ ଫୁଟ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସିଆଇଏସଏଫ କର୍ମଚାରୀମାନେ ଉପସ୍ଥିତ ବୁଦ୍ଧି ଖଟାଇ ତାଙ୍କୁ ରକ୍ଷ୍ୟା କରିଦେଇଛନ୍ତି।ଗୁରୁବାର ଏହି ଘଟଣାଟି ଘଟିଛି।
A girl jumped from #Akshardham #metro #Station and #CISF personnel saved her life.
Prompt and prudent response. Well done…#PROTECTIONandSECURITY #Humanity #Girljumpmetrostation #Akshardham #Delhi #Girl #Viral #ViralVideo pic.twitter.com/stFsK8zkF1
— Gurmeet Singh, IIS (@Gurmeet_Singh33) April 14, 2022
ମହିଳା ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଡେଇଁ ପଡ଼ିଥିବା ଯୋଗୁ ମହିଳା ଜଣକ ଗୁରୁତର ହୋଇଥିଲେ ମଧ୍ୟ ଜୀବନ ବଞ୍ଚିଯାଇଛି। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସପିଟାଲକୁ ନିଆଯାଇଛି। ଯେଉଁଠି ତାଙ୍କର ଚିକିତ୍ସା ଚାଲିଛି । ଏନେଇ ସିଆଇଏସଏଫ ପକ୍ଷରୁ ସୂଚନା ଦିଆଯାଇଛି। ମହିଳା ଜଣକର ଘର ହେଉଛି ପଞ୍ଜାବର। ଗୁରୁବାର ସକାଳ ୭ଟା ୩୦ରେ ମହିଳା ଜଣକ ୨ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିଲେ। ଏହି ସମୟରେ ମହିଳା ଜଣକ ୪୦ ଫୁଟ ତଳକୁ ଡେଇଁବା ପାଇଁ ଉପସ୍ଥିତ ହେଉଥିବା ବେଳେ ସିଆଏସଫ କର୍ମଚାରୀଙ୍କ ନଜରରେ ପଡ଼ିଥିଲା।
ସିଆଇଏସଏଫ କର୍ମଚାରୀମାନେ ତାଙ୍କୁ ନଡେଇଁବାକୁ ପରାମର୍ଶ ଦେବା ବେଳେ ସେ ଶୁଣି ନଥିଲେ। ମହିଳା ଜଣକ ଡେଇଁପଡ଼ିଥିଲେ। ତେବେ ସେ ତଳେ ପଡ଼ିବା ପୂର୍ବରୁ ସିଆଇଏସଏଫ୍ କର୍ମଚାରୀମାନେ ଏକ ବଡ଼ ବେଡ୍ସିଟ୍ ଭଳି ଆଣି ତାଙ୍କୁ ବଞ୍ଚାଇ ଦେଇଥିଲେ। ତଥାପି ସେ କଚାଡ଼ି ପଡ଼ିଥିଲେ ମଧ୍ୟ ମୃତ୍ୟୁମଖରୁ ବର୍ତ୍ତି ଯାଇଛନ୍ତି। ପରେ ମହିଳା ଜଣକୁ ତୁରନ୍ତ ହସପିଟାଲ ନିଆଯାଇଥିଲା। ସମ୍ପୃକ୍ତ ମହିଳା ଜଣକ ମୂକ ଏବଂ ବଧିର ଥିବା କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।